ଭଗବାନଙ୍କର ଧ୍ୟାନ

ଶ୍ରୀପୁରରେ କୃଷ୍ଣଶାସ୍ତ୍ରୀ ନାମକ ଜଣେ ବିଦ୍ୱାନ ପଣ୍ଡିତ ଓ ବକ୍ତା ରହୁଥାନ୍ତି । ପ୍ରତିବର୍ଷ ନବରାତ୍ର ଉତ୍ସବରେ ମନ୍ଦିର ପ୍ରାଙ୍ଗଣରେ ଏକ ବଡ ଧାର୍ମିକ ସଭା ହୁଏ । ସେଥିରେ କୃଷ୍ଣଶାସ୍ତ୍ରୀ ପୋରହିତ୍ୟ କରନ୍ତି; ଭଗବାନଙ୍କୁ ଧ୍ୟାନ କରିବା ବିଷୟରେ ଓ ନାନା ଧାର୍ମିକ ଉପଦେଶ ଦେଇ ସେ ବକ୍ତୃତାମାନ ଦିଅନ୍ତି । ଲୋକେ ତାଙ୍କ ଭାଷଣକୁ ଖୁବ୍ ପସନ୍ଦ କରନ୍ତି ।

                ତାଙ୍କ ପୁତ୍ର ହରିଦାସ ମଧ୍ୟ ପିତାଙ୍କ ପରି ବିଦ୍ୟା-ପ୍ରେମୀ । ସେ ମଧ୍ୟ ପିତାଙ୍କଠାରୁ ବକ୍ତୃତା ଦେବାର କଳା କିଛିଟା ଶିଖିଥା’ନ୍ତି ।

                ଥରେ ନବରାତ୍ରି ଉତ୍ସବରେ କୃଷ୍ଣଶାସ୍ତ୍ରୀ ଦୁଇଦିନ ଭାଷଣ ଦେବା ପରେ ତୃତୀୟ ଦିନ ହଠାତ୍ ଅସୁସ୍ଥ ହୋଇ ପଡିବାରୁ ସେ ତାଙ୍କ ପୁତ୍ର ଉପରେ ଧର୍ମ ସଭାର ଭାର ଅର୍ପଣ କଲେ । କିନ୍ତୁ ଶ୍ରୀପୁରର ଲୋକେ କୃଷ୍ଣଶାସ୍ତ୍ରୀଙ୍କ ସ୍ଥାନରେ ହରିଦାସଙ୍କୁ ଦେଖି ପଳାଇ ଯିବାକୁ ଉଠି ଠିଆ ହେଲେ । ହରିଦାସ କିନ୍ତୁ ଧୈର୍ଯ୍ୟ ଧରି ଠିଆ ହୋଇ କହିଲେ, “ଭକ୍ତଜନେ, ଶରୀରର ଅସୁସ୍ଥତା ଯୋଗୁଁ କୃଷ୍ଣଶାସ୍ତ୍ରୀ ଆଜି ସଭାକୁ ଆସି ପାରିବେ ନାହିଁ । ତେବେ ମୁଁ ନିବେଦନ କରୁଛି ଯେଉଁମାନେ କୃଷ୍ଣଶାସ୍ତ୍ରୀଙ୍କ ପାଇଁ ଏଠାକୁ ଆସିଛନ୍ତି ସେମାନେ ଏଠାରୁ ଖୁସିରେ ଚାଲିଯାନ୍ତୁ । କିନ୍ତୁ ଯିଏ ଏଠାକୁ ଭଗବାନ୍ଙ୍କ ପାଇଁ ଆସିଛନ୍ତି ସେମାନେ ଏଠାରେ ରୁହନ୍ତୁ ।” ତାଙ୍କର ଏଭଳି କଥାରେ ସମସ୍ତେ ପୁଣି ବସି ପଡିଲେ । ପିତା କୃଷ୍ଣଶାସ୍ତ୍ରୀଙ୍କ ଯୋଗ୍ୟପୁତ୍ର ହରିଦାସଙ୍କ ଧର୍ମ ଉପଦେଶ ଓ ଭାଷଣ ଶୁଣି ସମସ୍ତେ ମୁଗ୍ଧ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ