ବିଶ୍ୱାସ ଘାତକ ବନ୍ଧୁ

          କିଛି ଦିନ ବିତିଗଲା । ବିରବଲ ଜଣେ ଲୋକ ହାତରେ ଦୁଇଟି ଥଳୀରେ କିଛି ଅଟା ଭର୍ତି କରି, ଏହା ମଧ୍ୟରେ ଗୋଟିଏ ଗୋଟିଏ ସ୍ୱର୍ଣ୍ଣମୁଦ୍ରା ପକାଇ ଉଭୟଙ୍କ ପାଖକୁ ପଠାଇ ଦେଲେ । ଏବଂ ଲୋକଟିକୁ କହିଲେ, ସେ ଯାଇ କରିମ୍ ଓ ହାସାନ୍ଙ୍କୁ ଏହି ଅଟା ବିକ୍ରୀ କରି ପଇସା ଦେବାପାଇଁ କହିବ । ଲୋକଟି ମଧ୍ୟ ବିରବଲ କହିଥିବା କଥା କହି କରିମ୍ ଓ ହାସାନ୍ଙ୍କୁ କହି ଅଟା ଥଳୀ ଧରାଇ ଦେଲା । କିନ୍ତୁ ଏହା ବିରବଲ ପଠାଇଛନ୍ତି ବୋଲି କହିଲା ନାହିଁ, କି ଏହି ଥଳୀ ମଧ୍ୟରେ ଗୋଟିଏ ଗୋଟିଏ ସ୍ୱର୍ଣ୍ଣମୁଦ୍ରା ଅଛି ବୋଲି କହିଲା ନାହିଁ । କରିମ୍ ଯେମିତି ଅଟା ଥଳୀ ମଧ୍ୟରେ ସ୍ୱର୍ଣ୍ଣମୁଦ୍ରା ଦେଖିଛି ସଂଗେ ସଂଗେ ମୁଦ୍ରାକୁ ନେଇ ଲୋକଟିକୁ ଦେଇ ଆସିଲା । କରିମ୍ ଭାବିଲା ବୋଧ୍ହୁଏ ଭୁଲ୍ ବଶତଃ ମୁଦ୍ରାଟି ଥଳୀ ମଧ୍ୟରେ ରହିଯାଇଛି । ଏହା ଭାବି କରିମ୍ ମୁଦ୍ରାଟି ଫେରାଇ ଦେଲା । ସେହିପରି ହାସାନ୍ର ଥଳୀ ମଧ୍ୟରୁ ଗୋଟିଏ ସ୍ୱର୍ଣ୍ଣ ମୁଦ୍ରା ବାହାରିଲା । ହେଲେ ହାସାନ୍ ସେହି ମୁଦ୍ରାକୁ ନଫେରାଇ ତାର ପୁଅକୁ ଦେଇଦେଲା । ଲୋକଟି ବିରବଲଙ୍କ ପାଖରେ ପହଁଚି କରିମ୍ ମୁଦ୍ରା ଫେରାଇବା କଥା କହିଲା ଏବଂ ହାସନ୍ ମୁଦ୍ରା ଫେରାଇନାହିଁ ବୋଲି କହିଲା ।

         କିଛି ଦିନ ପରେ ଅଟା ବିକ୍ରୀ କରି ଯେତିକି ପଇସା ହେଲା କରିମ୍ ନେଇ ଲୋକଟିକୁ ଦେଇଦେଲା । ହେଲେ ହାସାନ୍ ଅଧା ପଇସା ନିଜେ ରଖି ଆଉ ଅଧା ପଇସା ନେଇ ଲୋକଟିକୁ ଦେଲା । ଲୋକଟି ସଂଗେ ସଂଗେ ଏହି କଥା ଯାଇ ବିରବଲଙ୍କୁ ଜଣାଇଲା । ବିରବଲ ତତ୍କ୍ଷଣାତ୍ କରିମ୍ ଏବଂ ହାସାନ୍ଙ୍କୁ ଦରବାରକୁ ଡକାଇଲେ । ହାସନ୍କୁ କହିଲେ “ହାସାନ୍! ତୁମେ ହେଉଛ ଠକ ସ୍ୱଭାବର । ମୁଁ ଏଇ ଲୋକଟି ମାଧ୍ୟମରେ ତୁମ ଦୁଇଜଣଙ୍କ ପାଖକୁ ଅଟା ଭର୍ତି ଥଳୀ ଏବଂ ତା ଭିତରେ ଗୋଟିଏ ଗୋଟିଏ ସ୍ୱର୍ଣ୍ଣ ମୁଦ୍ରା ପଠାଇ ଥିଲି । କରିମ୍ ମୁଦ୍ରାଟିକୁ ଫେରାଇବା ସହିତ ଅଟା ବିକ୍ରୀ କରି ଉଚିତ୍ ମୂଲ୍ୟ ପଠାଇଲେ । ହେଲେ ତୁମେ ସ୍ୱର୍ଣ୍ଣ ମୁଦ୍ରାଟିକୁ ଫେରାଇଲ ନାହିଁ ତା’ଛଡା ଅଟା ବିକ୍ରୀ କରି ଅଧା ଦାମ୍ ଦେଲ । ପ୍ରକୃତରେ ମୁଁ ତୁମମାନଙ୍କୁ ପରୀକ୍ଷା କରିବାପାଇଁ ଏସବୁ କରିଥିଲି । ଆଜି ମୁଁ ଜାଣିପାରୁଛି ତୁମେ ହିଁ ପ୍ରକୃତରେ ଦୋଷୀ । ତେଣୁ ଯଥା ଶୀଘ୍ର କରିମ୍ଙ୍କର ପାଂଚଶହ ସ୍ୱର୍ଣ୍ଣମୁଦ୍ରା ଫେରାଇ ଦିଅ । ଯଦି ନ ଫେରାଇବ ତା’ ହେଲେ ତୁମକୁ ଦଣ୍ଡ ଭୋଗିବାକୁ ପଡିବ ।” ବିରବଲଙ୍କ କଥା ଶୁଣି ହାସାନ୍ ତା’ର ଭୁଲ୍ ବୁଝିପାରିଲା ଓ ସଂଗେ ସଂଗେ କରିମ୍କୁ ତାଙ୍କର ପାଂଚ ଶହ ସ୍ୱର୍ଣ୍ଣ ମୁଦ୍ରା ଫେରାଇଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ