ବୁଦ୍ଧିର ବଳ

       ପ୍ରଥମେ ଜଙ୍ଗଲରେ ହାତୀକୁ ଠାବ କଲେ । ଏବେ ଭଅଁର ହାତୀର କାନ ପାଖରେ ଗୁଣୁଗୁଣୁ ହୋଇ ଗୀତ ଗାଇବା ଆରମ୍ଭ କରିଦେଲା । ହାତୀ ଏଭଳି ସୁମଧୁର ସଂଗୀତ ଶୁଣି ମୁଗ୍ଧ ହୋଇଗଲା । ସୁତରାଂ ସେ ଆଖି ବନ୍ଦ କରି ମନଦେଇ ଏହି ସଂଗୀତ ଶୁଣିବାକୁ ଲାଗିଲା । ନିମିଷକେ କାଠହଣା ଚଢେଇ ଦମ୍ଫତି ଉଡିଆସି ସେମାନଙ୍କ ତୀକ୍ଷ୍ନ ଥଂଟରେ ହାତୀର ଆଖି ଦୁଇଟିକୁ ଖୁମ୍ପି ଖୁମ୍ପି ତାଡିଦେଲେ । ଏବେ ହାତୀ ତା’ର ଆଖିକୁ ପୋଖରୀ ପାଣିରେ ବୁଡାଇ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଦୌଡିଲା ସିନା, କିଛି ଦେଖା ନଯିବାରୁ ପୋଖରୀ ପାଖରେ ପହଂଚି ନ ପାରି ଯନ୍ତ୍ରଣାରେ ଛଟପଟ ହେଲା ।

       ଠିକ୍ ଏତିକିବେଳେ ନିକଟରେ ଥିବା ପଙ୍କୁଆ ପୋଖରୀ କୂଳରେ ବୁଢାବେଙ୍ଗଟା ବସି କେଁକଟର ରଡିଛାଡିଲା । ଏହି ରଡିଶୁଣି ହାତୀ ଅଣ୍ଡାଳି ଅଣ୍ଡାଳି ପୋଖରୀ କୂଳରେ ପହଂଚିଗଲା । ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ପୋଖରୀରେ ପଶୁ ପଶୁ ତାର ଗୋଡ ପଙ୍କରେ ଗଳିଗଲା । ତା’ର ଶରୀରର ଓଜନ ତାକୁ ପଙ୍କରେ ବୁଡାଇ ରଖିଲା ସିନା ସେ ଯେତେ ଚେଷ୍ଟା କଲେ ବି ଉପରକୁ ଉଠି ପାରିଲା ନାହିଁ । ସେଇଠି ତା’ର ପ୍ରାଣବାୟୁ ଉଡିଗଲା ।

       ଏଥିରୁ ଜଣାଯାଏ ଯେ, କପୋତ ତା’ର ବୁଦ୍ଧି ବଳରେ ହାତୀଭଳି ଗୋଟିଏ ବଡ ଜୀବକୁ ମାରି ଦେଇ ପାରିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ