ବୀଣାର ବିବାହ

ଏକଥା ଶୁଣି ବୀଣା କହିଲା, “ମୁଁ ଆପଣଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହୁଁଛି । ବିବାହ ପାଇଁ ମୁଁ ସ୍ୱୀକୃତି ନ ଦେଲେ ଆପଣ କ’ଣ କରିବେ?”

ଏପରି ଅବାନ୍ତର ପ୍ରଶ୍ନ ଶୁଣି ଯୁବରାଜ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ, “ମୁଁ ଏ ଦେଶର ଭାବି ରାଜା । ମୁଁ କାହାକୁ ବିବାହ କରିବାକୁ ଚାହିଁଲେ, ସେ କିପରି ବା ଅସ୍ୱୀକାର କରିପାରିବ? ଆଉ ତମେ ଯଦି ମୋ ପ୍ରସ୍ତାବକୁ ସ୍ୱୀକାର ନ କରିବ ତେବେ ତମେ ସବୁଠାରୁ ଗର୍ବୀ ଓ ମୂର୍ଖ ହେବ । ଏହିପରି ଅବସ୍ଥାରେ ତୁମଠାରୁ ଅଧିକ ସୁନ୍ଦରୀ ଯୁବତୀକୁ ମୁଁ ଖୋଜି ତାକୁ ବିବାହ କରିବି ।”

ତାଙ୍କ କଥା ଶୁଣି ବୀଣା କହିଲା, “ଯୁବରାଜ, ମୋତେ କ୍ଷମା କରିବେ, ମୁଁ ଆପଣଙ୍କୁ ବିବାହ କରି ପାରିବି ନାହିଁ । କାରଣ ମୋର ବିବାହ ବହୁ ପୂର୍ବରୁ ଅନ୍ୟ କାହା ସହିତ ନିଶ୍ଚିତ ହୋଇ ସାରିଛି ।” ଏତିକି କହି ସେ ତାଙ୍କ ରାଜପ୍ରାସାଦ ଛାଡି ନିଜ ଗ୍ରାମକୁ ଫେରିଗଲା ଓ ଶିବ କୁମାରକୁ ବିବାହ କଲା ।

କାହାଣୀଟି ଏତିକିରେ ଶେଷ କରି ବେତାଳ ପଚାରିଲା, “ରାଜନ୍, ବୀଣା ତ ତା’ ପିଲା ବେଳରୁ ରାଜକୁମାରଙ୍କୁ ବିବାହ କରିବାର ସୁନେଲୀ ସ୍ୱପ୍ନ ଦେଖୁଥିଲା, ନୁହେଁ କି? କିନ୍ତୁ ଯେତେବେଳେ ତା’ ସ୍ୱପ୍ନ ବାସ୍ତବତାରେ ପରିଣତ ହେବାକୁ ଯାଉଥିଲା, ସେ ପୁଣି କାହିଁକି ମନା କରିଦେଲା? ଏହାର ଉତ୍ତର ଜାଣି ମଧ୍ୟ ଯଦି କିଛି ନ କହିବେ ତେବେ ଆପଣଙ୍କ ଶିର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମ କହିଲେ, “ବେତାଳ, ଯେତେବେଳେ ଯୁବରାଜ କହିଲେ, ବୀଣା ତାଙ୍କୁ ବିବାହ ନ କଲେ ସେ ତାଠାରୁ ଅଧିକ ସୁନ୍ଦରୀ ଯୁବତୀକୁ ବିବାହ କରିବେ ସେତେବେଳେ ବୀଣା ଉପଲବ୍ଧି କଲା ଯେ ଯୁବରାଜ ତାର ସୌନ୍ଦର୍ଯ୍ୟରେ ମୁଗ୍ଧ, କିନ୍ତୁ ତାଙ୍କ ହୃଦୟରେ ତା’ପ୍ରତି ଆଦୌ ସ୍ନେହ ନାହିଁ । ଅଥଚ ଗ୍ରାମରେ ଥିବା ଶିବକୁମାର ତାକୁ ପ୍ରାଣରୁ ବଳି ବେଶି ଭଲ ପାଏ । କେବଳ ସେଇଥିପାଇଁ ସେ ତା’ ଗ୍ରାମକୁ ପଳାଇଲା ।”

ରାଜାବିକ୍ରମ ପ୍ରଶ୍ନର ସଠିକ୍ ଉତ୍ତର ଦେବାରୁ ତାଙ୍କ ମୌନ ଭଙ୍ଗ ହୁଅନ୍ତେ ବେତାଳ ଶବସହ ରାଜାଙ୍କ କାନ୍ଧରୁ ଖସି ପୁନର୍ବାର ବୃକ୍ଷଡାଳରେ ଯାଇ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ