ଭାଗ୍ୟଦେବୀ

                ଡୁମ୍ବା ଧମକ ଦେଇ ପଚାରିଲା “ତୁ ମୋ ସାଙ୍ଗରେ କାହିଁକି ଆସିଲୁ?”

                ବୁଢୀ କହିଲା “ପୁଅ, ମୁଁ ତୋର ସବୁ କାମଦାମ କରିଦେବି । ତା’ବଦଳରେ ତୁ ଖାଲି ମୋତେ ମୁଠିଏ ଖାଇବାକୁ ଦେ ।”

                ଡୁମ୍ବା ପାଖରେ ଦୁଇଖଣ୍ଡି ପୁରୁଣା ରୋଟି ଥିଲା । ସେଗୁଡିକ ଫିମ୍ପି ମାରି ଯାଇଥିବାରୁ ସେ ତାହାକୁ ଫୋପାଡି ଦେଇଥାନ୍ତା ଏବେ ସେ ସେତିକି ବୁଢୀକୁ ଦେଲା । ବୁଢୀ ସେ ଖାଦ୍ୟକୁ ଆନନ୍ଦରେ ଖାଇଲା ।

                ମଝି ରାତିରେ ଡୁମ୍ବା ଥରେ ଉଠି ଦେଖିବା ବେଳକୁ ବୁଢୀ ତା’ କୁଡିଆ ପାଖରେ ଗୋଟିଏ ସ୍ଥାନକୁ ବାଡ ଦେଇ ଘେରୁଛି ।

                ଡୁମ୍ବା ପଚାରିଲା “ଆରେ ବୁଢୀ, ଇଏ ତୁ କ’ଣ କରୁଛୁ?”

                “ତୋ ହିତ ପାଇଁ ଯାହା କରିବାର କଥା ତାହା ମୁଁ କରୁଛି ।” ବୁଢୀ ଏତିକି କହିଲା । ଡୁମ୍ବା ତାକୁ ପାଗଳ ବୋଲି ଭାବି ଶୋଇଗଲା । ସକାଳେ ସେ ଉଠି ଦେଖିଲା, ସେ ବାଡ ଉପରେ କୁଟା କାଠିର ଛାତ ପଡି ସାରିଲାଣି । ଟିକିଏ ପରେ ପଲେ ଗୋରୁଗାଈ ଆସି ସେଠି ପହଁଚିଗଲେ । ସେମାନେ ସତେ ଅବା ନଈ ଭିତରୁ ଉଠି ଆସିଲେ । ସେମାନେ ଆସି ସେ ନୂଆ ଘରେ ରହିଲେ । ବୁଢୀ କହିଲା “ଏସବୁ ଆଜିଠୁ ତୋର!”

                ଡୁମ୍ବାର ଆନନ୍ଦ କହିଲେ ନସରେ । ସେ ଦିନ କେତୁଟାରେ ଦୁଧ ଘିଅ ଦହି ମାଖନ ବିକ୍ରି କରି ବଡଲୋକ ହୋଇଗଲା । ତା’ ଘରୁ ସହରକୁ ସବୁଦିନେ ଗାଡିରେ ଜିନିଷ ବୁହା ହୋଇ ଯାଉଥାଏ । ବୁଢୀ ସବୁ ବୁଝୁଥାଏ ।

ଡୁମ୍ବା ବଡ ଘର ତିଆରି କଲା । ଧନ ସମ୍ପଦ ବଢିବା ସଙ୍ଗେ ସଙ୍ଗେ ସେ ବଡ ଗର୍ବୀ ଓ ଉଦ୍ଧତ ବି ହୋଇଗଲା । ଧନୀ ଲୋକମାନେ ତାକୁ ନିମନ୍ତ୍ରଣ କରୁଥାନ୍ତି । ଦିନେ ରାତିରେ ସେ ଜଣେ ତା’ ବନ୍ଧୁ ଘରୁ ନିମନ୍ତ୍ରଣ ଖାଇ ଫେରିବା ବେଳକୁ ଭୋର ହୋଇ ଆସିଲାଣି । ସେ ମଦ ପିଇ ମାତାଲ୍ ହୋଇଥାଏ । ସେ ଆସି ଘର ଦୁଆରେ ବୁଢୀକୁ ଡାକିଲା । ବୁଢୀ ଟିକିଏ ବିଳମ୍ବରେ କବାଟ ଖୋଲିବାରୁ ସେ ରାଗିଯାଇ ତାକୁ ଗାଳି ଗୁଲଜ କଲା ଓ କହିଲା, “ତୋତେ ମୁଁ ନଈରୁ ଉଦ୍ଧାର କରି ଆଶ୍ରା ଦେଇଥିଲି । ତୁ ପୁଣି ମୋ ପ୍ରତି ଅବଜ୍ଞା ଭାବ ଦେଖାଉଛୁ? ତୁ ଏଠାରୁ ବାହାରି ଯା! ମୋର ତ ପାଂଚଜଣ ଚାକର ସେ ଗୁହାଳରେ ଶୋଇଛନ୍ତି । ସେମାନଙ୍କ ଭିତରୁ ଏଣିକି ଜଣେ ଏଠି ଶୋଇବ!”

ଏହାପରେ ସେ ବୁଢୀ ନୀରବରେ ନଈଆଡେ ଚାଲିଗଲା । ଚାହୁଁ ଚାହୁଁ ଡୁମ୍ବାର ଗୁହାଳ ଘରର କାନ୍ଥ ବାଡ ସବୁ ଭାଙ୍ଗି ଗୋରୁଗାଈ ତହିଁରୁ ବାହାରି ସେ ବୁଢୀ ପଛେ ପଛେ ଚାଲିଲେ । ଡୁମ୍ବା ଯେତେ ଚିତ୍କାର କଲା, କିନ୍ତୁ ତାଙ୍କୁ ସେ ଅଟକାଇ ପାରିଲା ନାହିଁ । ସମସ୍ତେ ସେ ନଈ ଭିତରେ କୁଆଡେ ଅଦୃଶ୍ୟ ହୋଇଗଲେ ।

ଡୁମ୍ବା ପୁଣି ଗରୀବ ହୋଇଗଲା । ବହୁ ବିଳମ୍ବରେ ଯାଇ ଡୁମ୍ବା ବୁଝିଲା ଯେ ସେ ବୁଢୀ ଜଣକ ଆଉ କେହି ନୁହଁନ୍ତି, ବରଂ ସେ ହେଉଛନ୍ତି ଭାଗ୍ୟଦେବୀ ।


ଗପ ସାରଣୀ

ତାଲିକାଭୁକ୍ତ ଗପ