ବୁଦ୍ଧିହିଁ ବଳ

       ବ୍ରାହ୍ମଣ ଏଥର ସୁନାମୋହରକୁ ଭିକ୍ଷା ଝୁଲିରେ ରଖି ଅନ୍ୟତ୍ର ଭିକ୍ଷା କଲେ । ସଂଧ୍ୟା ବେଳକୁ ଭିକ୍ଷାଝୁଲି ପୂର୍ଣ୍ଣ ହୋଇଯାଇଥାଏ । ସେ ଖୁସିମନରେ ଘରକୁ ଫେରୁଥାନ୍ତି । ଜଙ୍ଗଲ ରାସ୍ତାରେ ଫେରିଲାବେଳେ କିଛି ଦସ୍ୟୁଙ୍କ ହାବୁଡରେ ପଡିଗଲେ ବ୍ରାହ୍ମଣ ।

       ଦସ୍ୟୁମାନେ ବ୍ରାହ୍ମଣଙ୍କ ପଥରୋଧ କରି କହିଲେ, “ହେ ଭିକାରି! ତୋ ନିକଟରେ ଯାହା ସବୁ ଅଛି ଦେଇଦେ, ନଚେତ୍ ତୋତେ ମାରି ସମସ୍ତ ଦ୍ରବ୍ୟ ନେଇଯିବୁ ।”

       ବ୍ରାହ୍ମଣ ହଠାତ୍ ହଡବଡେଇ ଗଲା । ସେ କ’ଣ କରିବ ଠିକ୍ କରିପାରିଲା ନାହିଁ । ତକ୍ଷଣାତ୍ ତା’ର ମୁଣ୍ଡରେ ଏକ ବୁଦ୍ଧି ଜୁଟିଲା । ସେ କହିଲା, “ମୋ ପାଖରେ ମୂଲ୍ୟବାନ ପଦାର୍ଥ ଭିତରେ ଗୋଟିଏ ସୁନା ମୋହର ଅଛି । ତାକୁ ନେଇଯାଇପାର, ମାତ୍ର ଏ ଭିକ୍ଷାନ୍ନକୁ ଦେବି ନାହିଁ ।”

       ଏବେ ଦସ୍ୟୁମାନେ ଭାବିଲେ କି ଆଶ୍ଚର୍ଯ୍ୟ କଥା ଭିକାରି ସୁନା ମୋହର ଦେବାପାଇଁ ରାଜି ହେଉଥିବାବେଳେ ଚାଉଳଗଣ୍ଡିକ କାହିଁକି ଦେବାକୁ ଚାହୁଁ ନାହିଁ? ନିଶ୍ଚୟ ଏଥିରେ ଗୂଢ ରହସ୍ୟ ଅଛି । ସେମାନେ ଅସଲ କଥାଟି ବ୍ରାହ୍ମଣକୁ ବାରମ୍ବାର ପଚାରିବାରୁ ବ୍ରାହ୍ମଣ କହିଲା, “ମୁଁ ପ୍ରତ୍ୟହ ଏହି ଚାଉଳରୁ ଗୋଟିଏ ଲେଖାଏଁ ସୁନା ମୋହର ପାଉଛି । ମୋ ପାଖରେ ଏହି ଚାଉଳ ଗଣ୍ଡିକ ଥିଲା ଯାଏଁ ମୋହର ମିଳୁଥିବ । ସୁତରାଂ ଏହି ଚାଉଳକୁ ମୁଁ ଦେଇ ପାରିବି ନାହିଁ ।”

       ବ୍ରାହ୍ମଣଠାରୁ ଏଭଳି କଥା ଶୁଣି ଦସ୍ୟୁମାନେ ଚାଉଳକୁ ନେଇ ସୁନା ମୋହର ଛାଡି ଚାଲିଗଲେ । ସେମାନେ ଭାବିଲେ ଏହି ଚାଉଳରୁ ଅନେକ ସୁନା ମୋହର ମିଳିବ, ଏଇ ଗୋଟିକ ନେଇ କି ଲାଭ? ଏବେ ବ୍ରାହ୍ମଣ ମରଣ ମୁହଁରୁ ବଂଚିଗଲା, ଆଉ ତା’ର ସୁନାମୋହରକୁ ବି ରଖିପାରିଲା । ଏହା କେବଳ ଉପସ୍ଥିତ ବୁଦ୍ଧିବଳରେ ସମ୍ଭବ ହୋଇପାରିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ