ବୁଢୀଟି କାନ୍ଦୁଥିଲା କାହିଁକି?

         ଏଥର ଚତୁର୍ଥ ଚୋର କଥାରେ ସମସ୍ତେ ରାଜି ହୋଇଗଲେ । ସଙ୍ଗେ ସଙ୍ଗେ ଯାଇ ରାଜା ଝିଅକୁ ତା’ର ଶୋଇବା ପଲଙ୍କ ସହିତ ଟେକି ଆଣିଲେ । ସମସ୍ତେ ଚତୁର୍ଥ ଚୋରକୁ କହିଲେ ଯେ ତୋର ମାନସିକ ତୁ ଯା’ ଯେତେ ଶୀଘ୍ର ବଳି ଦେଇ ଦେ । ତା’ପରେ ସକାଳ ହେବା ଆଗରୁ ଆମେ ଭାଗ ବଂଟା କରି ଏଠାରୁ ଚାଲି ଯିବା ।

         ତା’ପରେ ଚତୁର୍ଥ ଚୋର ରାଜା ଝିଅକୁ ଟାଣି ଟାଣି ଆଣିଲା ଠାକୁରାଣୀଙ୍କ ଆଗକୁ । ରାଜା ଝିଅ ବିପଦରେ ପଡିଛି ଜାଣି ଖାଲି ଭେଁ ଭେଁ ହୋଇ କାନ୍ଦୁଥାଏ । ଚୋର ଯେତେ ବେଳେ ରାଜା ଝିଅକୁ ବଳି ପକାଇବାକୁ ଖଡ୍ଗ ଉଠାଇଲା ମୁଁ ପଛରୁ ଯାଇ ତା’ର ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦୁଇ ଖଣ୍ଡ କରି ଦେଲି । ଏହା ପରେ ଏତେ ବେଳଯାଏଁ ଚତୁର୍ଥ ଚୋର କାହିଁକି ଫେରି ନାହିଁ । ତାକୁ ଦେଖିବା ଲାଗି ଜଣକ ପରେ ଜଣେ ଠାକୁର ଘରକୁ ଆସନ୍ତେ, ମୁଁ ଚତୁର୍ଥ ଚୋର ପରି ସମସ୍ତଙ୍କୁ ମୋ ତରବାରୀରେ ହାଣି ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଲି । ଏହା ପରେ ରାଜା ଝିଅକୁ ଉଆସରେ ଛାଡି ଦେଇ ଆସିବା ବେଳକୁ ରାଜା ଝିଅ ମୋ ସହିତ ନିଜର କାମନା ବାସନା ପୂର୍ଣ୍ଣ କରିବାକୁ ଜୋର୍ କଲାରୁ ମୁଁ ସେଥିରେ ରାଜି ନହୋଇ ପଳାଇ ଆସିବାରୁ ସେ ରାଗ ଓ କ୍ରୋଧରେ ଉପର ଉଆସରେ ଥାଇ ଚିତ୍କାର କଲା ଯେ – ଚୋର ଚୋର ।

         ମୁଁ ତରତରରେ ନିଶୁଣିରୁ ଓହ୍ଲାଇବା ବେଳକୁ ରାଜା ଘରର କଟୁଆଳ ମାନେ ମୋତେ ଘେରି ଯାଇ ବାନ୍ଧି ପକାଇଲେ ଓ ବନ୍ଦିଶାଳରେ ନେଇ ରଖି ଦେଲେ ।

        ଜଗୁଆଳି ପୁଅ ଠାରୁ ଏସବୁ କଥା ଶୁଣି ବିଚାରପତି ଲୋକ ପଠାଇ ଠାକୁରାଣୀ ମନ୍ଦିର ତନଖି କରିବାରୁ ସେଠାରୁ ସବୁ ସତ କଥା ଜଣା ପଡିଲା । ଏଥି ଯୋଗୁଁ ବିଚାରପତି ଜଗୁଆଳି ପୁଅକୁ ନିର୍ଦ୍ଧୋଷରେ ଖଲାସ କରି ଦେବା ସହିତ ରାଜା ଝିଅକୁ ଫାଶି ଦଣ୍ଡ ଦେବାକୁ ଆଦେଶ ଦେଲେ ।

         ଶୁଆ ଏଥର ବିଦ୍ରୁପରେ ହସି ହସି କହିଲା – ଏଥର ତୁମ ମାଇପି ଜାତିଙ୍କ କଥା ଶୁଣିଲୁତ । ଏଥିରେ ସଂସାରେ କୋଉ ମାଇପିଲାଙ୍କୁ କିପରି ବିଶ୍ୱାସ କରିବା ଉଚିତ୍ ।

         ଶୁଆ କଥା ଶୁଣି ଶାରୀ ହସିଲା – ଠିକ୍ ଅଛି ତୋ ପରେ ମୁଁ ଏବେ ଗୋଟାଏ କଥା କହୁଛି ଶୁଣ । ସେହି କଥାଟି ଶୁଣି ସାରିବା ପରେ କହିବୁ ତ, ତମ ପୁରୁଷ ଜାତିଟା କେତେ ଭଲ ।


ଗପ ସାରଣୀ

ତାଲିକାଭୁକ୍ତ ଗପ