ଭାବନାଭୂତ

                ମାଆ କହିଲେ କ’ଣ ହେଲା । ଅଜୁ ତୁ ଡରିଛୁ କି? ଶୀତ ଦିନ ତୋ ଦେହରେ ଏତେ ଝାଳ କାହିଁକି? ଅଜୟ ନିଜର ବାହାଦୁରି ଦେଖାଇ କହିଲା ଜୋର୍ରେ ସାଇକେଲ୍ ଚଳାଇ ଆସୁ ଥିଲି ତ ସେଥି ପାଇଁ ବହୁତ ଝାଳ ବାହାରୁଛି । ଏଥର ଅଜୟ ଟିକେ ଦମ୍ଭ ଧରି ନିଜ ମୁହଁ ହାତ ଧୋଇ, ଖାଇବା ସାରି ତା ରୁମ୍କୁ ଗଲା ଶୋଇବା ପାଇଁ ।

                ଜଙ୍ଗଲ ମଧ୍ୟରେ ଅନ୍ଧାର ଭର୍ତ୍ତି ପତର ପଡିଲେ ପଥର ପଡିବା ପରି ଶବ୍ଦ ସୃଷ୍ଟି କରୁଛି । କିଆ ବଣ ସେହି ଜଙ୍ଗଲଟାକୁ ଘେରି ରହିଛି । ସେହି ଜଙ୍ଗଲ ମଧ୍ୟରେ ସାପ ନେଉଳ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପଶୁ ପକ୍ଷୀ ଭରି ରହିଛନ୍ତି । ପେଚା ରାତିରେ ରାବୁଛି । ବେଳେ ବେଳେ ଡାହୁକ ଓ ରାତ୍ରୀଚର ପ୍ରାଣୀଙ୍କର ବିକଟାଳ ଶବ୍ଦ ମଧ୍ୟ ଶୁଭୁଛି । ବର୍ଷା ଝିପ୍ ଝିପ୍ ସାଙ୍ଗକୁ ବିଜୁଳି ମଧ୍ୟ ମାରୁଛି । ଚକ୍ଚକ୍ କରି । ଘଡ ଘଡି ପୁଣି ତାସାଥିରେ ବିରାଟ ଶବ୍ଦ ମଧ୍ୟ ସୃଷ୍ଟି କରୁଛି । ଅଜୟର ସାଙ୍ଗ ମାନେ ଗୋଟେ ଛୋଟ ଯନ୍ତାରେ କିଛିସୁସ୍ୱାଦୁ ଖାଦ୍ୟ ରସ ସେହି ଜଙ୍ଗଲ ପାଖରେ ଥୋଇଛନ୍ତି । ସେହି ସମୟରେ ତାଙ୍କର ଉଦ୍ଧେଶ୍ୟ ଥିଲା ଠେକୁଆ ଶିକାର କରିବା । ଠେକୁଆ ଦେଖିବାକୁ ଅତିବ ସୁନ୍ଦର । ତାର ଆଖି ଦେଖିଲେ ତା ପ୍ରତି ସ୍ନେହ ଭାବ ସୃଷ୍ଟି ହୁଏ । କିନ୍ତୁ କିଛି ମଣିଷ ତା’ର ଧଳା ସୁନ୍ଦରିଆ ଶରୀରକୁ ନଆଁଉସି ତା ମାଂସକୁ ଖାଦ୍ୟ ରୂପେ ବ୍ୟବହାର କରନ୍ତି ।

                ରାତି ସରି ଯାଇଛି । ଦିନ ପ୍ରକାଶ ହେବାରୁ ଜଙ୍ଗଲଟା ଆଉ ସେତେ ଭୟଙ୍କର ଦିଶୁନି । ଠେକୁଆଟି ତା ଦଳ ଠାରୁ ଅଲଗା ହୋଇ ସବୁଜ ଘାସ ଖାଇବାକୁ ଆସି ସେ ଜନ୍ତା ପାଖରେ ପହଁଚିଛି । ଜନ୍ତା ମଧ୍ୟରେ ଥିବା ସୁସ୍ୱାଦୁ ଭୋଜନର ଲୋଭ ଆଉ ସେ ସମ୍ଭାଳି ପାରିନି । ଦୁଇ ଗୋଡ ଆଗକୁ ଟେକି ସେ ସୂର୍ଯ୍ୟ ଦେବଙ୍କୁ ପ୍ରଣାମ କରିଛି । ଜନ୍ତା ମଧ୍ୟକୁ ଯେମିତି ସେ ଠେକୁଆଟି ଡେଇଁ ପଡିଛି ଜନ୍ତାଟି ହଠାତ୍ ବନ୍ଦ ହୋଇ ଯାଇଛି । ଚମକି ପଡିଚି ସେ ଠେକୁଆ ଆଜି ତାର ନିଶ୍ଚିନ୍ତ ମୃତ୍ୟୁ ଜାଣି ପାରି ସେ ଖାଦ୍ୟତକ ସବୁ ଖାଇ ଦେଇଛି । ଈଶ୍ୱରଙ୍କୁ ଡାକିଛି ତାକୁ ଉଧାର କରିବାକୁ । ଏହି ସମୟରେ ଅଜୟ ଓ ତା’ର ସାଙ୍ଗ ମାନେ ମନ ଖୁସିରେ ଠେକୁଆକୁ ଜନ୍ତା ସହ ଆଣିଛନ୍ତି । ଯାହା ହେଉ ଏତେ ଦିନ ପରେ ଠେକୁଆ ମାଂସ ଟିକେ ଖାଇବାକୁ ମିଳିବ । ଘରକୁ ନେଲେ ଏ ଠେକୁଆକୁ ଦେଖି କାଳେ ତା ମାଆଙ୍କର ଦୟା ହେବ ତାକୁ ନମାରି ରଖିବାକୁ । ଚାରି ବନ୍ଧୁ କଥା ହେଲେ ଆଜି ଏଇଠି ବଣରେ ଭୋଜି କରିବା । ସାଥିରେ ତ ଡିଆସିଲି ଅଛି । ପାଣିତ ଏହି ଝରଣାରେ ଅଛି । ଗୋଟେ ଭଲ ପାତ୍ର ଦରକାର ସେଥି ଲାଗି ଖୋଜା ଚାଲିଲା । ସେମାନେ ଦେଖିଲେ ଦୂରରେ ବିଲରେ ଗୋଟେ ହାଣ୍ଡି ଭାଙ୍ଗି ପଡି ଥିଲା ତାହା ଦେଖି ସେମାନେ ତାକୁ ସାଙ୍ଗେ ସାଙ୍ଗେ ଆଣିଲେ । ଠେକୁଆକୁ ମାରି ତା ମାଂସ ରାନ୍ଧିବା ପାଇଁ ସମସ୍ତ ପ୍ରକାର ଯୋଗାଡ ଚାଲିଲା । ଏଣେ ଠେକୁଆ ନିଜ ହାତ ଯୋଡି ତାକୁ ନମାରିବାକୁ ପ୍ରକାଶ କଲା । ହେଲେ ସେ ସମୟରେ କିଏ ବା କାହିଁକି ତା ଗୁହାରି ଶୁଣିବ । ଠେକୁଆକୁ ପଥରରେ ପିଟି ପିଟି ଶେଷରେ  ମରାଗଲା । ତାର ରୁମ ଚମ କାଢି କାଟି ତାର ମାଂସ ପ୍ରସ୍ତୁତ କରାଗଲା । ଜଣକୁ ପଠାଯାଇ ମଶଲା ମଶଲି ଯାହା ଦରକାର ସେତକ ଗାଁରୁ ଅଣା ଗଲା ।

                ମାଂସ ଖାଇ ଘରକୁ ଫେରିଲେ ହଠାତ୍ ଚାରି ଜଣ ଯାକ ସାଙ୍ଗ ଅସୁସ୍ଥ ହୋଇ ପଡିଲେ । ସତେ ଯେମିତି ଠେକୁଆର ଆତ୍ମାଟା ହାସ୍ୟ କରୁ ଥିଲା ଏମାନଙ୍କୁ । ତୁମେ ଯେମିତି ମତେ ମାରିଛ ମୁଁ ବି ତୁମକୁ ସେମିତି ମାରିବି । ହଠାତ୍ ଅଜୟର ଗୋଟିଏ ସାଙ୍ଗ ବାନ୍ତି କଲା । ଖାଲି ତାଜା ରକ୍ତ । ତାପରେ ତା ପ୍ରାଣବାୟୁ ମଧ୍ୟ ଉଡି ଗଲା । ଆଉ ତିନି ଜଣ ମଧ୍ୟ ଅଜୟ ସହିତ ବାନ୍ତି କରି ମେଡିକାଲ୍ରେ ଭର୍ତ୍ତି ହେଲେ । ସେଠାକୁ ମଧ୍ୟ ଠେକୁଆର ଆତ୍ମା ଯାଇ ସେମାନଙ୍କୁ ଧମକାଇଲା । ଆଉ ଜଣେ ସାଙ୍ଗକୁ ଖଟ ଉପରେ ସାଲାଇନ୍ ଲାଗିଥିବା ଅବସ୍ଥାରେ ତା ଉପରେ ସେହି ଠେକୁଆଟି ଖାଲି ଡେଇଁଲା । ଏବଂ ତାକୁ ମଧ୍ୟ ଅଟହାସ୍ୟ କଲା । ସେ ମଧ୍ୟ କିଛି କ୍ଷଣ ପରେ ଟଳି ପଡିଲା । ଅଜୟର ଆଉ ତିନି ସାଙ୍ଗ ଏମିତି ଏମିତି ମରିଗଲେ । ଅଜୟ ଭୟରେ ଚିତ୍କାର କଲା । ହେଲେ ତା କଥା କେହି ଶୁଣୁ ନଥିଲେ । ଗୁଣିଆଁକୁ ଡାକି ସେ ଠେକୁଆର ଆତ୍ମାକୁ ସାବାଡ କରିବାକୁ କେବଳ ଅଜୟ କହୁଥିଲା । ସେଥି ପାଇଁ କେହି ତ ତା ପାଖକୁ ଆସୁ ନଥିଲେ । ସେ ଦେଖିଲା ଗୋଟାଏ ବଡ ସିରିଞ୍ଜ ଧରି ସେହି ଠେକୁଆ ତା ଆଡକୁ ମାଡି ଆସୁଛି । ତାକୁ ମାରିବାର ଧମକ ମଧ୍ୟ ଦେଉଛି । ସେହି ସିରିଞ୍ଜରେ ତାର ସବୁ ରକ୍ତ ତକ ଟାଣି ନେବ ବୋଲି ମଧ୍ୟ କହୁଛି । ଏଥର ଅଜୟ ବଡ ବିକଳ ହୋଇ ଗଲା । ମୃତ୍ୟୁ ତାର ସୁନିଶ୍ଚିତ ବୋଲି ସେ ଏଥର ଜାଣି ପାରିଲା । ତେଣୁ ସେ ବଡ ପାଟିରେ ମଧ୍ୟ ଚିତ୍କାର କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ