ବ୍ରିଟେନ୍ ରାଜାଙ୍କୁ ଅଦ୍ଭୁତ ଦଣ୍ଡ

“ବ୍ରିଟେନର ରାଜା ନ୍ୟାୟାଳୟେ ଥରେ ଅପରାଧୀ ହୋଇଗଲେ ସାବ୍ୟସ୍ତ

କି’ ଦଣ୍ଡ ବିଧାନ ହେବ ତାଙ୍କ ଲାଗି ନ୍ୟାୟାଧୀଶ ହେଲେ ଅତ୍ୟନ୍ତ ବ୍ୟସ୍ତ ।

ଶେଷରେ ଅଦ୍ଭୁତ ଦଣ୍ଡ ମିଳିଗଲା ମୁକୁଟ ବିହୀନ ତାଙ୍କର ମୁଣ୍ଡ

ଦେଶର ମୁଦ୍ରା ଓ ଡାକ ଟିକଟରେ ରହିବ ଘୋଷଣା ହୋଇଲା ଦଣ୍ଡ ।”

ଏକଦା ବ୍ରିଟେନ୍ର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ସେ ଦେଶର ସମ୍ରାଟ୍ ସପ୍ତମ ଏଡ୍ୱାର୍ଡ ନିଜେ ଅପରାଧୀ ସାବ୍ୟସ୍ତ ହେଲେ । ନିୟମାନୁସାରେ ଅଦାଲତଦ୍ୱାରା ଦୋଷୀକୁ ତ ଉପଯୁକ୍ତ ଦଣ୍ଡ ଦିଆଯିବା କଥା । ହେଲେ ଦେଶର ସମ୍ରାଟ୍ଙ୍କୁ କି’ପ୍ରକାର ଦଣ୍ଡ ଦିଆଯିବ, ଏଥିଲାଗି ନ୍ୟାୟାଧୀଶ ଅତ୍ୟନ୍ତ ବ୍ୟସ୍ତ ତଥା ବିବ୍ରତ ହୋଇ ପଡିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ