ବିଷ୍ଣୁଭକ୍ତ ଗଜରାଜ

                ଯଥା– ସେ ହାତୀ ଥିଲା ପୂର୍ବ ଜନ୍ମରେ ଗୋଟିଏ ରାଜ୍ୟର ରାଜା । ରାଜା ଖୁବ୍ ନ୍ୟାୟବନ୍ତ, ପ୍ରଜାବତ୍ସଳ ତଥା ଈଶ୍ୱରାନୁଗାମୀ ଥିଲେ । ଜୀବନର ଶେଷ ଅବସ୍ଥାରେ ସେ ରାଜା ତାଙ୍କ ରାଜକାର୍ଯ୍ୟ ତ୍ୟାଗ କରି ଭଗବତ୍ ଚିନ୍ତାରେ ଜୀବନର ବାକି ସମୟ କଟାଇବା ପାଇଁ ଗୋଟିଏ ଜଙ୍ଗଲ ମଧ୍ୟରେ ଯାଇ ଧ୍ୟାନମଗ୍ନ ହେଲେ । ଦିନେ ଅଗସ୍ତ୍ୟ ମୁନି ସେହି ରାସ୍ତାରେ ଯାଉ ଯାଉ ରାଜାଙ୍କୁ ଦେଖିବାକୁ ପାଇଲେ । କିନ୍ତୁ ସେତେବେଳେ ରାଜା ଥିଲେ, ଧ୍ୟାନମଗ୍ନ । ତେଣୁ ସେ ମୁନିଙ୍କୁ ଆଉ ଯଥୋଚିତ ସମ୍ମାନ ଜଣାଇ ପାରିଲେ ନାହିଁ । ମାତ୍ର ମୁନି ବୁଝିଲେ କି ରାଜା ତାଙ୍କୁ ଗର୍ବରେ ସମ୍ମାନ ଦେଉ ନାହାଁନ୍ତି । ଏପରି କଥା ଚିନ୍ତା କରୁ କରୁ କ୍ରମେ ସେ ଅଗସ୍ତ୍ୟ ମୁନି ରାଜାଙ୍କ ଉପରେ ଅତି ମାତ୍ରାରେ କ୍ଷୁବ୍ଧ ହୋଇ ରାଜାଙ୍କୁ ଅଭିଶାପ ଦେଇ କହିଲେ, ‘ହେ ରାଜା ! ତୁମେ ମୋ ପ୍ରତି ଅବଜ୍ଞା କରିଥିବା ହେତୁ ଏଇ ମୁହୂର୍ତ୍ତରୁ ତୁମେ ଏକ ମତୁଆଲା ହାତୀର ରୂପ ନେଇ ଏଇ ଜଙ୍ଗଲରେ କାଳାତିପାତ କର ।’

                ରାଜାଙ୍କର ଧ୍ୟାନ ଭଙ୍ଗ ହେବା ପରେ ସେ ଯାଇ ମୁନିଙ୍କୁ ଦେଖି ତାଙ୍କୁ ସଶ୍ରଦ୍ଧ ପ୍ରଣାମ କଲେ ଏବଂ ସେ ଯେତେବେଳେ ଅଭିଶପ୍ତ ବୋଲି ମୁନିଙ୍କ ପାଖରୁ ଜାଣିବାକୁ ପାଇଲେ ସେଥିରେ ସମସ୍ତ ବିଷୟ ବୁଝାଇ ଶେଷରେ କ୍ଷମା ମାଗିଲେ । ମାତ୍ର ଋଷି ଅଗସ୍ତ୍ୟ କହିଲେ, ‘ଅଭିଶାପ ତ ଅବଶ୍ୟ ଫଳିବ’ । ଏଥିରେ ସେ ରାଜା ଅତ୍ୟନ୍ତ ଦୁଃଖ ପ୍ରକାଶ କରିବାରୁ ଋଷି ପୁଣି କହିଲେ, ‘ତେବେ ତୁମେ ତୁମର ଏହି ଭଗବତ୍ ଚିନ୍ତା କରି ତାଙ୍କର ଆଶ୍ରୟ ପାଇଥିବା କାରଣରୁ ଭବିଷ୍ୟତରେ ବିଷ୍ଣୁଙ୍କ ଦ୍ୱାରା ହିଁ ତୁମେ ଏ ଅଭିଶାପରୁ ମୁକ୍ତ ହେବ ।’ ଏହି କଥା କହି ସାରିବା ପରେ ଅଗସ୍ତ୍ୟ ମୁନି ସେହି ସ୍ଥାନ ତ୍ୟାଗ କରି ଚାଲିଗଲେ । ସେହିଦିନ ଠାରୁ ରାଜା ହାତୀର ରୂପ ନେଇ ସେ ଜଙ୍ଗଲ ଭିତରେ ବୁଲୁ ବୁଲୁ ଆସି ଏହି ପୁଷ୍କରିଣୀରେ ପହଁଚି ବିପଦର ସମ୍ମୁଖୀନ ହୋଇଥିଲେ ।

                ଆଉ ଏତିକି ବେଳେ ତାଙ୍କର ଅଗସ୍ତ୍ୟ ମୁନିଙ୍କ ଅଭିଶାପ ତଥା ଆଶୀର୍ବାଦ କଥା ମନେ ପଡିଲା ଏବଂ କୁମ୍ଭୀରର ଆକ୍ରମଣରେ ସେ ଯନ୍ତ୍ରଣାରେ ଛଟ ପଟ ହେଉଥାଆନ୍ତି । ତେଣୁ ସେ ଭଗବାନ ବିଷ୍ଣୁଙ୍କୁ ଅତି କାତର ହୋଇ ଡାକିବାକୁ ଲାଗିଲେ । ତାଙ୍କର ପ୍ରାଣର ବ୍ୟାକୁଳତାରେ ଭଗବାନଙ୍କ ଆସନ ଖାଲି ଟଳମଳ ହେବାକୁ ଲାଗିଲା । ତା’ପରେ ଭଗବାନ ବିଷ୍ଣୁ ନିଜର ବାହନ ଗରୁଡ ପିଠିରେ ବସି ତୁରନ୍ତ ଭକ୍ତଙ୍କ ନିକଟରେ ଆସି ପହଁଚିଲେ । ପୂର୍ବର ସେ ଅଗସ୍ତ୍ୟ ମୁନିଙ୍କ କଥାନୁସାରେ ଭଗବାନ ବିଷ୍ଣୁଙ୍କୁ ଦେଖି ସେ ହାତୀ ନିଜର ଥୋଡ ପାହାଡ ଉଠାଇ ତାଙ୍କୁ ପ୍ରଣାମ କଲା । ହେଲେ ଏତିକି ବେଳକୁ ସେ ପୁଷ୍କରିଣୀର ପାଣି ହାତୀର ରକ୍ତରେ ସମ୍ପୂର୍ଣ୍ଣ ନାଲି ବର୍ଣ୍ଣ ଧାରଣ କରିସାରିଥାଏ । ଏଣେ ହାତୀର ଆଖିରେ ଲୁହ, ହୃଦୟର କୋହ ବୁଝି ଦୟାମୟ ଭଗବାନ ବିଷ୍ଣୁ ଭକ୍ତର ଦୁଃଖ ଲାଘବ କରିବା ପାଇଁ ଚିନ୍ତା କଲେ । ତା’ପରେ ସେ ତାଙ୍କର ସୁଦର୍ଶନକୁ ନିର୍ଦେଶ ଦେଲେ ଯେ ସେ କୁମ୍ଭୀର କବଳରୁ ହାତୀକୁ ଉଦ୍ଧାର କରିବା ପାଇଁ । ଆଦେଶ ପାଇବା ମାତ୍ରେ ସୁଦର୍ଶନ ଜଳ ଭିତରେ ଥିବା ସେହି ବଳଶାଳୀ କୁମ୍ଭୀରକୁ କାଟି ଖଣ୍ଡ ଖଣ୍ଡ କରି ହାତୀକୁ ଉଦ୍ଧାର କଲେ । ମୁନି ବାକ୍ୟାନୁସାରେ ସେ ହାତୀଟି ଭଗବାନ ବିଷ୍ଣୁଙ୍କୁ ସାକ୍ଷାତ ପାଇ ସଶ୍ରଦ୍ଧ ପ୍ରଣାମ କରିବା ବେଳେ ତାଙ୍କୁ ଆଶୀର୍ବାଦ କରି ବିଷ୍ଣୁ କହିଲେ, ‘ତୁମେ ଏବେ ତୁମ ଅଭିଶାପରୁ ମୁକ୍ତ’ । ଯାଅ, ଶାନ୍ତିରେ କାଳାତିପାତ କର’ । ଏହା ଶୁଣି ସେ ହାତୀ ରୂପୀ ରାଜା କହିଲେ, ‘ପ୍ରଭୁ ! ମୁଁ ବୁଝିଛି ଏ ସମଗ୍ର ସଂସାର ମୋହ, ମାୟାରେ ପରିପୂର୍ଣ୍ଣ । ତେଣୁ ମୁଁ କାଳାତିପାତ କରିବା କଥା ଆଦୌ ଚିନ୍ତା କରୁନାହିଁ । ମୋର କେବଳ ଏତିକି ପ୍ରାର୍ଥନା, ଆପଣଙ୍କ ବାହୁଛାୟା ତଳେ କାଳେ କାଳେ ଯେମିତି ମୁଁ ବାସ କରେ ଏବଂ ଆପଣଙ୍କୁ ସ୍ମରଣ କରିପାରେ ।

                ଏହା ଶୁଣି ଭଗବାନ ବିଷ୍ଣୁ କହିଲେ, ‘ତଥାସ୍ତୁ’ । ସଙ୍ଗେ ସଙ୍ଗେ ଭଗବାନ ବିଷ୍ଣୁ ସେ ହାତୀଙ୍କ ସମ୍ମୁଖରୁ ଅଦୃଶ୍ୟ ହୋଇଗଲେ ସତ, ହେଲେ ସେ ହାତୀ ସେହି ପରମ ପୁରୁଷଙ୍କ ରୂପ ମାଧୁରୀରେ ସମ୍ପୂର୍ଣ୍ଣ ମଗ୍ନ ହୋଇ ଯାଇଥିଲେ ଆଉ କେବଳ ତାଙ୍କୁ ହିଁ ଦେଖୁଥିଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ