ବେଦବର ଜାତକ

       ଜଙ୍ଗଲଭିତରେ ଧନକୁ ଜଗିରହିଥିବା ଡକାୟତ ତା’ର ଭାଗୁଆଳି ଫେରିଆସିବା ସଂଗେ ସଂଗେ ତାକୁ ଆକ୍ରମଣକରି ଖଣ୍ଡାରେ ହାଣିଦେଲା । ସେ ଭାବିଲା ଏଥର ମୋର କଂଟାଗଲା । ଏବେ ସବୁ ଧନ ମୋର ହେଲା । ଏହା ବିଚାରି ଡକାୟତ ତା’ର ଭାଗୁଆଳି ଆଣିଥିବା ଖାଦ୍ୟ ଖାଇଲା । ଖାଇବା ଜିନିଷରେ ତ ବିଷ ମିଶିଥିଲା, ଖାଇବା ପରେ ପରେ ସେ ମରି ଶୋଇଲା । ଏହାପରେ ସବୁ ଧନ ସେଇ ଗଛ ମୂଳରେ ପଡିରହିଲା ।

       ଏହି ସମୟରେ ବୋଧିସତ୍ୱ ବାରାଣସୀରୁ ଟଙ୍କା ସୁନା ନେଇ ଆସି ବଣରେ ପହଁଚିଲେ । ସେ ଯେଉଁଠାରେ ଗୁରୁଙ୍କୁ ଛାଡିଯାଇଥିଲେ ସେଠାକୁ ଗଲେ । ସେଠାରେ କାହାରିକୁ ଦେଖିଲେ ନାହିଁ । ସେ ଦେଖିଲେ କେତେଗୁଡାଏ ଟଙ୍କା ସୁନା ଏଣେତେଣେ ପଡିଛି । ବୋଧିସତ୍ୱ ଭାବିଲେ – ଗୁରୁ ବୋଧହୁଏ ମୋ କଥା ନମାନି ଧନ ବର୍ଷା କରିଚନ୍ତି ।

       ବୋଧିସତ୍ୱ ଆଗକୁ ଚାଲିଲେ । କିଛି ବାଟ ଯାଇ ଦେଖିଲେ ଗୁରୁଙ୍କର ଦେହ ଖଣ୍ଡ ଖଣ୍ଡ ହୋଇ ପଡିଚି । ସେ ଗୁରୁଙ୍କ ମରଣ ପାଇଁ ଦୁଃଖକଲେ । ସେ ଆହୁରି ଆଗକୁ ଯାଇ ଦେଖିଲେ ଯେ ଡକାୟତମାନେ ମରିପଡିଚନ୍ତି । ଶେଷରେ ବୋଧିସତ୍ୱ ଯାଇ ଶେଷ ଦୁଇଜଣ ଡକାୟତ ବସିଥିବା ଗଛମୂଳରେ ପହଁଚିଲେ । ସେଠାରେ ଟଙ୍କା ସୁନା ଗୁଡାକ ପଡିରହିଥିଲା ଓ ଡକାୟତ ଦୁଇଟା ମରି ପଡିଥିଲେ । ଗୋଟାଏ ମଲାଦେହ ପାଖରେ କିଛି ଖାଦ୍ୟ ପଡିଥିଲା ।

       ଏହା ଦେଖି ବୋଧିସତ୍ୱ ସବୁ ଘଟଣା ବୁଝିପାରିଲେ । ସେ ଭାବିଲେ – ଗୁରୁ ମୋ କଥା ନମାନି ନିଜେ ମଲେ । ତା’ଛଡା ହଜାରେ ଡକାୟତ ବି ମଲେ । ଗୁରୁ ସେମାନଙ୍କର ମରିବାର କାରଣ ହେଲେ ମନ୍ଦ ବାଟରେ ନିଜର କାମ ହାସଲ କରିବାକୁ ଗଲେ ଫଳ ଏଇପରି ହୁଏ!

       ବୋଧିସତ୍ୱ ସବୁ ଧନ ବାରାଣସୀକୁ ନେଇ ସେସବୁ ଗରିବଲୋକଙ୍କ ଭିତରେ ବାଂଟିଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ