ବିଷବୃକ୍ଷ

                ଏହାପରେ ଯୁବରାଜ ସେଠାରୁ ଆହୁରି ଆଗକୁ ଗଲେ, ଯାଉ ଯାଉ ସେ ଗୋଟିଏ ଘର ଭିତରୁ କିଛି କଥାବାର୍ତ୍ତା ହେବାର ଶବ୍ଦ ଶୁଣିପାରିଲେ । ଏହା ଏକ ବ୍ୟବସାୟୀର ଘର ଥିଲା । ବ୍ୟବସାୟୀକୁ ତା’ର ପୁତ୍ର କୁହୁଥାଏ, “ଯେତେଦିନ ପର୍ଯ୍ୟନ୍ତ ବିହାରୀ ନ ଆସିଛି ଆମେ କ’ଣ ହାତଗୋଡ ବନ୍ଦ କରି ବସିବା?”

                ବ୍ୟବସାୟୀ କହିଲା “ତା’ର ଫେରି ଆସିବା ଉପରେ ଆମର ସବୁ ସମାଧାନ ନିର୍ଭର କରୁଛି–କିନ୍ତୁ ସେ ଯେ ଫେରିବ ସେ ବିଶ୍ୱାସ ଆଉ ମୋର ନାହିଁ ।”

                ଯୁବରାଜ ଭାବିଲେ, “ଦୁଇଟି ପରିବାର ସେ ବିହାରୀ ଉପରେ ନିର୍ଭର କରି ତାରି ଅପେକ୍ଷାରେ ଅଛନ୍ତି, ମୁଁ ବିଷବୃକ୍ଷର ସହାୟତାରେ ବିହାରୀ ରୂପ ଧରି ତ ସେମାନଙ୍କୁ କିଛି ସାହାଯ୍ୟ କରି ପାରିବି ।”

                ବିହାରୀ ଜଣେ ବଣିକ ଥିଲା । ସେ ବାଣିଜ୍ୟ କରିବା ପାଇଁ ଚନ୍ଦ୍ରଭାନୁଠାରୁ ଦଶହଜାର ଟଙ୍କା କରଜ ନେଇ ବାଣିଜ୍ୟ ଆରମ୍ଭ କଲା । ଚନ୍ଦ୍ରଭାନୁ ସେ ଟଙ୍କା ଗୁଡିକ ତାଙ୍କ ଝିଅ କମଳାର ବିବାହ ପାଇଁ ସଂଚୟ କରି ରଖିଥିଲା । ବିହାରୀ ସମୁଦ୍ରରେ ଯିବା ସମୟରେ ହଠାତ୍ ଝଡ ହେଲା, ବହୁ ଜିନିଷ କ୍ଷତି ହେବାରୁ ସେ ଆଉ ତା’ ଘରକୁ ନ ଫେରି ସେହି ବିଦେଶରେ ହିଁ ଛୋଟ ବ୍ୟବସାୟ କରି ଚଳୁଛି ।

                ଯୁବରାଜ ତ ଏସବୁ କଥା କିଛିବି ଜାଣି ନଥିଲେ । ସେ ବିହାରୀର ରୂପ ଧରି ବ୍ୟବସାୟୀର ଘରକୁ ଗଲେ ଓ ତାକୁ ଦେଖି ଅତି ମଧୁର ଭାବରେ ସେ କହିଲେ, “ଭାଇ, ତମର ସବୁ କୁଶଳ ତ?”

                ବିହାରୀକୁ ଚିହ୍ନିବା ମାତ୍ରେ ବାପ ପୁଅ ଦୁହେଁ ତାକୁ ଘର ଭିତରକୁ ଟାଣି ନେଇ ବହୁତ ପିଟିଲେ । ସେମାନେ କହିଲେ, “ଆମଠାରୁ ସବୁ ଜିନିଷ ନେବାବେଳକୁ ନେଇଗଲ, ଏବେ ଆମେ କି କଷ୍ଟରେ ଚଳୁଛୁ ।” ତା’ପରେ ବ୍ୟବସାୟୀର ପୁଅ ଯାଇ ଚନ୍ଦ୍ରଭାନୁକୁ ଡାକି ଆଣିଲା । ଚନ୍ଦ୍ରଭାନୁ ମଧ୍ୟ ସେଠାରେ ପହିଁଚିଯାଇ ତାକୁ ଗୁଡାଏ ଗାଳି ଦେଇ କହିଲା, “ଟଙ୍କା ନେବାବେଳେ ତ ନେଲ, ଏବେ ମୁଁ ସେଇ ଟଙ୍କା ଆଶାରେ ବସି ରହିଛି ମୋ ଝିଅ ବାହା ହୋଇ ପାରୁନାହିଁ । ଏବେ ରାଜାଙ୍କ ପାଖକୁ ଚାଲ ସେଇଠାରେହିଁ ତମର ବିଚାର ହେବ ।”

                ତା’ପରେ ସେମାନେ ସମସ୍ତେ ରାଜନଅରରେ ଯାଇ ପହଁଚିଲେ । ମନ୍ତ୍ରୀ ସେମାନଙ୍କୁ କହିଲେ, “ଦେଖ, ଏବେ ତ ମହାରାଜ ଅସୁସ୍ଥ । ଯୁବରାଜ କୁଆଡେ ବାହାରକୁ ଯାଇଛନ୍ତି । ମୁଁ ଏହି ଅପରାଧୀକୁ କାରାଗାର ମଧ୍ୟରେ ରଖୁଛି ପରେ ତା’ର ବିଚାର ହେବ ।”

                ସେମାନେ ବିହାରୀ ରୂପୀ ଯୁବରାଜଙ୍କୁ କାରାଗାରରେ ରଖାଇ ନିଜ ନିଜ ଘରକୁ ଫେରିଗଲେ । ତା’ପରେ ଯୁବରାଜ ମନ୍ତ୍ରୀଙ୍କୁ ଗୋପନରେ ଡକାଇ ତାଙ୍କୁ ସବୁକଥା କହି ସେଠାରୁ ମୁକ୍ତି ପାଇଲେ ।

                କିଛିଦିନ ପରେ ତାଙ୍କ ରାଜମହଲରେ ଖାଲି ଚୋରି ହେବାକୁ ଲାଗିଲା । ବାରମ୍ବାର ଚୋର ପଶି ନାନା ରକମ ଜିନିଷ ଚୋରି କଲା । ମହାରାଣୀଙ୍କ ଅଳଙ୍କାର ବାକ୍ସ ଚୋରି ହୋଇଗଲା । ଧନାଗାରରୁ ବହୁ ସ୍ୱର୍ଣ୍ଣମୁଦ୍ରା ମଧ୍ୟ ଚୋରି ହୋଇଗଲା । ସେ ଚୋରକୁ ଧରିବାକୁ ବହୁ ଚେଷ୍ଟା କରି ଶେଷରେ ସମସ୍ତେ ବିଫଳ ହେଲେ । ତା’ପରେ ଯୁବରାଜ ଦିନେ କୁକୁର ରୂପ ଧରି ନଅର ଦ୍ୱାରରେ ଜଗି ରହିଲେ । କିଛି ସମୟ ପରେ ଡାକୁ ସେଇ ଦ୍ୱାର ଦେଇ ପଦାକୁ ଆସିଲା । କୁକୁର ଭୁକିବାକୁ ଲାଗିବାରୁ ଡାକୁ ତା’ ଉପରେ ଟେକା ପଥର ସବୁ ଫୋପାଡି କୌଣସି ମତେ ସେ ସେହି ସ୍ଥାନରୁ ଦୌଡି ପଳାଇଲା । ଏଣେ ଏ କୁକୁର ତା’ ପଛେ ପଛେ ଅନ୍ଧାରରେ ଦୌଡୁଥାଏ । ଶେଷରେ ସେ ଡାକୁ ସେନାପତିଙ୍କ ଘର ପାଖରେ ପହଁଚି ସେନାପତି ରୂପ ଧରି ନିଜ ଘରକୁ ଗଲେ । ଏସବୁ ଦେଖି ଯୁବରାଜ ସେଠୁ ଫେରି ଆସିଲେ । ଏଥିରୁ ସେ ଠିକ୍ ଜାଣିପାରିଲେ ଯେ ସେନାପତି ସେହି ବିଷବୃକ୍ଷ ବିଷୟରେ ଜାଣିଲା ପରେ ଯାଇ ସେ ଏପରି ସବୁ କରିଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ