ବିଷ୍ଣୁଙ୍କ ମାୟା

ଭରତର ପିତା ବ୍ରହ୍ମାଙ୍କୁ ନିବେଦନ କଲେ “ପ୍ରଭୁ, ମୋ ପୁତ୍ରକୁ ରକ୍ଷା କରନ୍ତୁ । କାଲି ସକାଳ ସୁଦ୍ଧା ଏପରି ଏକ ସ୍ଥାନରେ ତାକୁ ଲୁଚାଇ ରଖନ୍ତୁ, ଯାହା ରାକ୍ଷସକୁ ଅଗୋଚର ହେବ ।”

ବ୍ରହ୍ମା ଭରତକୁ ନିଜ ସଙ୍ଗରେ ବ୍ରହ୍ମଲୋକ ନେଇଗଲେ । ସେ ଉପବିଷ୍ଟ ଥିବା ପଦ୍ମଫୁଲର ଏକ ପାଖୁଡା ରୂପରେ ଭରତକୁ ଗୋପନୀୟ ରଖିଲେ ।

ପରଦିନ ବିରୂଥ ନିର୍ଦ୍ଧାରିତ ସମୟରେ ସେହି ସ୍ଥାନରେ ପହଁଚି ଭରତର ପିତାଙ୍କୁ ତାତ୍ସଲ୍ୟ କରି କହିଲା, “ମୁର୍ଖ, ବ୍ରହ୍ମା ତୁମର ପୁଅକୁ ତାଙ୍କ ପଦ୍ମଫୁଲର ଏକ ପାଖୁଡା କରି ରଖିଛନ୍ତି । ତୁମେ କ’ଣ ଭାବୁଛ, ମୁଁ ଏତିକି ଜାଣି ପାରିବି ନାହିଁ । ଏଥରକ ତୁମେ ହାରିଗଲ । ମୁଁ ଆଉ ଏକ ସୁଯୋଗ ଦେଉଛି ।”

ଭରତର ପିତା ପ୍ରଭୁ ଶଙ୍କରଙ୍କୁ ସ୍ମରଣ କଲେ । ଭଗବାନ୍ ଶଙ୍କର ଆର୍ବିଭୂତ ହେବାରୁ, ବ୍ରହ୍ମାଙ୍କ ପରି ତାଙ୍କୁ ମଧ୍ୟ ସେ ପୁତ୍ରର ଜୀବନରକ୍ଷା ପାଇଁ ଆକୁଳ ନିବେଦନ କଲେ । ଭରତକୁ ସେ ଦେବୀ ପାର୍ବତୀଙ୍କ କାନରେ ଏକ ଫୁଲକଢି ରୂପେ ସଜାଇ ଦେଲେ ।

ବିରୂଥ ପରଦିନ ଆସି ଭରତଙ୍କ ପିତାଙ୍କୁ ବ୍ୟଙ୍ଗ କରି କହିଲା, “ତୁମ ପୁତ୍ର ପାର୍ବତୀଙ୍କ କାନରେ ଏକ କଢ ରୂପରେ ଶୋଭା ପାଉଛି । ଏ ରହସ୍ୟ ମୁଁ ଜାଣି ସାରିଲିଣି । ତାକୁ ଲୁଚେଇବା ପାଇଁ ମୁଁ ତୁମକୁ ଆଉ ଏକ ସୁଯୋଗ ଦେବି । ହେଲେ ମନେରଖ, ଏହା ତୁମ ପାଇଁ ଶେଷ ସୁଯୋଗ ।”

ସେହିଦିନ ଭରତର ପିତା ଭଗବାନ ବିଷ୍ଣୁଙ୍କ ଆରାଧନା କଲେ । ବିଷ୍ଣୁ ଆର୍ବିଭୂତ ହୋଇ, ପୁତ୍ରର ଜୀବନରକ୍ଷା ଭାର ବହନ କରିବାକୁ ବାଳକକୁ ନିଜ ସଙ୍ଗରେ ନେଇ ଚାଲିଗଲେ ।

ତା’ପର ଦିନ ବିରୂଥ ସେଠାରେ ଆସି ପହଁଚିଲା । ଦିବ୍ୟଦୃଷ୍ଟି ନିକ୍ଷେପ କରି ସେ ତିନିଲୋକ ଟିକିନିଖିକରି ଖୋଜିଗଲା । କିନ୍ତୁ ଭରତର ସନ୍ଧାନ ପାଇ ପାରୁ ନ ଥାଏ । ଅସହାୟ ହୋଇ ସେ ଚିତ୍କାର କରି ଉଠିଲା, “ଏ ମୁନି-ପୁତ୍ର, ତୁ କେଉଁଠି ଅଛୁ?”

ତତ୍କ୍ଷଣାତ୍ ବିରୂଥର ବକ୍ଷ ଚିରି ଭରତ ପଦାକୁ ବାହାରି ଆସିଲା । ରାକ୍ଷସ ତଳେ ପଡି ମରିଗଲା । ଏଥୁଅନ୍ତେ ରାକ୍ଷସ ଜନ୍ମରୁ ସେ ମୁକ୍ତି ପାଇ, ପୂର୍ବ ଗନ୍ଧର୍ବ ରୂପରେ ମୁନିବରଙ୍କୁ ପ୍ରଣାମ କରି ସ୍ୱର୍ଗ ଅଭିମୁଖେ ଚାଲିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ