ମଇନା କୁମାରୀ ଓ ଛବି କୁମାରୀ କାହାଣୀ

                ମଇନା-ଛବି କୁମାରୀ କଥା ମନ ଦେଇ ଶୁଣ

                ସଂସାରେ ଆଲୋକିତ ଅଟେ ଦିହିଁଙ୍କ ରୂପ ଗୁଣ ।

                ଗୋବରା ଭୂତ କହିଲା ଦିନେ ଥୋବରା ମୁହଁ କାଢି

                ଧୋବା ରାମକୁ ମାଗି ଯାଇ ଜୋବରା ନିଶ ଦାଢି ।

                ରାତି ଅଧରେ କଦରେ ପଶି ରାଣୀଙ୍କ ଉଆସରେ

                ମଇନାଟାକୁ ଚୋରାଇ ନେବି ଆପଣା ସାହାସରେ ।

                ଧୂମା ସୈତାନ କହିଲା ତାକୁ ନିକୁଟି ଭଙ୍ଗା ଦାନ୍ତ

                ଜାଣିଲେ ରାଜା ହାଣିବ ତୋର ଆଗେ ଡାହାଣ ହାତ ।

                ଫୁର୍ରୁ କିନା ହସିଲା ଭୂତ କହିଲା ଦୁରୁ ଦୁରୁ

                ଉଠିବ ଝଡ ତୋଫାନ ଖାଲି ଛୁଟିବ ଗୁରୁ ଗୁରୁ ।

                କଜିଆ କରି ଦିହିଁଙ୍କି ଦିହେଁ ହୋଇଲେ କୋଡା କୋଡି

                ଗୋଡି ମାଟିରେ ପହରେ ଯାଏ ଲାଗିଲେ ଗଡାଗଡି ।

                ଫାଟିଲା ମୁଣ୍ଡ ବହିଲା ଖାଲି କାଳିଆ ରକ୍ତ ଧାରା

                ଉଡି ଆସିଲେ ଗୁରୁର୍ ଗାରର୍ ଯୋଡିଏ ଧଳା ପାରା ।

                କାନ ପଜାଇ ପୁଣ ସଧୀରେ ମନକୁ ରଖ ଟାଣି

                ମଇନା କୁମାରୀ – ଛବି କୁମାରୀ କାହାଣୀ ।

                ସମୟାନୁକ୍ରମେ ସେ ଦୁହେଁ ତଥା ମଇନା ଓ ଛବି ଯୁବତୀ ହେଲେ । ରାଜାଙ୍କର ଏହି ଝିଅ ଯୋଡିଏ ଛଡା ଆଉ ପୁଅପାତି କିଛି ବି ହେଲେନି । ତେଣୁ ରାଜା ତାଙ୍କ ମନ୍ତ୍ରୀଙ୍କ ସଙ୍ଗେ ପରାମର୍ଶ କରି ସ୍ଥିର କଲେ ଗୋଟିଏ ଝିଅକୁ ଦାନ ଯୌତୁକ ଦେଇ ବିଭା କରିଦେବା, ଆଉ ଗୋଟିଏ ଝିଅକୁ ଘର ଜୋଇଁୟା କରିବା । ଏହି କଥାଟା ରାଣୀମାନେ ବି ଶୁଣିଲେ । ସେ କହିଲା ମୋ ଝିଅ ହେବ, ୟେ କହିଲା ମୋ ଝିଅ ହେବ । ରାଜା ସମସ୍ତଙ୍କ କଥାରେ ହଁ ମାରନ୍ତି । ହେଲେ ତାଙ୍କ ମନ କଥା ମନରେ ହିଁ ଥାଏ, ସେ କାହାକୁ ବି କିଛି କହନ୍ତିନି ।


ଗପ ସାରଣୀ

ତାଲିକାଭୁକ୍ତ ଗପ