ବୁଦ୍ଧିମାନ ବାଳକ

       କିନ୍ତୁ ସତ୍ୟବତୀର ଆଜି କାଲିକା ପିଲାଙ୍କ ଉପରେ ବିଶ୍ୱାସ ଆସେନି । ସେ ସ୍ୱାମୀକୁ କହେ, “ତୁମେ ଏମିତି ଖାଲି ଦିବା ସ୍ୱପ୍ନ ଦେଖୁଥାଅ । ଆଜି କାଲିକା ପିଲାଙ୍କ କଥା ନ କହିଲେ ଭଲ । ବାପା ମା’ଙ୍କୁ ରଖିବା ତ ଦୂରର କଥା, ଖାଇବାକୁ ପିଇବାକୁ ଦେବାକୁ ମଧ୍ୟ ଭଲ ପାଆନ୍ତି ନାହିଁ । ତେଣୁ ମହାପୁରୁଷ ମାନେ କହିଛନ୍ତି ପରା – “ଜଣେ ବାପ ଶହେ ସନ୍ତାନ ହେଲେ ମଧ୍ୟ ଯେକୌଣସି ମତେ ସେ ତାଙ୍କୁ ପାଳନ କରିପାରେ କିନ୍ତୁ ଶହେ ସନ୍ତାନ ମିଶିଲେ ମଧ୍ୟ ଗୋଟିଏ ବାପାଙ୍କୁ ପାଳି ପାରନ୍ତି ନାହିଁ ।” ସତ୍ୟବତୀର ଏ କଥା ଶୁଣି ସସିମ୍ର ତା’ ଉପରେ ରାଗିଯାଇ କହେ, “ତୁମେ କେମିତି ପ୍ରକାରର ଲୋକ କେଜାଣି? ନିଜ ପୁଅ ଉପରେ ତୁମର ସାମାନ୍ୟ ଟିକେ ଭରସା ନାହିଁ ।” ଯାହା ହେଲେ ମଧ୍ୟ ସତ୍ୟବତୀ ପ୍ରଥମେ ଜଣକର ସ୍ତ୍ରୀ ତା’ପରେ ଯାଇ ସେ ଦୁମନ୍ତର ମା’ । ସେ ବା’ କେମିତି ସ୍ୱାମୀର ଦୁଃଖ କଷ୍ଟ ସହିବ । ଜଣେ ନାରୀ ନିକଟରେ ତା’ର ଶଙ୍ଖା, ସିନ୍ଦୁର ହେଉଛି ସବୁଠାରୁ ମୂଲ୍ୟବାନ । ଯେତେଦିନ ପର୍ଯ୍ୟନ୍ତ ତା’ ପାଖରେ ତା’ର ସ୍ୱାମୀଥାଏ ସେତେ ଦିନ ପର୍ଯ୍ୟନ୍ତ ସେ ସଂସାରରେ ସୌଭାଗ୍ୟବତୀ ହୋଇ ବଂଚିରହେ । ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀର ସବୁକିଛି ଚାଲିଯାଏ । ତେଣୁ ସତ୍ୟବତୀ ବା’ କେମିତି ତା ସ୍ୱାମୀର ଦୁଃଖ କଷ୍ଟକୁ ସହ୍ୟ କରିବ । ତେଣୁ ସେ ସବୁ ସମୟରେ ଏତେ କଷ୍ଟ ନକରିବାକୁ ସ୍ୱାମୀକୁ ବାରଣ କରେ । ସତ୍ୟବତୀ ସବୁ ସମୟରେ କହେ – “ତୁମେ ବର୍ତ୍ତମାନ କଠିନ ପରିଶ୍ରମ କରି ପୁଅର ପରିବାର ପାଳୁଛ ବୋଲି ସେମାନେ ତୁମକୁ ଆଦର କରୁଛନ୍ତି । ତୁମେ ଯେତେବେଳେ କାମକୁ ପାରିବ ନାହିଁ, ସେମାନେ ତୁମକୁ ଆଡ ଆଖିରେ ମଧ୍ୟ ଅନାଇବେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ