ବୀର ହରିହର

                ରୋଷେଇ କରି ଖାଇପିଇ ସାରି ଚାରି ଟଙ୍କା ଥଳିକୁ ମଝିରେ ରଖି ତା’ ଚାରିକଡେ ଏ ଚାରିଜଣ ଚାକର ଶୋଇଗଲେ । ହେଲେ କାହାକୁ ବି ନିଦ ଆସି ନଥାଏ; ହଠାତ୍ ସେମାନେ କେହି ଜଣେ ନାକୁଆ ସ୍ୱରରେ କହିବାର ଶୁଣିଲେ, “ତମମାନଙ୍କ ବହପ ତ କିଛି କମ୍ ନୁହେଁ ମୁଁ ଦେଖୁଛି! ମୋରି ଗଛତଳେ ଆସି ମନଇଚ୍ଛା ରୋଷେଇ କରି ଖାଇବ ଅଥଚ ମୋ ପାଇଁ କିଛି ବି ରଖିବ ନାହିଁ! ଆହୁରି ପୁଣି ଆରାମ୍ରେ ଶୋଇବ! ଆରେଃ!”

                ଏପରି କଥା ଶୁଣି ସେମାନେ ଅଚାନକ ଉପରକୁ ଅନାଇଲେ । ଦେଖିବା ବେଳକୁ କିଏ ଗୋଟାଏ ବିକଟାଳ ରୂପରେ ସେମାନଙ୍କୁ ଅନାଇଛି । ତା ଆଖି ଯୋଡିକ ଜଳୁଛି । ସାପ ଭଳି ଲମ୍ବ ଲମ୍ବ ତା’ ଗୋଡ ଦୁଇଟି ଝୁଲି ପଡିଛି । ସେ ତଳକୁ ଓହ୍ଲାଉଛି ।

                ଏସବୁ ଦେଖି ସେମାନେ ଚିତ୍କାର କରି ଟଙ୍କା ଥଳିତକ ଛାଡି ସେଠାରୁ ଦୌଡି ପଳାଇଲେ । ସେମାନେ ଶଙ୍ଗେଶ୍ୱରରେ ପହଁଚିବା ବେଳକୁ ଅଧ ରାତି ଆସି ହୋଇଗଲାଣି । ତା’ପରେ ଗୁମାସ୍ତାଙ୍କ ଘର କବାଟରେ ବାଡେଇ ତାଙ୍କୁ ସେମାନେ ନିଦରୁ ଉଠାଇଲେ ଓ ସବୁ କଥା କହିଲେ । ସବୁକଥା ଶୁଣି ଗୁମାସ୍ତା ସେମାନଙ୍କୁ ଲକ୍ଷ୍ୟ କରି କହିଲେ, “ତିନିଜଣଙ୍କୁ ତ ମୁଁ ଦେଖୁଛି, ହେଲେ ଆଉ ଜଣେ କାହିଁ?”

ସେତେବେଳକୁ ଯାଇ ସେ ତିନିଜଣ ବୁଝିଲେ ଯେ ସେମାନଙ୍କ ସାଙ୍ଗ ହରିହରକୁ ଛାଡି ସେମାନେ ସେଠାରୁ ପଳାଇ ଆସିଛନ୍ତି ।

ଗୁମାସ୍ତା ସେମାନଙ୍କ ଉପରେ ବିରକ୍ତ ହୋଇ କହିଲେ ଯେ “ତମେ ତିନିଟା ଏଡେ ମୂଢ! ପଳାଇ ଆସିଲ ତ ଆସିଲ, ହେଲେ ତାକୁ ତମେମାନେ ସେଠାରେ କିପରି ଛାଡି ଆସିଲ? ତା’ପରେ ସେ ଗୁମାସ୍ତା ଜମିଦାରଙ୍କ ପାଖକୁ ଯାଇ ତାଙ୍କୁ ଏ ବିଷୟରେ ଖବର ଦେଲେ । ଜମିଦାର ଓ ଗୁମାସ୍ତା ସଙ୍ଗେ ସଙ୍ଗେ ଦୁଇ ଚାରିଜଣ ପ୍ରହରୀଙ୍କୁ ଧରି ସେ ଗଛ ଆଡେ ଚାଲିଲେ । ସେମାନେ ସେଠାରେ ପହଁଚିବା ବେଳକୁ ତ ପ୍ରାୟ ଭୋର ହୋଇ ଆସିଲାଣି । ସେମାନେ ଲକ୍ଷ୍ୟ କଲେ, ହରିହର ସେଠାରେ ଟଙ୍କାଥଳି ସବୁକୁ ଆବୋରି ବସିଛି । ଧୀରେ ସେ ମୁଣ୍ଡ ତୋଳିଲା ।

ଏସବୁ ଦେଖି ସେ ଜମିଦାର କହିଲେ “ସାବାସ୍, ହରିହର ସାବାସ୍! ତୋ ଭଳି ସାହସୀ ପରିଚାରକ ପାଇଁ ମୁଁ ଆଜି ପ୍ରକୃତରେ ବହୁତ ଗର୍ବିତ । ଅନ୍ୟ ତିନିଜଣ ତ ଭୂତ ଦେଖି ପ୍ରାଣମୂର୍ଚ୍ଛା ଦୌଡିଲେ । ମାତ୍ର ତୁ ଏକା ଟଙ୍କାତକ ଜଗି ବସି ରହିଲୁ । ଏହା କ’ଣ କିଛି କମ୍ କଥା?”

ତାଙ୍କ ଦେଖାଦେଖି ଗୁମାସ୍ତା ବି କହିଲେ, “ହରିହର ଭିତରେ ଏଭଳି ସାହସ ଓ କର୍ତ୍ତବ୍ୟପରାୟଣତା ଲୁଚି ରହିଛି ବୋଲି ମୁଁ ବି ଜାଣି ନଥିଲି ।”

ଜମିଦାର ଓ ଗୁମାସ୍ତା ଘୋଡାରେ ଚଢି ଚାଲିଗଲେ । ହରିହର ଅନ୍ୟମାନଙ୍କ ସହ ଚାଲି ଚାଲି ଯାଇ ଶଙ୍ଖେଶ୍ୱରରେ ପହଁଚିଲା ବେଳକୁ ତା’ ସାହସ କଥା ଚାରିଆଡେ ପ୍ରଚାର ହୋଇ ଗଲାଣି । ଲୋକେ ତାକୁ କେତେ ଅଭିବାଦନ ଜଣାଇଲେ । ତା’ପରେ ସେ ସିଧା ତା’ ଘରକୁ ଗଲା । ସେଠି ସେ ଦେଖିଲା, ଜମିଦାର ତା’ ସ୍ତ୍ରୀ ପାଖକୁ ପାଂଚଶହ ଟଙ୍କା ପୁରସ୍କାର ପଠାଇ ଦେଇଛନ୍ତି ।

ହରିହରର ସ୍ତ୍ରୀ ତାକୁ ତଥା ତା’ ସ୍ୱାମୀକୁ ନିମ୍ନ କଣ୍ଠସ୍ୱର କରି ପଚାରିଲା, “କ’ଣ ସେ କଥାଟି କହିଲ? ତମେ ମୂର୍ଚ୍ଛା ଯାଇଥିଲ କି?”

ତା’ପରେ ହରିହର କହିଲା “ହଁ ସେଇଆ ନୁହେଁ ତ ଆଉ କ’ଣ? ସେ ଭୂତକୁ ଦେଖି ମୋ ଗୋଡ ତ ଆଉ ଚଳିଲା ନାହିଁ । ଯେତେବେଳେ ସେ ତଳକୁ ଓହ୍ଲାଇବାର ମୁଁ ଦେଖିଲି, ଠିକ୍ ସେତେବେଳେ ମୁଁ ମୋ ଚେତା ହରାଇଲି । ଭୋର ବେଳକୁ ଜମିଦାର ଓ ଅନ୍ୟମାନଙ୍କ କଥାବାର୍ତ୍ତା ଶୁଣି ମୋ ନିଦ ହଠାତ୍ ଭାଙ୍ଗିଲା ।”

ସ୍ୱାମୀଙ୍କ କଥା ଶୁଣି ସ୍ତ୍ରୀ ହସି ହସି କହିଲା “ମୁଁ ବି ତ ଠିକ୍ ସେଇଆ ହିଁ ଅନୁମାନ କରୁଥିଲି । ଏବେ ମୋ କଥା ମନଦେଇ ଶୁଣ । ଭୂତ, ତମେ ଓ ମୋ ଛଡା ତ ଆଉ କେହି ବି ସେ ଅସଲ କଥା ଜାଣନ୍ତି ନାହିଁ । ଏଣୁ ତମେ ମଧ୍ୟ ଆଉ କାହାକୁ କିଛିବି କହିବା ମୋଟେ ଦରକାର ନାହିଁ । କ’ଣ ବୁଝିଲ ତ?”

ସେହି ଦିନଠାରୁ ସେ ହରିହରକୁ ସମସ୍ତେ ବୀର ହରିହର ବୋଲି ଡାକନ୍ତି । ଜମିଦାର ଦେଇଥିବା ପୁରସ୍କାର ଟଙ୍କାରେ ସେ ଗୋଟିଏ ଦୋକାନ କଲା ଓ କ୍ରମେ ଉନ୍ନତି କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ