ମଇନା କୁମାରୀ ଓ ଛବି କୁମାରୀ କାହାଣୀ

ଗଡଠୁଁ ପାଂଚ କୋଶ ଦୂରରେ ବସାଖଣ୍ଡେ ନେଇ ସେନାପତିର ସ୍ତ୍ରୀ ଓ ମଇନା ରହିଲେ ।  ଯେଉଁମାନେ ଗଡରୁ ଡାଲି ଚାଉଳ ଇତ୍ୟାଦି ଘେନି ସେଠାକୁ ଯାଆନ୍ତି, ସେମାନେ ସେଠାରେ ଖୁବ୍ ଖୁସି ହୁଅନ୍ତି ଏହି ମଇନାର ବ୍ୟବହାରରେ । ମାତ୍ର ସେମାନେ କେହି କେବେ ମଇନାକୁ ଚିହ୍ନି ପାରନ୍ତିନି ଭୁଲ୍ରେ ବି କାହିଁକି ନା ଦିନକ ପାଇଁ ବି ସେ ମଇନା କାହାକୁ ନିଜର ଚିହ୍ନା ଦିଏନି । କାରଣ ରାଜା ରାଣୀଙ୍କ ପ୍ରତି ତା’ର ଅହେତୁକ ଅଭିମାନ ଥାଏ ବୋଲି ।

ଦିନାକେତେ ବିପତ୍ନୀକ କଷ୍ଟ ଭୋଗକରି ରାଜାଙ୍କ ମନ ହେଲା ପୁଣି ଆଉ ଥରେ ବିଭା ହେବାକୁ । ସେ କନ୍ୟା ଖୋଜାଉଥିଲେ, ଏଣେ ମଇନାକୁ ଦେଖି ଯାଉଥିବା ଲୋକମାନେ ଯାଇ ‘ମଇନାକୁ ଅତି ସୁନ୍ଦରୀ ଓ ଚତୁରୀ ବୋଲି’ ରାଜାଙ୍କୁ କହିବାରୁ ରାଜା ତାଙ୍କ ସେନାପତିକି ବହୁତ ଅନୁରୋଧ କଲେ ସେ ମଇନାକୁ ବିଭା ହେବା ପାଇଁ । ସେନାପତି ମଧ୍ୟ ରାଜାଙ୍କ ପ୍ରସ୍ତାବରେ ରାଜି ହୋଇ ତାଙ୍କୁ ଜବାବ ଦେଲା । ପରିଶେଷରେ ଏହି କଥାଟା ଗଲା ମଇନା କାନକୁ । ଭାରି ବ୍ୟସ୍ତ ହୋଇ କାନ୍ଦିଲା ସେ । ତାପରେ ସେ ମଇନା ତା ଧର୍ମ ବାପକୁ ଡକାଇ କହିଲା, ମୁଁ ସେ ରାଜାଙ୍କୁ ଆଦୌ ବିଭା ହେବିନି ।

ତହୁଁ ସେ ସେନାପତି ଭୟ କଲା ମୁଣ୍ଡକାଟ ଶାସ୍ତିକି । ତେଣୁ ସେ ନାଚାର ହେବା କଥା ମଇନାକୁ କହିଲା । ମଇନା ଦେଖିଲା, ଉପକାରୀ ଲୋକକୁ ଦୁଃଖ ଦେବାଟା ଆଦୌ ଉଚିତ୍ ନୁହେଁ । ତେଣୁ ସେ ମଇନା ଗୋଟାଏ ଫନ୍ଦି ଫିକର୍ କାଢିଲା । ତାପରେ ସେ ତା ଧର୍ମ ବାପାକୁ କହିଲା – “ମୁଁ ସେ ରାଜାଙ୍କୁ ଦେଖିଲେ ଯାଇ ବିଭା ହେବି । ସେନାପତି ସେ କଥା ଯାଇ ରାଜାଙ୍କୁ କହିବାରୁ ରାଜା କାଲି ଆସୁଛନ୍ତି ମଇନାକୁ ଦେଖା କରିବା ପାଇଁ ।

ଏହି ସମସ୍ତ କଥା ଶୁଣି ହଠାତ୍ ତେଜି ଉଠିଲା ସେ ଛବି । ଏହିପରି ଏକ କଥାଟା ଶୁଣି ଶୁଣି ଛବିର ଧୈର୍ଯ୍ୟ ଦମ୍ଭ ସବୁ ପାଣି ଫାଟି ଯାଇଥିଲା । ଉନ୍ମାଦିନୀଙ୍କ ପରି ହଠାତ୍ କହି ଉଠିଲା ସେ – “ନାଁ, ନାଁ, ଏ ବିଭାଘର କଦାପି ମଧ୍ୟ ହୋଇପାରିବନି । ମଇନା ଦେଈ ଝିଅ, ସେ ରାଜା ଜଣକ ହେଉଛନ୍ତି ତାଙ୍କ ବାପ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ