ବିଲୁଆର ଉପଦେଶ

ଦିନେ ବିଲୁଆଟିଏ ବୁଲୁ ବୁଲୁ ହଠାତ୍ କୂଅରେ ପଡିଗଲା । ତା’ପରେ ସେ ବିଲୁଆ ଯେତେ ଚେଷ୍ଟା କଲେବି କୁଅରୁ ଆଉ ବାହାରି ପାରିଲା ନାହିଁ । ଠିକ୍ ଏହି ସମୟରେ ଗୋଟିଏ ଛେଳି ସେ ବାଟେ ଯାଉଥିଲା । ସେ ବିଲୁଆକୁ କୂଅ ଭିତରେ ପଡିଥିବାର ଦେଖି ପଚାରିଲା, “ତୁ କାହିଁକି କୂଅରେ ପଡିଛୁ ।” ତହୁଁ ସେ ବିଲୁଆ ଛେଳିକୁ କହିଲା, “କେଉଁଠି ତ ଆଉ ପାଣି ମିଳୁନାହିଁ । ତେଣୁ ମୁଁ ଏଠି ଭଲ ପାଣି ଦେଖି ଏଠାକୁ ଚାଲିଆସିଛି । ତୁ ମଧ୍ୟ ଏଠାକୁ ଚାଲିଆ ପାଣି ପିଇବୁ ।” ଏହା ଶୁଣି ସେ ଛେଳି ବି ସେ କୂଅକୁ ଡେଇଁ ପଡିଲା; ସେହିକ୍ଷଣି ସେ ବିଲୁଆ ଛେଳି ପିଠି ଉପରେ ଚଢି କୂଅରୁ ବାହାରି ଆସି ସେଠାରୁ ଚମ୍ପଟ ହେଲା । କିନ୍ତୁ ବିଚରା ଛେଳିଟି ସେହି କୂଅ ଭିତରେ ପଡି ରହିଲା ।

ଯେ ବିପଦରେ ପଡିଛି, ତା’ଠାରୁ କୌଣସି ପରାମର୍ଶ ନେବା ଆଦୌ ଉଚିତ୍ ନୁହେଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ