ବ୍ୟବସାୟର ଦେବତା

                ଆଶ୍ଚର୍ଯ୍ୟର କଥା ପରଦିନଠାରୁ ବାଙ୍ଗ ଲା ସମସ୍ତିଙ୍କୁ ମାଗଣା ଟୋପି ବନାଇ ଦେଲା ଓ ସନ୍ନ୍ୟାସୀମାନଙ୍କୁ ଡାକି ଖାଇବାକୁ ଦେଲା । ଦିନେ ବାଙ୍ଗ ଲା ତା’ ଦୋକାନ ବନ୍ଦ କରିବା ବେଳେ ଚାଙ୍ଗଲା ସେଠାରେ ପହଁଚି କବାଟ ଫାଙ୍କରେ ଅନାଇ ଦେଖିଲା ଯେ ବାଙ୍ଗ ଲା ସନ୍ନ୍ୟାସୀଙ୍କ ଥଳୀଟି ଝାଡୁଛି ଓ ସେଥିରୁ ସୁନା ମୋହର ସବୁ ପଡୁଛି । ପ୍ରଥମ ଦିନ ତ ସେ ନିଜ ଆଖିକୁ ମୋଟେ ବିଶ୍ୱାସ କରି ପାରିଲା ନାହିଁ । ଦ୍ୱିତୀୟ ଦିନ ମଧ୍ୟ ସେ ପୁଣି ସେହି ଦୃଶ୍ୟ ଦେଖିଲା । ଭାବିଲା, “ଥଳୀଟିକୁ ଚୋରୀ କରି ନେଇଗଲେ ତ ଗଲା ।”

ପରଦିନ ବାଙ୍ଗ ଲା କୌଣସି କାମ ପାଇଁ ଦୋକାନ ଛାଡି ଘର ଘର ଭିତରକୁ ଯାଇଛି ଠିକ୍ ଏହି ସୁଯୋଗ ଦେଖି ସେ ଚାଙ୍ଗ ଲା ଝଟ୍ପଟ୍ ବାଙ୍ଗ୍ ଲାର ଦୋକାନରେ ପଶି ସେହି ଅଦ୍ଭୁତ ଥଳୀଟି ନେଇଗଲା ଓ ସେଠାରେ ଏକ ସାଧାରଣ ଥଳୀ ଝୁଲାଇ ଦେଇ ଚାଲିଗଲା ।

ସେଦିନ ରାତିରେ ଚାଙ୍ଗ ଲା ଥଳୀଟି ଧରି ନିଜ ଘରେ ବହୁତ ଝାଡିଲା । ମୋହର ତ ସେଥିରୁ କାହିଁ କିଛି ବି ଝଡିଲା ନାହିଁ, ଓଲଟି ତା’ ଘରର ସୁନା ଗହଣା ସବୁ କୁଆଡେ ହଜିଗଲା । ଏବେ ତା’ର ପଶ୍ଚାତାପ ହେବାରୁ ସେ ବାଙ୍ଗ ଲା ପାଖକୁ ଯାଇ ସବୁ ଘଟଣା କହିଲା । ସେକଥା ଶୁଣି ଲୋକ ଭିଡ ଜମିଗଲେ । ସେହି ଭିଡ ଭିତରୁ ସନ୍ନ୍ୟାସୀ ବାହାରି ଆସି ଚାଙ୍ଗ ଲାକୁ କହିଲେ, “ଦେଖ, ପରିବାରର ବ୍ୟବସାୟ ପ୍ରତି ତୋର କୌଣସି ସମ୍ମାନ ନାହିଁ ବା ବିଶ୍ୱାସ ନାହିଁ । ତେଣୁ ଆଜିଠାରୁ ଏହି ଥଳୀ ହିଁ ତୋ’ ପାଇଁ ଜୀବୀକାର୍ଜ୍ଜନର ଏକମାତ୍ର ପନ୍ଥା ହେବ ।” ଏତିକି କହି ସେ କୁଆଡେ ଚାଲିଗଲେ । ସେହିଦିନଠାରୁ ଚାଙ୍ଗ ଲା ଭିକମାଗି ଆପଣା ପେଟ ପୋଷେ । ଏକଥା ଚାରିଆଡେ ପ୍ରଚାର ହୋଇଗଲା । ସମସ୍ତେ କହିଲେ, “ସେଦିନ ବ୍ୟବସାୟର ଦେବତା ହିଁ ସନ୍ନ୍ୟାସୀ ରୂପରେ ଆସିଥିଲେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ