ଭୂତୁଣୀ

                ଭୂତୁଣୀକୁ ଭୟକରି ଅନୁରାଧା ତା’ର କହିବା ଅନୁସାରେ ଘର ସଜାଇବାରେ ପରିବର୍ତ୍ତନ କଲା । ଇତିମଧ୍ୟରେ ଶିବଶଙ୍କର ସେଠାରେ ଆସି ପହଁଚିଲା । ବାହାରେ ତା’ର ପାଦଶବ୍ଦ ଶୁଣାଗଲା । ଭୂତୁଣୀ ଅନୁରାଧାକୁ ସାବଧାନ କରାଇଦେଇ କହିଲା, “ଖବରଦାର, ମୋ ବିଷୟରେ ତୁ ତୋ ସ୍ୱାମୀକୁ ଯେପରି ଆଦୌ କିଛିବି କହିବୁ ନାହିଁ, ଆଉ ଯଦି କହିଛୁ ତେବେ ଦେଖିବୁ ତୋ ଅବସ୍ଥା କ’ଣ ହେବ ।” ଏତିକି କହି ସେ ଭୂତୁଣୀ ଅକସ୍ମାତ୍ ଝରକା ବାଟେ ପଦାକୁ ଡେଇଁପଡି କୁଆଡେ ଅଦୃଶ୍ୟ ହୋଇଗଲା ।

                ଶିବଶଙ୍କର ତା’ ଘର ଭିତରେ ପ୍ରବେଶ କରିବା ମାତ୍ରେ ଏସବୁ ଅଦଳ ବଦଳ ଦେଖି ଭାରି ଜୋର୍ରେ ରାଗିଯାଇ କହିଲା, “ଜିନିଷ ରଖିବାର ଏପରି ଢଙ୍ଗ ତୁମେ କେଉଁଠୁ ଶିଖିଲ?” ଏହାପରେ ସେ ବସିପଡି ଜିନିଷ ସବୁ ସଜାଡିବାରେ ଲାଗିଲା । ସେଦିନ ଘରକାମ ଶେଷ ହେଉହେଉ ରାତି ପ୍ରାୟ ହୋଇ ଯିବାରୁ ସେ ଆଉ ନିଜ ସାଙ୍ଗର ଘରକୁ ଗଲା ନାହିଁ । ଘରେ ଯାହା ଥିଲା ତାକୁ ସେ ଖାଇ ଶୋଇଗଲା । ଅନୁରାଧା ବି ତା’ ସ୍ୱାମୀକୁ ଭୂତୁଣୀ ବିଷୟରେ ଭୟରେ କିଛି କହିପାରିଲା ନାହିଁ । କିନ୍ତୁ ସେ ଏପରି କାହିଁକି କରିଛି ଶିବଶଙ୍କର ମଧ୍ୟ କିଛି ବୁଝିପାରିଲା ନାହିଁ । ତାକୁ ବହୁତ ଅସୁବିଧା ଲାଗୁଥିଲା ଓ ସେ ଚିଡୁଥିଲା ।

                ପରଦିନ ଶିବଶଙ୍କର କାମକୁ ଯିବା ପୂର୍ବରୁ କହିଲା, “ଦେଖ ଆଜି ଦ୍ୱିପ୍ରହର ବେଳକୁ ମୁଁ କାମ କରିବାକୁ ଆସିବି ।” ଏଥୁଅନ୍ତେ ଶିବଶଙ୍କର ଚାଲିଯିବାରୁ ସେ ଭୂତୁଣୀ ଆସିଲା, ଅନୁରାଧା ପାଖରେ ସେ ବସିଲା ଓ ତାକୁ କହିଲା, “ଡାଲିରେ ଚିନି କଷିକରି ଢାଳିଦେ, ଚଟଣୀରେ ପୁଳାଏ ଲୁଣ ପକାଇ ରଖିଦେ ।” ତା’ପରେ ନିଜପାଇଁ ଭଲଭଲ ଖାଦ୍ୟ ତା’ ହାତରେ ବନାଇ ସେ ଖାଇଲା । ଶିବଶଙ୍କର ଆସିବା ପୂର୍ବରୁ ସେ ପୁଣି ଝରକାବାଟେ ଡେଇଁ ଚାଲିଗଲା । ଶିବଶଙ୍କରକୁ ଅନୁରାଧା କିପରି ଭଲ ଖାଦ୍ୟ ଖୁଆଇବ ତାହା ସେ ବୁଝିପାରିଲା ନାହିଁ । ତେଣୁ ସେ ବାଧ୍ୟ ହୋଇ ଭୂତୁଣୀ ଖାଦ୍ୟରୁ ଅଳ୍ପ କିଛି ନିଜ ସ୍ୱାମୀ ପାଇଁ ବାଢିଦେଲା । ଶିବ ଶଙ୍କର ସେହି ଖାଦ୍ୟକୁ ପାଟିରେ ଦେଇଛି କି ନାହିଁ ଥୁ ଥୁ କରି ହଠାତ୍ ସେ ଫିଙ୍ଗିଲା ଓ କହିଲା, “ଏହାକୁ କ’ଣ ଖାଦ୍ୟ କହନ୍ତି? ତୁମର କ’ଣ ହୋଇଛି? ଏସବୁ କେବଳ ମୋରହିଁ ଭୁଲ୍ ତୁମ ପରି ଅଯୋଗ୍ୟ ଲୋକଙ୍କୁ ମୁଁ ବାହା ହେଲି ।” ଏଥିଉତାରେ ସେ ଥାଳିକଯାକ ଭାତ ଶିବଶଙ୍କର ତା’ ସ୍ତ୍ରୀ ଉପରକୁ ଫିଙ୍ଗି ଦେଇ ଖୁବ୍ ରାଗରେ ବାହାରକୁ ଚାଲିଗଲା ।

                ଭୂତୁଣୀ ବରାବର ଏପରି କରେ । ଫଳରେ ଶିବଶଙ୍କର ବହୁତ ହଇରାଣ ହେଲା । ଚାହୁଁ ଚାହୁଁ ଦିନକୁ ଦିନ ଅଧିକରୁ ଅଧିକ ସେ ରାଗିଲା ଓ ଅନୁରାଧାକୁ ଗାଳିଦେଲା । ଏପରି ହଇରାଣ ହୋଇ ହୋଇ ଦିନେ ଶୋଇବା ଘରେ ବସି ଅନୁରାଧା ତା’ ସ୍ୱାମୀକୁ କହିଲା, “ମୁଁ କିଛିଦିନ ପାଇଁ ଟିକେ ମୋ ମା’ ଘରକୁ ଯିବି ।

                ଏଭଳି କଥା ଶୁଣି ଶିବଶଙ୍କର ତତ୍କ୍ଷଣାତ୍ ‘ହଁ’ ଭରିଲା ଓ କହିଲା, “ଯାଅ ଯାଅ । ତୁମେ ତୁମ ମନଇଚ୍ଛା ସେଠାରେ ରହ । ଅନ୍ତତଃ ସେତିକି ସମୟ ମୁଁ ଟିକେ ଶାନ୍ତିରେ ରହିବି ।” ସେହି କେତେଦିନ ଅନୁରାଧା ଖିଆପିଆ ପ୍ରାୟ ଛାଡିଦେଇଥିଲା । ଏକେତ ଦୁଃଖ ପୁଣି ତା’ସାଙ୍ଗକୁ ଘରକାମ କରିକରି ସେ ଅତ୍ୟନ୍ତ ଦୁର୍ବଳ ହୋଇ ପଡିଥିଲା । ଅନୁରାଧା ତା’ ସ୍ୱାମୀଠାରୁ ବିଦାୟ ନେଇ ମା’ ଘରକୁ ଗଲା । ତା’ର ସ୍ୱାସ୍ଥ୍ୟ ଦେଖି ତା’ର ମା’ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ତାକୁ ପଚାରିଲେ, “ଝିଅ, ତୋର ଏପରି ଅବସ୍ଥା କାହିଁକି ହେଲା? କ’ଣ ତୋତେ ତୋ ସ୍ୱାମୀ ଗାଳି ଦେଉଛି ନା ଦୁଃଖ ଦେଉଛି? ତୁ ମୋତେ ସତକଥା ଖୋଲିକରି କହ ।”

                ଅନୁରାଧା ସେ ଭୂତୁଣୀ କଥା କହିବାକୁ ଚାହୁଁ ନ ଥିଲା । କାରଣ ତଦ୍ୱାରା ଯାହା ଖାଲି ତା’ ମା’ବାପ ଦୁଃଖିତ ହେବେ । ତେଣୁ ବାପମା’କୁ ସେ ଏବିଷୟରେ କିଛି ବି କହିଲା ନାହିଁ । ସଂଧ୍ୟାବେଳକୁ ତା’ର ବଡଭାଇ ରାମଚନ୍ଦ୍ର ଘରକୁ ଆସିବାରୁ ତାଙ୍କୁ ସେ ଅନୁରାଧା ବିସ୍ତାର କରି ସବୁକଥା କହିଲା ।

                ସବୁକଥା ଶୁଣି ରାମଚନ୍ଦ୍ର କହିଲେ, ତୁ ସେବିଷୟରେ ଆଉ ଯମାରୁ କିଛି ଚିନ୍ତା କର ନାହିଁ । ସପ୍ତାହକ ମଧ୍ୟରେ ତାକୁ ସେଠାରୁ ନିଶ୍ଚୟ ତଡିଦିଆଯିବ ।” ତା’ପରଦିନ ସେ ଯାଇ ଶିବଶଙ୍କରଙ୍କ କାମ ଜାଗାରେ ପହଁଚିଲେ । ତାଙ୍କୁ ଦେଖି ଶିବଶଙ୍କର ଭୀଷଣ ଭାବେ ରାଗିଯାଇ କହିଲେ, “ଆପଣ ଏଠାକୁ କୁଆଡେ ଆସିଛନ୍ତି? କ’ଣ ମୋର ଅବସ୍ଥା ଦେଖିବାକୁ? ତୁମର ସେ ମୂର୍ଖ ଭଉଣୀ ବିନା ମୁଁ ଏଠାରେ କିପରି ଚଳୁଛି? ଏଇଆ ନା? ମୋତେ ସହାନୁଭୂତି ଦେଖାଇବା ଆପଣଙ୍କର କୌଣସି ପ୍ରୟୋଜନ ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ