ଭୂବନ ସୁନ୍ଦରୀ

କାଂଶୁକ କହିଲେ, “ବଜ୍ରକାୟ ପ୍ରମୋଦିନୀକୁ ମନ, ପ୍ରାଣ, ଶରୀରରେ ଭଲ ପାଉଥିଲେ । କିନ୍ତୁ ସେ ବିଶ୍ୱାସରେ ବିଷ ଦେଇ ତାକୁ ମାରି ପକାଇଲେ । ଏପରି ପରିସ୍ଥିତିରେ ବଜ୍ରକାୟଙ୍କର ଇଚ୍ଛା ପୁରଣ ନକରିବା ହେଲା ଅଧର୍ମ ।” କିନ୍ତୁ ସମ୍ରାଟ ନିଜେ ପ୍ରମୋଦିନୀଙ୍କୁ ବଳି ଦେବାର ବିଷୟରେ କହିବେ । ସେ କହିଲେ, “ଏତେ ରକ୍ତପାତ ହେବାପରେ ଜଣେ ମୃତଲୋକର କଥାରେ ସ୍ତ୍ରୀଲୋକଙ୍କୁ ମୃତ୍ୟୁଦଣ୍ଡ ଦେବା ନ୍ୟାୟ ସଙ୍ଗତ ନୁହେଁ ।”

କେତେକ ଗ୍ରୀକ୍ କହିଲେ, “ଆପଣ ତ ଜାଳିନୀକୁ ନିଜ ସ୍ତ୍ରୀ ଭାବରେ ରଖିଲେ । ତେଣୁ ତାଙ୍କ ଉଭଣୀ ପ୍ରମୋଦିନୀଙ୍କୁ ମାରିବାକୁ ବାରଣ କରୁଛନ୍ତି । କ୍ରମେ ଏହି ବାଦବିବାଦ ତୀବ୍ରରୂପ ଧାରଣ କଲା, କଥା ବହୁତ ବଢିଯିବାରୁ ରୂପଧର ମଝିରେ ଆସି ତାଙ୍କର ରାୟ ଶୁଣାଇଲେ ଯେ ପ୍ରମୋଦିନୀଙ୍କୁ ବଳି ଦିଆଯିବ । କାରଣ ତଦ୍ୱାରା ବଜ୍ରକାୟଙ୍କର ଆତ୍ମା ସନ୍ତୁଷ୍ଟ ହେବ । ସମ୍ରାଟ ବାଧ୍ୟ ହୋଇ ନୀରବ ରହିଲେ ।”

ପ୍ରମୋଦିନୀଙ୍କୁ ବଳି ଦେବା ପାଇଁ ସ୍ଥିର ହୋଇଗଲା । ଏହି କାର୍ଯ୍ୟ ରୂପଧରଙ୍କୁ ଦିଆଗଲା । ବଜ୍ରକାୟଙ୍କ ପୁତ୍ର ନବଯୋଧ ସେଥିପାଇଁ ଖଣ୍ଡା ଧରି ଠିଆହୋଇଗଲେ, ଗ୍ରୀକ୍ମାନଙ୍କ ସମାଧି ନିକଟରେ ବଳି ଦିଆଗଲା । ଗ୍ରୀକ୍ମାନେ ଶାସ୍ତ୍ରମତରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା କଲେ ।

                ପ୍ରମୋଦିନୀଙ୍କ ମୃତ୍ୟୁ ପରେ ପ୍ରତ୍ୟାବର୍ତ୍ତନ ଯାତ୍ରା ପାଇଁ ଜାହାଜମାନେ ସଜ ହୋଇ ବାହାରିଲେ । ଅନୁକୂଳ ବାୟୁ ବହିବାରୁ ଗ୍ରୀକ୍ମାନେ ଭାବିଲେ ଯେ ପ୍ରମୋଦିନୀଙ୍କ ମୃତ୍ୟୁରେ ବଜ୍ରକାୟଙ୍କ ଆତ୍ମା ସନ୍ତୁଷ୍ଟ ହୋଇ ଅନୁକୂଳ ବାୟୁ ପ୍ରେରଣ କରିଛନ୍ତି ।

                ବର୍ଦ୍ଧନଙ୍କ ପତ୍ନୀ ରୂପଧରଙ୍କ ପାଖରେ ରହିଲେ । ସେ ସର୍ବଦା ଗ୍ରୀକ୍ମାନଙ୍କୁ ଅଭିଶାପ ଦେବାରୁ ସେମାନେ ତାଙ୍କୁ ମାରି ସମୁଦ୍ରରେ ଫିଙ୍ଗି ଦେଲେ ।

                ଏହି ପ୍ରତ୍ୟାବର୍ତ୍ତନ ଯାତ୍ରା ପୂର୍ବରୁ କେତେ ଗ୍ରୀକ୍ବୀର ସବୁ ମରିଥିଲେ ଓ ବାଟରେ ମଧ୍ୟ ମରିଗଲେ । ରାଜ୍ୟରେ ପହଁଚି ପାରିଲେ ନାହିଁ । ଟ୍ରୋୟରୁ ଫେରିବା ପୂର୍ବରୁ ସମ୍ରାଟ ଓ ତାଙ୍କ ଭାଇ ପ୍ରତାପଙ୍କ ମଧ୍ୟରେ ଝଗଡା ହେଲା । ପ୍ରତାପ କହିଲେ, “ବାୟୁ ଆମର ଅନୁକୂଳରେ ବହୁଛି । ଏବେ ଯାତ୍ରା କରିଲେ ଭଲ । ସମ୍ରାଟ କହିଲେ “ବୁଦ୍ଧିମତୀ ଦେବୀଙ୍କୁ ପୂଜା କରିବା ପରେ ଯିବା ।” ପ୍ରତାପ କହିଲେ “ସେ ଆମର ଏପରି କିଛି ସହାୟତା କରିନାହାଁନ୍ତି ଯେ ତାଙ୍କୁ ପୂଜା ଦେବା ପରେ ଯାଇ ଆମେ ଯିବା ।” ଏହିକଥା ଉପରେ ବାକ୍ବିତଣ୍ଡା ହୋଇ ଦୁହେଁ ସାରା ଜୀବନ ପାଇଁ ଅଲଗା ହୋଇଗଲେ ।

                ସମ୍ରାଟ, ନବଯୋଧ, ବୃଦ୍ଧ ନବଦ୍ୟୋତ ଓ ଅନ୍ୟାନ୍ୟ ସୈନ୍ୟମାନଙ୍କୁ ନେଇ ଘରକୁ ପଳାଇଲେ । ତାଙ୍କ ଭାଇ ପ୍ରତାପ ଅନ୍ୟାନ୍ୟ ଯୋଦ୍ଧା ଓ ସୈନିକମାନଙ୍କୁ ନେଇ ଯାତ୍ରାରେ ବଡ ଅସୁବିଧାରେ ପଡିଲେ ଓ ଅନେକ ଲୋକ ମଲେ । ତାଙ୍କ ଜାହାଜ ଇଜିପ୍ଟରେ ପହଁଚିଲା, ସେଠାରେ କିଛି ସମୟ ରହି ସେମାନେ ପୁଣି ଯାତ୍ରା କରି ନିଜ ରାଜ୍ୟରେ ଆସି ପହଁଚିଲେ, ଇତିମଧ୍ୟରେ ସମ୍ରାଟଙ୍କୁ କିଏ ମାରି ଦେଇଥାଏ ।

                ଟ୍ରୋୟ ଯୁଦ୍ଧରେ କାଠଘୋଡାର କଳ୍ପନା ଯୁଦ୍ଧରେ ଜିତିବା ସବୁ ରୂପଧରଙ୍କର ଯୋଜନା । ସେହି ରୂପଧର ଯାତ୍ରାରେ ନାନା ଦିଗରେ ଯାଇ ଦଶବର୍ଷ ପରେ ଘରେ ପହଁଚିଲେ ।

                ଏହିପରି ପୃଥିବୀର ଏକ ଶ୍ରେଷ୍ଠ ନଗରୀ ଟ୍ରୋୟର ଧ୍ୱଂସସାଧନ ହେଲା । ତା’ପରେ ଅନେକ ରାଜା ଓ ପ୍ରଶଂସନଙ୍କ ପୁତ୍ରମାନେ ଏହାର ପୁନଃନିର୍ମାଣ କଲେ । କିନ୍ତୁ ତାହା ତା’ର ପୂର୍ବ ଐଶ୍ୱର୍ଯ୍ୟକୁ ଆଉ କଦାପି ମଧ୍ୟ ପ୍ରାପ୍ତକରି ପାରିଲା ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ