ବିବେକୀ ରାଜା

ସେ ଦେବକନ୍ୟା ଜଣେ ମଣିଷଠାରୁ ଏପରି ଅପମାନ ପାଇ ଖୁବ୍ ରାଗିଗଲା । ତେଣୁ ସେ ସଙ୍ଗେ ସଙ୍ଗେ ଗୋଟିଏ ମାରଣା ଷଣ୍ଢ ରୂପ ଧରି ସେ ରାଜ୍ୟରେ ଖୁବ୍ ଉତ୍ପାତ ଆରମ୍ଭ କରିଦେଲା । ଏତଦ୍ ଦ୍ୱାରା ପ୍ରଜାମାନେ ଭୟରେ ଆଉ ରାସ୍ତାକୁ ବାହାରି ପାରିଲେ ନାହିଁ । ସେ ଷଣ୍ଢର ଅତ୍ୟାଚାରରେ ଫସଲ ସବୁ ଉଜୁଡି ଗଲା । କେତେ ଘର ଦୁଆର ସବୁ ଭାଙ୍ଗିଗଲା । ରାଜା ଠିକ୍ ଜାଣିପାରିଲେ ଯେ, ଏହା ଆଦୌ ଏକ ମାମୁଲି ଷଣ୍ଢର କାମ ନୁହେଁ । ସେ ଦେବକନ୍ୟା ମାୟା ଭିଆଣ କରି ଏପରି ଗୋଳମାଳ କରିବାରେ ଲାଗିଛି । ସେ ଷଣ୍ଢକୁ ଜବତ କରିବା ପାଇଁ ରାଜା ତାଙ୍କ ସୈନ୍ୟମାନଙ୍କୁ ତାଗିଦ୍ କଲେ । କିନ୍ତୁ ସୈନ୍ୟମାନେ ସେ ଷଣ୍ଢକୁ ଆଦୌ ଜବତ କରିପାରିଲେ ନାହିଁ । ଶେଷକୁ ରାଜା ନିଜେ ବାହାରିଲେ । ରାଜାଙ୍କୁ ଦେଖି ସେ ଷଣ୍ଢ ଆଖିରୁ ଯେପରି ଖାଲି ନିଆଁ ବାହାରୁଥିଲା । ତାପରେ ସେ ଷଣ୍ଢଟି ଖୁବ୍ ଜୋର୍ରେ ରାଜାଙ୍କୁ ଭୁଷିବା ପାଇଁ ତାଙ୍କ ଆଡକୁ ମାଡି ଆସିଲା । ରାଜା ଅଳ୍ପକେ ଘୁଂଚିଯାଇ ସେ ଷଣ୍ଢକୁ ଜବତ କରି ତାର ଦୁଇଟି ଶିଙ୍ଗ ଧରି ପକାଇଲେ । ବହୁତ ସମୟ ଲଢାଇ ପରେ ସେ ଷଣ୍ଢଟି ହାରିଯାଇ ସେଠାରୁ କୁଆଡେ ପଳାଇଗଲା ।

ତାପରେ ସେ ରାଜାଙ୍କର ସମସ୍ତେ ଖାଲି ଜୟ ଜୟ କାର କଲେ । ରାତିରେ ଖାଇପିଇ ରାଜା ଶୋଇଛନ୍ତି; ଠିକ୍ ସେହି ସମୟରେ ସେ ଦେବକନ୍ୟା ରାଜାଙ୍କ ସ୍ୱପ୍ନରେ ଆସି ହାଜର । ସେ ଦେବକନ୍ୟା କହିଲା, “ମାନଧାତା ! ତୁମକୁ ମୁଁ ଆଦୌ ଏତେ ସହଜରେ କ୍ଷମା ଦେବିନାହିଁ । ତୁମର ଗର୍ବ ମୁଁ ନିଶ୍ଚୟ ଭାଙ୍ଗିବି; କାଲି ସକାଳୁ ତୁମେ ବିରୂପ ହୋଇଯିବ । ଆଉ ତୁମର ଏ ସୁନ୍ଦର ଚେହେରା କଦାପି ରହିବ ନାହିଁ । ତୁମକୁ ଦେଖି ଲୋକେ ଖାଲି ଅତ୍ୟନ୍ତ ଘୃଣାରେ ଛେପ ପକାଇବେ ।”

ସକାଳୁ ସେ ରାଜାଙ୍କର ନିଦ ଭାଙ୍ଗିଗଲା । ସେ ଦେଖିଲେ, ସତକୁ ସତ ତାଙ୍କର ବିକଟାଳ ରୂପ ହୋଇଯାଇଛି । ଆଖି ତାଙ୍କର ପଶିଯାଇଛି । ମୁଣ୍ଡବାଳ ବି ସବୁ ଫୁର୍ ଫୁର୍ । ରାକ୍ଷସ ଭଳି ତାଙ୍କ ଚେହେରା । ସେ ଆଉ ଘଡିଏ ସେଠାରେ ନ ରହି ପାହାନ୍ତି ଅନ୍ଧାରରେ ତାଙ୍କ ରାଜନଅର ଛାଡି ମନ ଦୁଃଖରେ ଜଙ୍ଗଲ ଭିତରକୁ ପଳାଇଗଲେ ।

ଏଇମିତି କେତେ ବର୍ଷ ବିତିଗଲା । ରାଜା କିନ୍ତୁ ତାଙ୍କ ମନର ବଳ ଆଦୌ ହରାଇ ନ ଥାନ୍ତି । ମରିବେ ପଛକେ ଗୋଟିଏ ଦେବକନ୍ୟାର ଶରଣ ସେ କଦାପି ମଧ୍ୟ ପଶିବେ ନାହିଁ । ସେ ରାଜା ଖାଲି ଜଙ୍ଗଲରେ ବୁଲୁଥାନ୍ତି । ଖରା, ବରଷା, ଶୀତକୁ ତାଙ୍କର ଆଦୌ ଖାତିରି ନ ଥାଏ ।

ରାଜାଙ୍କର ଏପରି ଦୁଃଖ ଦେଖି ସେଠାକାର ବଣ ଦେବୀଙ୍କର ଖୁବ୍ ଦୟା ହେଲା । ତେଣୁ ସେ ଦେବୀ ରାଜାଙ୍କୁ ଦେଖାଦେଇ କହିଲେ, “ବୈରୀଗଞ୍ଜନ ! ତୁମେ ଅନେକ ଦୁଃଖ ପାଇଲଣି ।” ଏଇ ଜଙ୍ଗଲ ଆରପଟେ ଗୋଟିଏ ହ୍ରଦ ଅଛି । ସେ ହ୍ରଦର ପାଣି ସବୁବେଳେ ଖାଲି ଫୁଟୁଛି । ତା’ ଭିତରୁ ଆଜିପର୍ଯ୍ୟନ୍ତ କେହି କେବେବି ନିଜ ଜୀବନ ନେଇ ଫେରିନାହିଁ । ସେଇଠି ହ୍ରଦକୂଳରେ ତୁମେ ଜଳଦେବୀଙ୍କୁ ପୂଜା କର । ସେ ସନ୍ତୁଷ୍ଟ ହେଲେ ଯାଇ ତୁମେ ସେ ହ୍ରଦରେ ଗାଧୋଇ ପାରିବ । ତା’ହେଲେ ଯାଇ ତୁମର ପୂର୍ବ ରୂପ ଓ ସମସ୍ତ ଶକ୍ତି ପୁଣିଥରେ ଫେରି ଆସିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ