ଭୂତ କୋଠି

                ଏଇ ସାଙ୍ଗେ ସାଙ୍ଗେ ତୁମ ମାଆଙ୍କର ପ୍ରେତାତ୍ମା ସହିତ ମୋର କଥାବାର୍ତ୍ତା ହେଲା । ତୁମ ମାଆ କେବଳ ତାଙ୍କ ମନର କଥା ମୋତେ କହିଲେ ନାହିଁ, ବରଂ ତାଙ୍କ ହୃଦୟର କଥା ବି କହିଲେ । ତାପରେ ଅତୀତରେ ପରମାନନ୍ଦ ମାଆଙ୍କ ସହିତ ଯାହା ବି କଥାବାର୍ତ୍ତା ହୋଇଥିଲା, ଓ ସାଙ୍ଗେ ସାଙ୍ଗେ ଯେଉଁ ସବୁ ଘଟଣା ଘଟିଥିଲା କୈଳାସ ସେସବୁ ପରମାନନ୍ଦଙ୍କୁ କହିଲେ ।

                ଏଥୁଅନ୍ତେ ଶେଷରେ କୈଳାସ କହିଲେ, ବାବୁ ପରମାନନ୍ଦ, ମୋ ଝିଅ ସୁରମା ସର୍ବଦା ତୁମ ଘରେ ହିଁ ରହିଥାଉ । ତୁମ ହାତରେ ମୁଁ ସୁରମାକୁ ଅର୍ପଣ କରି ଏ ସ୍ଥାନ ଛାଡି ଚାଲିଯିବି । ପରମାନନ୍ଦଙ୍କ ଭାଗ୍ୟରେ ହଠାତ୍ ଏଭଳି ସୁଯୋଗ ଆସିବ, ବୋଲି ସେ ପରମାନନ୍ଦ କେବେବି ଭାବି ହିଁ ନଥିଲା । ସେହିକ୍ଷଣି ପରମାନନ୍ଦ କୈଳାସର ହାତ ଧରି ପକାଇ କହିଲା, ସତରେ ମୁଁ ବଡ ଭାଗ୍ୟବାନ । ମୁଁ ଆଜି ସବୁ କିଛି ପାଇଛି । ଆପଣ ଆମକୁ ଛାଡି ଆଉ କେଉଁଆଡେ ପୁଣି ଯିବେ କାହିଁକି? ତିନି ଜଣ ମିଶି ସୁଖରେ ଏକାଠି ରହିବା । ପରମାନନ୍ଦ ଓ କୈଳାସର ସମସ୍ତ କଥା ଛକି ଶୁଣୁଥିଲା ସୁରମା । ନିରିମା ଭୁତୁଣୀର ଅନେକ ଦିନର ଆଶା ବି ପୂରଣ ହେଲା । କିଛିଦିନ ଚାଲିଗଲା । ସମସ୍ତ ଦାୟିତ୍ୱ ନେଇ କୈଳାସ ଖୁବ୍ ଜାକଜମକରେ ପରମାନନ୍ଦ ସହିତ ସୁରମାର ବାହାଘର କଲେ । ତାପରେ ସେ ତିନିହେଁ ସେଠାରେ ମହାଆନନ୍ଦରେ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ