ବୃକ୍ଷ ମହାତ୍ମା

ଅନେକ ବର୍ଷ ତଳର କଥା । ଗୋଟିଏ ଦେଶରେ ଜଣେ ରାଜା ଥିଲେ । ସେ ଅତ୍ୟନ୍ତ ଧନଶାଳୀ ଓ ବଳଶାଳୀ ଥିଲେ । ସେ ସବୁବେଳେ ଗର୍ବ ଅହଂକାରରେ ବୁଡି ରହି ପ୍ରଜାଙ୍କ ମଙ୍ଗଳ ଚିନ୍ତା ପରିବର୍ତେ ସ୍ୱାର୍ଥ ଚିନ୍ତାରେ ବ୍ୟସ୍ତ ଥିଲେ ।

       ଥରେ ରାଜା ରାଜଉଆସ ଛଡା ଆଉ ଏକ ସୁଗମ୍ୟ ଅଟ୍ଟାଳିକା ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ କଲେ । ତହୁଁ ସେ ମନ୍ତ୍ରୀଙ୍କୁ ଡକାଇ ଆଦେଶ ଦେଲେ, ଜଙ୍ଗଲରୁ ସବୁଠାରୁ ବଡ ଓ ସୁନ୍ଦର ବୃକ୍ଷଟିକୁ କାଟି ଆଣି ତା’ର କାଠରେ ଅଟ୍ଟାଳିକା ଓ ସେଥିଲାଗି ବିଭିନ୍ନ କାରୁକାର୍ଯ୍ୟ ପୂର୍ଣ୍ଣ ଆସବାବ ପତ୍ର ତିଆରି କରିବା ପାଇଁ ।

       ରାଜାଙ୍କ ଆଦେଶରେ ମନ୍ତ୍ରୀ ରାଜ୍ୟର ବିଭିନ୍ନ ଜଙ୍ଗଲକୁ ଲୋକ ପଠାଇ ରାଜା ଚାହୁଁଥିବା ମୁତାବକ ବୃକ୍ଷ ଠାବ କରାଗଲା । ସେହି ବୃକ୍ଷଟି ଖୁବ୍ ବଡ ଓ ବେଶ୍ ଝଙ୍କାଳିଆ ଦେଖାଯାଉଥିଲା । ତା’ ଡାଳରେ ଅନେକ ପକ୍ଷୀ ବସାବାନ୍ଧି ରହିଥିଲେ । ପକ୍ଷୀମାନଙ୍କର କଳରବରେ ସାରା ଜଙ୍ଗଲଟା ଉଛୁଳି ପଡୁଥିଲା ।

       ସେଦିନ ଗଛଟିକୁ ଠାବ କରି ସାରିବା ପରେ ମନ୍ତ୍ରୀ ରାଜାଙ୍କୁ ସବୁ କଥା ଗୋଟି ଗୋଟି କରି କହିଦେଲେ । ଏହା ଶୁଣି ରାଜା ବି ବହୁତ ଖୁସିହୋଇଗଲେ । ତହିଁ ପରଦିନ ବୃକ୍ଷଟିକୁ କାଟିବା ପାଇଁ ନିର୍ଦ୍ଧେଶ ଦେଲେ । ଏହା କହି ରାଜା ଗାଢ ନିଦ୍ରାରେ ଶୋଇ ପଡିଲେ । ସେହି ରାତିରେ ରାଜା ଏକ ସ୍ୱପ୍ନ ଦେଖିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ