ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ

ରାଜାଦେଶ ପାଇ ମନ୍ତ୍ରୀ ଆଗରେ ଯାଇ ସେ ଖାଲକୁ ଚାହିଁବା ମାତ୍ରେ ମହାରାଜା ତାଙ୍କୁ ପଛରୁ ଠେଲି ଦେଲେ । ଫଳରେ ମନ୍ତ୍ରୀ ସେ ଖାଲ ଭିତରେ ପଡିଗଲେ । ତାହା ପ୍ରକୃତରେ ଏକ ବିରାଟ ଖାଲ । କୂଅ ଭଳି ସେଥିରେ ପାଣି ନଥାଏ । କିନ୍ତୁ ବହୁତ ଗଭୀର । ତା ଭିତରୁ ବାହାରକୁ ଆସିବା ଏତେ ସହଜ କଥା ନୁହେଁ । ମହାରାଜ ମନ୍ତ୍ରୀଙ୍କୁ କହିଲେ, “ଏବେ ଭଗବାନଙ୍କ ଭଜନ ଗାଉଥାଅ, ମୁଁ ଚାଲିଲି । ତମଭଳି ମନ୍ତ୍ରୀର ମୁହଁ ମୁଁ ଆଉ କେବେବି ଚାହିଁବି ନାହିଁ ।” କିନ୍ତୁ ମନ୍ତ୍ରୀ ସେ ଖାଲ ଭିତରେ ଥାଇ କହୁଥାନ୍ତି, “ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ।” ହେଲେ ସେ ମହାରାଜା ମନ୍ତ୍ରୀଙ୍କ କଥାରେ ଆଦୌ କାନ ନ ଦେଇ ଆଗେଇ ଚାଲିଲେ । କିଛି ଦୂର ଯିବା ପରେ ଜଙ୍ଗଲୀ ଲୋକେ ତୀର, ବର୍ଚ୍ଛା, ଟାଙ୍ଗିଆ, ବଲମ ଦେଖାଇ ସେ ରାଜାଙ୍କୁ ଘେରିଗଲେ । ଏତେ ଲୋକଙ୍କ ଆଗରେ ମହାରାଜା ନିଜକୁ ଅସହାୟ ମନେ କଲେ । ଜଙ୍ଗଲୀମାନେ ମହାରାଜାଙ୍କୁ ବାନ୍ଧିପକାଇ ତାଙ୍କର ସର୍ଦ୍ଦାର ପାଖକୁ ନେଇଗଲେ ।

ସର୍ଦ୍ଦାର ମହାରାଜାଙ୍କୁ ବନଦୁର୍ଗାଙ୍କ ପାଖରେ ବଳି ଦେବାପାଇଁ ହୁକୁମ୍ ଦେଲେ । କାରଣ ସେତେବେଳେ ତ ବନଦୁର୍ଗାଙ୍କ ପୂଜା ସରିଯାଇଥିଲା । ବଳି ପକାଇବା ପାଇଁ ଳୋକ ଖୋଜିବାକୁ ଜଙ୍ଗଲୀମାନେ ଯାଇଥିଲେ ଏବଂ ସେ ମହାରାଜାଙ୍କୁ ଧରିଆଣିଥିଲେ । ସେମାନେ ମହାରାଜାଙ୍କୁ ସ୍ନାନକରାଇ ବନଦୁର୍ଗାଙ୍କ ସାମନାରେ ମୁଣ୍ଡ ନୁଆଁଇ ଛିଡାହେବାକୁ ବାଧ୍ୟ କଲେ । ଜହ୍ଲାଦ ଖଣ୍ଡାଧରି ପ୍ରସ୍ତୁତ ହେଲା ଏକା ଚୋଟକେ ମୁଣ୍ଡଗଣ୍ଡି ଅଲଗା କରିଦେବା ପାଇଁ । ଠିକ୍ ଏଇ ସମୟରେ ଜଣେ ଦେଖିପକାଇଲା ଯେ ମହାରାଜାଙ୍କର ଗୋଟିଏ ଆଙ୍ଗୁଳି ଖଣ୍ଡିଆ । ତେଣୁ ସେ ଚିତ୍କାର କଲା, “ୟାକୁ ବଳି ଦିଅନା, ୟାର ଅଙ୍ଗ ହାନୀ ଘଟିଛି । ମାଆ ଅଙ୍ଗହାନୀ ହୋଇଥିବା ଲୋକ ଗ୍ରହଣ କରିବ ନାହିଁ । ଯାଅ ଆଉ ଜଣକୁ ଖୋଜିଆଣ, ଆଉ ୟାକୁ ଛାଡିଦିଅ ।”

ମୁକ୍ତି ପାଇଁ ମହାରାଜା ତାଙ୍କ ମନ୍ତ୍ରୀଙ୍କ କଥା ମନେ ପକାଇଲେ । “ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ।” ସେଦିନ ମୋ ହାତର ଆଙ୍ଗୁଳି କଟିଯାଇ ନଥିଲେ ଆଜି ମୋର ପ୍ରାଣ ନିଶ୍ଚୟ ଯାଇଥାନ୍ତା । ଏଣୁ ମନ୍ତ୍ରୀ ହିଁ ମୋର ପ୍ରକୃତ ବନ୍ଧୁ । ତାଙ୍କୁ ବଂଚାଇବା ଉଚିତ୍ । ତା’ପରେ ସେ ରାଜା ଖୋଜି ଖୋଜି ସେଇ ଖାଲପାଖରେ ପହଁଚିଲେ । ରାଜା ନିଜ ଉତରୀ ପକାଇ ମନ୍ତ୍ରୀଙ୍କୁ ସେ ଖାଲରୁ ଉଠାଇ କୁଣ୍ଢାଇ ପକାଇଲେ ଏବଂ ଘଟିଯାଇ ଥିବା ସବୁ କଥା ବିସ୍ତୃତ ଭାବରେ କହିଲେ ।

ମନ୍ତ୍ରୀ କହିଲେ, “ମହାରାଜ! ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ । ଆପଣ ମୋତେ ଏ ଖାଲକୁ ଠେଲି ଦେଇ ମୋ ପ୍ରାଣ ବଂଚାଇ ଦେଇଛନ୍ତି । ନହେଲେ ସେ ଜଙ୍ଗଲୀମାନେ ଆପଣଙ୍କ ସହିତ ମୋତେ ମଧ୍ୟ ବାନ୍ଧି ନେଇଥାନ୍ତେ । ଆପଣତ ଅଙ୍ଗହାନୀ ଯୋଗୁଁ ରକ୍ଷା ପାଇଯାଇଥାନ୍ତେ । ହେଲେ ସେମାନେ ମୋତେ ନିଶ୍ଚିତ ଭାବରେ ବଳି ପକାଇ ଥାନ୍ତେ ।”

ପରିଶେଷରେ ମହାରାଜା ନିଜକୁ ଖୁବ୍ ଲଜ୍ଜିତ ମନେକଲେ ଏବଂ ମନ୍ତ୍ରୀଙ୍କୁ ସାଙ୍ଗରେ ଧରି ନିଜ ରାଜ୍ୟକୁ ଫେରି ଆସିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ