ଭଲମନ୍ଦ

ଏଥର ସ୍ତ୍ରୀ ଖୁସି; ପୁଣି ଗ୍ରାମବାସୀମାନେ ଖୁସି ଯେ ରଙ୍ଗନାଥ କେତେ ଉଦାର ଯେ ଅନ୍ୟକୁ ଘରେ ରଖିଛି । ଦିନେ ନନ୍ଦୁ ନାମକ ଜଣେ ଗ୍ରାମବାସୀ ରଙ୍ଗନାଥଙ୍କୁ କହିଲେ, “ଆମ ଗ୍ରାମରେ ପାଠଶାଳା ନାହିଁ । ଏଣୁ ପିଲାଙ୍କର ପଢାପଢିରେ ବହୁତ ଅସୁବିଧା ହେଉଛି । ଏଥିପାଇଁ କିଛି କରାଯାଉ । ପିଲା ଦୂର ଗ୍ରାମକୁ ପଢିବାକୁ ଚାଲିଚାଲି ଯାଉଛନ୍ତି । ମୁଁ ବରଂ ଗୋଟିଏ ଶଗଡର ବନ୍ଦୋବସ୍ତ କରିଦେବି ।” ରଙ୍ଗନାଥଙ୍କୁ ଏକଥା ମୋଟେ ଭଲ ଲାଗିଲା ନାହିଁ । ସେ କହିଲେ, “ଏଇଠି ପାଠଶାଳା ତିଆରି ହେବ ।” ତା’ପରେ ସେ ଏକ ଅନାବାଦୀ ଜମିରେ ଲମ୍ବାଚାଳଘର ସବୁ କରି ଦେଲେ । ନିଜ ବନ୍ଧୁବାନ୍ଧବରୁ ଜଣେ ବ୍ୟକ୍ତିଙ୍କୁ ଶିକ୍ଷକ ରଖାଗଲା । ପିଲାମାନେ ପଢିଲେ । ରଙ୍ଗନାଥଙ୍କର ମଧ୍ୟ ଟଙ୍କା ଲାଭ ହେଲା ।

ଗ୍ରାମବାସୀଙ୍କ ମଧ୍ୟରୁ ଜଣେ କହିଲେ ଯେ ସେ ପିଲାଙ୍କ ପଢା ବହି ମାଗଣା ବାଂଟିବେ । ଅନ୍ୟଜଣେ କହିଲେ ଦ୍ୱିପ୍ରହରର ଖାଦ୍ୟ ସେ ଦାନ ଦେବେ । ଏସବୁ କଥା ଶୁଣି ରଙ୍ଗନାଥ ସେମାନଙ୍କୁ ତିରସ୍କାର କରି କହିଲେ, “ସେସବୁ ବାଜେ କଥା; ବରଂ ପାଠଶାଳା ପାଖରେ ଥିବା ଅନାବାଦୀ ଜମିକୁ ପିଲାମାନେ ପରିଶ୍ରମ କରି ଆବାଦ କରିବେ । ପରିବା, ଫଳ ଫୁଲ ଗଛସବୁ ଲଗାହେବ । ସେଥିରୁ ଯାହା ମିଳିବ ସେମାନେ ଖାଇବେ । ଗରିବ ପିଲାଙ୍କୁ ସେଥିରୁ କିଛି ଧନ ମଧ୍ୟ ଦିଆଯିବ । ଏହା ଭାବି ସେମାନଙ୍କ ମନ ସନ୍ତୁଷ୍ଟ ହେବ ଯେ ସେମାନେ ନିଜେ ପରିଶ୍ରମ କରି ଧନ ଅର୍ଜନ କରିଛନ୍ତି କିନ୍ତୁ ଦାନ ଦେଲେ ସେମାନେ ଅଳସୁଆ ହେବେ ।”

ସମସ୍ତେ ତାଙ୍କ କଥା ମାନିଲେ । ଗ୍ରାମର ପାଠଶାଳା, ମନ୍ଦିର ଡାକ୍ତରଖାନା, ସବୁ ତାଙ୍କ ହାତରେ ରହିଲା । ପଇସା ମଧ୍ୟ ସେ ଯଥେଷ୍ଟ ରୋଜଗାର କଲେ । ଦିନେ ହଂସପୁରରୁ ଅମ୍ବର ନାମକ ଜଣେ ଧନୀ ବ୍ୟକ୍ତି ଆସି କହିଲେ, “ମୋର ଅଗାଧ ସମ୍ପତ୍ତି ଅଛି କିନ୍ତୁ ଉତ୍ତରଧିକାରୀ କେହି ହେଲେବି ନାହିଁ । ତେଣୁ ମୁଁ କୌଣସି ଲୋକହିତକର କାମ ପାଇଁ ଅର୍ଥଦାନ ଦେବାକୁ ଚାହେଁ । ଭୂମିହୀନ ଲୋକଙ୍କୁ ଭୂମି କିଣି ବାଂଟିବି; ବ୍ୟବସାୟୀଙ୍କୁ ଅର୍ଥ ସାହାଯ୍ୟ ଦେବି । ପାଠଶାଳା, ଡାକ୍ତରଖାନା ଇତ୍ୟାଦି ମଧ୍ୟ କରାଇବି ।”

ଗ୍ରାମବାସୀମାନେ ଏ ପ୍ରସ୍ତାବରେ ବହୁତ ଖୁସି ହୋଇଗଲେ । ତା’ପରେ ରଙ୍ଗନାଥଙ୍କୁ ଡାକି ସେ ସବୁକଥା କହିଲେ । ରଙ୍ଗନାଥ ଶୁଣି ରାଗରେ ଅଗ୍ନିଶର୍ମା ହୋଇଯାଇ କହିଲେ “ଏସବୁ ନିରର୍ଥକ ଦାନ ଆମ ଗ୍ରାମରେ କେହିବି ଗ୍ରହଣ କରିବେ ନାହିଁ । ସମସ୍ତେ ଧନ ଉପାର୍ଜନ କରୁଛନ୍ତି । ଏଠାରେ କେହି ମଧ୍ୟ ଦରିଦ୍ର ନାହାଁନ୍ତି । ନିଜର ଅର୍ଜନ ପାଇଁ ସେମାନେ ଗର୍ବିତ ।”

ଅମ୍ବର କହିଲେ, “ଆପଣ ଅସାଧାରଣ ବ୍ୟକ୍ତି । ତେବେ ମୋ ଧନ ନେଇ ମଧ୍ୟ ତାକୁ ସତ୍କାର୍ଯ୍ୟରେ ଲଗାନ୍ତୁ ।” ରଙ୍ଗନାଥ ରାଗି ଯାଇ କହିଲେ, “ଯଦି ସନ୍ୟାସୀ ହୋଇ ହିମାଳୟକୁ ଚାଲିଯିବେ ତ ଚାଲିଯାନ୍ତୁ । ରାଜାଙ୍କୁ ସମ୍ପତ୍ତି ଦିଅନ୍ତୁ । ମୋର ଦରକାର ନାହିଁ । ମୁଁ ଦରିଦ୍ରଙ୍କୁ ସାହାଯ୍ୟ କରିବି । ସେମାନେ ଯେପରି ନିଜ ଗୋଡରେ ନିଜେ ଠିଆ ହୋଇ ପାରିବେ । ଦାନ ଦେବା ବା ନେବା ମୋ ସିଦ୍ଧାନ୍ତର ବାହାରେ । ଆପଣ ଅନ୍ୟାୟ ଓ ପାପ ମାର୍ଗରେ ଯାଇ ହୁଏତ ଧନ ଉପାର୍ଜନ କରିଥିବେ । ସେ ଦାନ ତ ଗ୍ରହଣ କରିବାର ଯୋଗ୍ୟ ନୁହେଁ । ତେଣୁ ଏ ସମ୍ପତ୍ତି ଆପଣ ରାଜାଙ୍କୁ ଦେଇଦେଇ ନିଜର ପାପ କ୍ଷାଳନ କରନ୍ତୁ ।”

ବେତାଳ ରାଜାଙ୍କୁ ପଚାରିଲା, “ରାଜନ୍, ରଙ୍ଗନାଥ ତ କୁଟୀଳ ସ୍ୱଭାବର ବ୍ୟକ୍ତି ଓ ସ୍ୱାର୍ଥପର ମଧ୍ୟ । ତଥାପି ମଧ୍ୟ ଅମ୍ବରଙ୍କ ସମ୍ପତ୍ତିକୁ ନେବାକୁ ସେ କାହିଁକି ଅସ୍ୱୀକାର କଲେ? ମନେହୁଏ ହୁଏତ ତାଙ୍କର ମନୋଭାବରେ ପରିବର୍ତ୍ତନ ଆସିଛି । କିନ୍ତୁ ପରିଷ୍କାର କିଛି ଜଣା ପଡୁନାହିଁ ।” ଏବେ ମୋତେ ପରିଷ୍କାର ସବୁକଥା କହି ମୋର ସନ୍ଦେହ ଦୂର କର । ଉତ୍ତର ଜାଣି ଯଦି ଚୁପ୍ ରହିବ ତେବେ ତୁମ ଶିର ସ୍କନ୍ଧଚ୍ୟୁତ ହେବ ।

ରାଜା ବିକ୍ରମ ଉତ୍ତର ଦେଲେ, “ରଙ୍କନାଥ ଅମ୍ବରଙ୍କ ଦାନକୁ ଅସ୍ୱୀକାର କରିବା ଅର୍ଥ ଏହା ନୁହେଁ ଯେ ତାଙ୍କ ମଧ୍ୟରେ କିଛି ପରିବର୍ତ୍ତନ ଆସିଛି । ସୂକ୍ଷ୍ମଭାବରେ ରଙ୍ଗନାଥଙ୍କ କାର୍ଯ୍ୟ ବିଶ୍ଲେଷଣ କଲେ ମନେହୁଏ ଯେ ସେ ଯମାରୁ ଭଲ ଲୋକ ନୁହଁନ୍ତି । ନିଜେ ଭଲ କାମ କରାଇ ଦେବେ ନାହିଁ ।”

ନିଜର ଲାଭ ନଥିଲେ ସେ ଏପରି କୌଣସି କାମବି କରନ୍ତି ନାହିଁ । ପୁଣି ହୁଏତ ତାଙ୍କର ବଦନାମ ବି ହୋଇ ପାରେ । ତେଣୁ ଅନ୍ୟକୁ ତା’ପୂର୍ବରୁ ଅଳ୍ପ ବଦନାମ କରିଦେଲେ ହେଲା । ସେଥିପାଇଁ କେହି ଭଲ କାମ କରିବାକୁ ଗଲେ ସେ ତାକୁ ବନ୍ଦ କରିଦିଅନ୍ତି, ତଦ୍ୱାରା ସେ ଅନ୍ୟର କାମର ପଶ୍ଚାତରେ ଦୁରଭିସଦ୍ଧି ଥିବାର ଦର୍ଶାଇ ଥା’ନ୍ତି କିମ୍ବା କୁଫଳ ହେବାର କହିଥାନ୍ତି । ସେ ଯେତେବେଳେ କହିଲେ, “ଅମ୍ବର ତୁମେ ତୁମର ସବୁ ଟଙ୍କା ରାଜାଙ୍କୁ ଦେଇ ନିଜର ପାପ ଧୋଇ ଦିଅ ।” ଅର୍ଥାତ୍ ସେ ପ୍ରମାଣ କରୁଛନ୍ତି ଯେ ଅମ୍ବର ପାପ କରି ଟଙ୍କା ଆଣିଛନ୍ତି – ଅର୍ଥାତ୍ ନିଜେ ଦୋଷ ଶୁନ୍ୟ, ଶୁଦ୍ଧ ସ୍ୱଭାବର ଲୋକ । ତେଣୁ ଲୋକମାନେ ତାଙ୍କର ପ୍ରଶଂସା କରିବେ ଓ ସେ ଆନନ୍ଦରେ ରହିବେ ।

ଏଥିରୁ ଏକଥା ସ୍ପଷ୍ଟ ଭାବେ ପ୍ରମାଣିତ ହେଉଛି ଯେ “ତାଙ୍କ ସ୍ୱଭାବରେ କୌଣସି ପରିବର୍ତ୍ତନ କରିବା ପାଇଁ ତାଙ୍କ ନିଜର କୌଣସି ଚେଷ୍ଟାହିଁ ନାହିଁ ।”

                ବିକ୍ରମଙ୍କର ମୌନ ଭଙ୍ଗ ହୁଅନ୍ତେ ଶବ ସହିତ ବେତାଳ ତାଙ୍କ କାନ୍ଧରୁ ଖସି ପୂର୍ବୋକ୍ତ ବୃକ୍ଷରେ ଯାଇ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ