ଭଲ ବ୍ୟବସାୟ ରାଜନୀତି

                ସ୍ୱର୍ଣ୍ଣଲତା ଏକଥା ଶୁଣି ପଚାରିଲେ ହେଲେ ପୁଣି କ’ଣ ତହୁଁ ସେ ବନଜ୍ୟୋତି କହିଲେ, ତୁ ନିଜେ ମହାଜ୍ଞାନୀ ହୋଇଥିଲେ ବି ତୋତେ କେହି ବି ପଚାରିବେ ନାହିଁ । ଚାକିରିପାଇଁ ପୁଣି ଲାଂଚ ତ ନିହାତି ଦରକାର । ତୋ ବାପା ତୋତେ ପଚାଶ ହଜାର ଟଙ୍କା ଦେଇ ପାରିବେ । ଟଙ୍କା ଦେଇ ତୁ ଚାକିରି କରିବୁ? ଏକଥା ଶୁଣି ସ୍ୱର୍ଣ୍ଣଲତା କହିଲା ହଁ ବନଜ୍ୟୋତି, ମୋ ବାପାଙ୍କର ବ୍ୟାଙ୍କବାଲାନ୍ସ । ହେଲେ ମୋ ତଳେ ତ ଆଉ ଦୁଇଟା ଭଉଣୀ, ବାପା ଏବେ ମୋତେ ବିବାହ ଦେଇଛନ୍ତି, ପୁଣି ଏତେ ଟଙ୍କା କୋଉଠୁ ଆଣିବେ ଯେ, ଏହି କଥା ଭାବି ଉଭୟେ ଚିନ୍ତାକରି ବସିଲେ । ଦୁଇ ସାଙ୍ଗ ମଉନ ହୋଇ ବସିଲେ । କିଛି ସମୟ ପରେ ବୁଦ୍ଧିମତୀ ବନଜ୍ୟୋତି କହିଲା ସ୍ୱର୍ଣ୍ଣ, ଉପାୟ ମିଳିଗଲା । ତାପରେ ସ୍ୱର୍ଣ୍ଣ ପଚାରିଲା କ’ଣ? ବନଜ୍ୟୋତି କହିଲା – ତୁ ତୋ ସ୍ୱାମୀ ଶ୍ରୀକାନ୍ତ ବାବୁଙ୍କୁ କହିବୁ, ସେ ଅଧ୍ୟାପକ ଚାକିରି ଛାଡି ଦେବେ । ରାଜନୀତି କରିବେ । ମନ୍ତ୍ରୀଙ୍କ ପାଖଲୋକ ହେବେ । ଏପରିକି ନିର୍ବାଚନରେ ଭୁଜାଲି ଧରିବେ, ମାରଧର ବି କରିବେ । ଟଙ୍କା ଆଣିବେ ନିର୍ବାଚନ ପ୍ରାର୍ଥୀଙ୍କଠାରୁ ଭୋଟପାଇଁ ଲୋକମାନଙ୍କୁ ଟଙ୍କା ବାଂଟିବେ । ପ୍ରାର୍ଥୀ ନିର୍ବାଚନରେ ଜିତିଗଲା ପରେ ସବୁ ଠିକ୍ ହୋଇଯିବ । ଆଉ ତୋର ଚାକିରି ବି ହୋଇଯିବ । ବନଜ୍ୟୋତି କଥା ସ୍ୱର୍ଣ୍ଣଲତାର ମନକୁ ବେଶ୍ ପାଇଲା । ସ୍ୱର୍ଣ୍ଣଲତା ବାପ ଘରେ କିଛିଦିନ କଟାଇ ଶାଶୂ ଘରକୁ ଆସିଲେ । ଶ୍ରୀକାନ୍ତ ବାବୁଙ୍କୁ ସବୁକଥା କହିଲେ । ଏହାପରେ ସେ ଶ୍ରୀକାନ୍ତ ବାବୁ ରାଜନୀତି କଲେ । ନିର୍ବାଚନ ବିଧାୟକ ପ୍ରାର୍ଥୀ ଶ୍ରୀ ପୁର୍ଣ୍ଣେନ୍ଦୁ କେଶରୀଙ୍କୁ ଜିତାଇବାକୁ କଲେଜ ପିଲାଙ୍କୁ ଏକଜୁଟ୍ କରି ତାଙ୍କ ସପକ୍ଷରେ ପ୍ରଚାର କଲେ, ଲୋକମାନଙ୍କୁ ଫୁସୁଲା ଫାସିଲ୍ କରି ଲୋକଙ୍କ ମନ ନେଇ ଭୋଟ୍ ନେଲେ । ଶେଷରେ ବିଧାୟକ ପୁର୍ଣ୍ଣେନ୍ଦୁ କେଶରୀ ନିର୍ବାଚନରେ ଜିତି ଗଲେ । ତା’ପରେ ଶ୍ରୀକାନ୍ତି ବାବୁ ପୁର୍ଣ୍ଣେନ୍ଦୁ କେଶରୀଙ୍କୁ ତାଙ୍କ ଗୁହାରୀ ଜଣାଇଲେ ଯେ ତାଙ୍କ ‘ସ୍ତ୍ରୀ’ ସ୍ୱର୍ଣ୍ଣଲତାଙ୍କୁ ଶିକ୍ଷୟିତ୍ରୀ ଚାକିରିଟିଏ ମିଳୁ । ପୁର୍ଣ୍ଣେନ୍ଦୁ କେଶରୀଙ୍କ ଅନୁକମ୍ପାରେ ସ୍ୱର୍ଣ୍ଣଲତାଙ୍କୁ ପ୍ରାଇମେରୀ ସ୍କୁଲ୍ରେ ଶିକ୍ଷୟିତ୍ରୀ ଚାକିରିଟିଏ ମିଳିଗଲା । ସ୍ୱର୍ଣ୍ଣଲତା ଚାକିରି କଲେ । ଶ୍ରୀକାନ୍ତ ବାବୁଙ୍କୁ ଆଉ ବିଶେଷ କିଛି ଅସୁବିଧା ହେଲା ନାହିଁ । ସ୍ୱର୍ଣ୍ଣଲତା ନିଜ ଖର୍ଚ୍ଚ ନିଜେ ଭରଣା କରିବା ପରେ ଶ୍ରୀକାନ୍ତ ବାବୁ ବିଧାୟକଙ୍କ ପାଖଲୋକ ହୋଇ ରାସ୍ତାଘାଟ, ସ୍କୁଲ ଟିୱେଲ ଆଦି କଂଟ୍ରାକ୍ଟ୍ରି  କରି ବେଶ୍ ଦୁଇ ପଇସା ରୋଜଗାର କଲେ । ଅଧ୍ୟାପକ ଚାକିରି ଛାଡି ରାଜନୀତି ବ୍ୟବସାୟ କରିବାଦ୍ୱାରା ସ୍ୱର୍ଣ୍ଣଲତା ଓ ଶ୍ରୀକାନ୍ତ ଉଭୟଙ୍କର ଆର୍ଥନୀତିକ ସ୍ଥିତି ସୁଦୃଢ ହେବା ସହିତ ପରିବାରରେ ସୁଖର ଢେଉ ଖେଳିଲା । ତେଣୁ ରାଜନୀତି ବ୍ୟବସାୟଠାରୁ ଭଲ ବ୍ୟବସାୟ ଆଉ ନାହିଁ । ଏହି ବ୍ୟବସାୟଟିକୁ ଶିକ୍ଷିତ ଅଶିକ୍ଷିତ ସମସ୍ତେ କରିପାରିବେ । ଆହା କି ସୁନ୍ଦର ରାଜନୀତି ଭଲ ବ୍ୟବସାୟ ରାଜନୀତି । ଯର୍ଥାଥରେ କହିବାକୁ ଗଲେ ଯାହାର ନାହିଁ ଅନ୍ୟଗତି ସେ ହିଁ କରିବ ରାଜନୀତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ