ଭାଗ୍ୟର ଖେଳ

       ଏକାଗ୍ରତ ମଧ୍ୟ ରାଜାଙ୍କ କଥାକୁ ବିଶ୍ୱାସ କରିପାରୁ ନଥାଏ । ପ୍ରକୃତରେ ରାଜା କ’ଣ କହୁଛନ୍ତି? ସତକୁ ସତ ସେ କ’ଣ ରାଜା ହୋଇ ଗଲା? ତା’ର ସେହି ଗୋଟିଏ ଟଙ୍କା… ଯେଉଁଥିରୁ ତା’ର ଜୀବନ ଯାତ୍ରା ଆରମ୍ଭ ହୋଇଥିଲା । ସେହି, ଟଙ୍କା ପାଇବା ପରେ ତା’ର ବିବାହ ହେଲା । ପୁଣି ସେହି ଟଙ୍କାକୁ ପାଇବା ପାଇଁ ସେ ଘରୁ ବାହାରିଲା ଏହାପରେ ରାଜାଙ୍କ ସହିତ ମଧ୍ୟ ସେହିଟଙ୍କା ବିଷୟରେ କଥାବାର୍ତ୍ତା । ଶେଷରେ ସେହି ଟଙ୍କା ପାଇଁ ରାଜ୍ୟ ପ୍ରାପ୍ତି । ସତରେ ଏହାକୁ ତ’ ଭାଗ୍ୟର ଖେଳ କୁହାଯାଏ । ଯେଉଁ ଟଙ୍କା ପାଇଁ ତା’ର ଭାଗ୍ୟ ପରିବର୍ତ୍ତନ ହୋଇଗଲା । ସେହି ଟଙ୍କାକୁ ସେ ତା’ ଜୀବନରୁ କେମିତି ବାଦ୍ ଦେବ?

       ଏହାପରେ ରାଜା ଏକାଗ୍ରତକୁ ସିଂହାସନ ଉପରକୁ ନେଇ ଆସି କହିଲେ, ଏକାଗ୍ରତ । ଆଜିଠାରୁ ତୁମେ ରାଜା ଏକାଗ୍ରତ ସିଂହ ନାମରେ ପରିଚିତ ହେବ । ଆସନ୍ତା କାଲି ରାଜଗୁରୁ ତୁମର ରାଜ୍ୟାଭିଷେକ କରାଇବେ । ତୁମ ପାଖରେ ତ’ ବର୍ତ୍ତମାନ ବହୁତ ସମୟ ଅଛି । ଏହି ସମୟ ଭିତରେ ତୁମେ ଯାଇ ତୁମ ପତ୍ନୀକୁ ନେଇଆସ । ମୁଁ ତୁମକୁ ଏକହଜାର ଟଙ୍କା ଦେଉଛି । ଏହି ପଇସାରେ ତୁମେ ତୁମ ପାଇଁ ଏବଂ ତୁମ ପତ୍ନୀ ପାଇଁ କିଛି ନୂଆ ବସ୍ତ୍ର କିଣି ଆଣିବ । ଆସନ୍ତା କାଲି ମୁଁ ତୁମ ଘରକୁ ସ୍ୱତନ୍ତ୍ର ରଥ ପଠାଇବି । ତୁମେ ପତି-ପତ୍ନୀ ରାଜକୀୟ ବେଶଭୂଷାରେ ସେହି ରଥରେ ବସି ଆସିବ ।” ଏକାଗ୍ରତ ଏକ ହଜାର ଟଙ୍କା ନେଇ ଯେମିତି ଘରେ ପହଁଚିଛି ସ୍ତ୍ରୀ ଆଗରେ ସବୁ କଥା କହିଲା । ଉଭୟ ସ୍ୱାମୀ, ସ୍ତ୍ରୀଙ୍କର ଖୁସି କଥା କହିଲେ ନସରେ । ସଂଗେ ସଂଗେ ଦୁଇଜଣ ଯାକ ସହରକୁ ଯାଇ ଦାମୀ ଲୁଗାପଟା କିଛି କିଣିଲେ ।

       ପରଦିନ ସକାଳୁ ରାଜା ରଥ ପଠାଇଲେ । ଉଭୟେ ରାଜକୀୟ ବେଶଭୂଷାରେ ସଜ୍ଜିତ ହୋଇ ରଥ ଉପରେ ବସି ରାଜ ମହଲ ଉଦ୍ଧେଶ୍ୟରେ ଚାଲିଲେ । ଏହାପରେ ଏକାଗ୍ରତର ରାଜ ଅଭିଷେକ କରାଗଲା । ରାଜା ରଙ୍ଗୀଲାକୁ ପଚାରିଲେ, “ବାପାରେ! ତୁମେ ରାଜ୍ୟର କେଉଁ ଅଂଶ ନେବାକୁ ଚାହୁଁଛ?” ଏକାଗ୍ରତ ସଂଗେ ସଂଗେ କହିଲା – “ମହାରାଜ! ମୋତେ ଆପଣଙ୍କ ରାଜ୍ୟର ଉତ୍ତର ଭାଗ ଆବଶ୍ୟକ । କାହିଁକିନା ଆପଣଙ୍କ ରାଜ୍ୟର ଉତ୍ତର ଦିଗରେ ମୋର ସେହି ମୁଦ୍ରାଟି ଅଛି । ଯାହାକୁ ପାଇବା ପରେ ମୁଁ ଆଜି ଏତେ ଆଗକୁ ଆସି ପାରିଛି ।” ରାଜା ଏକାଗ୍ରତର ବିଚକ୍ଷଣ ବୁଦ୍ଧିକୁ ପ୍ରଶଂସା ନକରି ରହିପାରିଲେ ନାହିଁ । ହସି ହସି କହିଲେ – “ବାପା ଏକାଗ୍ରତ ! ଶେଷରେ ତୋର ଜୟଲାଭ ହେଲା । ତୋତେ ମୁଁ ଯାହା ଦେଲେ ମଧ୍ୟ ତୁ ସେହି ମୁଦ୍ରାକୁ ଛାଡି ପାରିଲୁ ନାହିଁ । ରାଜାଙ୍କ କଥା ଶୁଣି ଏକାଗ୍ରତ ପାଦ ଛୁଇଁ କହିଲା, “ମହାରାଜ ! ମୁଁ ତ’ ଆପଣଙ୍କର ପୁତ୍ର ଅଟେ । ମୋତେ ଶାସନ କରିବା ଦାୟିତ୍ୱ ଆପଣଙ୍କର ।” ଏକାଗ୍ରତର କଥା ଶୁଣିବାପରେ ରାଜାଙ୍କର ଆଖିରୁ ଲୁହ ନିଗିଡି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ