ବୁଦ୍ଧିମାନ ବାଳକ

       କିଛି ବାଟ ଯିବା ପରେ ଜଙ୍ଗଲ ପଡିଲା । ଜଙ୍ଗଲର ଏକ ବୃକ୍ଷ ମୂଳରେ ବଳଦ ଗାଡିଟିକୁ ରଖିଦେଇ ଦୁମନ୍ତ ତା’ର ବାପାକୁ ଆଣି ତଳେ ଶୁଆଇ ଦେଲା । ଏହି ସମୟରେ ସସିମ୍ର ଯେତେବେଳେ ତାଙ୍କୁ କେଉଁଠାକୁ ଆଣିଛୁ ବୋଲି ପଚାରନ୍ତି ଦୁମନ୍ତ ଡାକ୍ତର ଦେଖାଇ ଔଷଧ ଆଣିବ ବୋଲି କହିଲା । ଏହାପରେ ଦୁମନ୍ତ ସେହି ବୃକ୍ଷ ନିକଟରେ ଗାତ ଖୋଳିବାରେ ଲାଗିପଡିଲା । ଗାତ ଖୋଳି ସାରିବା ପରେ ସସିମ୍ରଙ୍କୁ ଆଣି ତା’ ଭିତରେ ଶୁଆଇ ଦେଲା । ଏହି ସମୟରେ ବୁଦ୍ଧିଆ ଏସବୁ ଦେଖି ତା’ର ବାପାଙ୍କୁ ପଚାରିଲା, “ବାପା ! ତୁମେ ଏ ସବୁ କ’ଣ କରୁଛ? ଜେଜେଙ୍କୁ କ’ଣ ନେଇ ସେଇ ଗାତ ଭିତରେ ଶୁଆଇ ଦେଲଣି?” ବୁଦ୍ଧିଆର କଥା ଶୁଣି ଦୁମନ୍ତ କହିଲେ, “ବାପାରେ ! ତୁ ଏସବୁ ବିଷୟରେ କିଛି ଜାଣି ପାରିବୁ ନାହିଁ । ମୁଁ ତୋର ଜେଜେଙ୍କୁ ବର୍ତ୍ତମାନ କବର ଦେବି ।” ଦୁମନ୍ତ ଭାବିଥିଲା ତା’ର କଥା ଶୁଣିବା ପରେ ବୁଦ୍ଧିଆ କିଛି ବୁଝି ପାରିବ ନାହିଁ । ହେଲେ ବୁଦ୍ଧିଆ ତ’ ମହା ଚାଲାକ୍ । ସେ ସଂଗେ ସଂଗେ ତା’ର ବାପାଙ୍କୁ କହିଲା, “ବାପା! ତୁମେ ତା’ ହେଲେ ମୋ ଜେଜେଙ୍କୁ ଜୀଅନ୍ତା ପୋତି ପକାଇ ମାରିଦେବ । ତୁମେ ଏହି କାର୍ଯ୍ୟ କରିସାରିଲା ପରେ ସେହିପରି ଏକ ଗାତ ଖୋଳି ମୁଁ ତୁମକୁ ଜୀଅନ୍ତା ପୋତିଦେବି । ତୁମେ ଯଦି ତାଙ୍କ ପୁତ୍ର ହୋଇ ଏକାମ କରିପାରିଲ, ତା’ ହେଲେ ମୁଁ ତୁମ ପୁତ୍ର ହୋଇ ଏପରି କାର୍ଯ୍ୟ ନିଶ୍ଚୟ କରିପାରିବି ।”

       ଛୋଟ ପିଲା ବୁଦ୍ଧିଆ ମୁହଁରେ ଏକଥା ଶୁଣି ଦୁମନ୍ତ ଆଖିରେ ଲୁହ ଆସିଗଲା । ବୁଦ୍ଧିଆର କଥାକୁ ମର୍ମେ ମର୍ମେ ଅନୁଭବ କରି ସଂଗେ ସଂଗେ ବାପା ସସିମ୍ରଙ୍କ ପାଦତଳେ ପଡିଯାଇ ଭୁଲ୍ ମାଗିଲା । ନିଜ ବାପା ଯେ ତାଙ୍କର ଭୁଲ୍ ବୁଝି ପାରିଛନ୍ତି ଏହା ଦେଖି ବୁଦ୍ଧିଆ ଦୁମନ୍ତଙ୍କୁ କୁଣ୍ଢାଇ ପକାଇଲା । ଏହାପରେ ତିନିଜଣ ଯାକ ଖୁସି ମନରେ ଘରକୁ ଫେରିଲେ । ତେଣୁ ମହାପୁରୁଷ ମାନେ କହିଛନ୍ତି, ପିତା, ମାତାଙ୍କର ସେବାଠାରୁ ବଳି ସେବା ଏ ଦୁନିଆରେ କିଛି ନାହିଁ । ତୁମେ ଯଦି ପିତା, ମାତାଙ୍କୁ ଅବହେଳା କରିବ, ତୁମ ଚତୁଃପାଶ୍ୱର୍ରେ ହୁଏତ କେହି ଏହାକୁ ନେଖି ନ ପାରନ୍ତି ହେଲେ ସର୍ବନିୟନ୍ତା ଏସବୁ ଦେଖି ପାରନ୍ତି । ପିତା, ମାତାଙ୍କର ଆଶୀର୍ବାଦ ବଳରେ ଅସାଧ୍ୟ କାର୍ଯ୍ୟ ମଧ୍ୟ ସାଧିତ ହୋଇଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ