ମଇନା କୁମାରୀ ଓ ଛବି କୁମାରୀ କାହାଣୀ

ବାବା, ବାବା ବୋଲି ସେ ମଇନା ବି ଅନେକ କାନ୍ଦିଲା । କେବଳ ତଟସ୍ଥ ହୋଇ ଅନାଇ ରହିଲେ ସେହି ସର୍ଦ୍ଦାର ଓ ସର୍ଦ୍ଦାରୁଣୀ ଦିଓଟି ପ୍ରାଣୀ । ତାଙ୍କ ଓଠ ପାଟି ଦେଇ ପଦେ ହେଲେ ବି କଥା ଆଉ ଆସିପାରିଲାନି ବାହାରକୁ । ମଇନା ଡମପଡା ରଜାଙ୍କ ଝିଅ ବୋଲି ସେମାନେ ଏତେ ଦିନକେ ଜାଣି ପାରିଲେ ।

ଛବି କୁମାରୀ ଫେରିଛି ମହାରାଜ! ଛବି କୁମାରୀ ଫେରିଛି ବୋଲି ସୈନ୍ୟ ସାମନ୍ତମାନେ ଚିତ୍କାର କରି ଦଉଡି ଆସିଲେ । ଏହି କଥା ଶୁଣି ସଙ୍ଗେ ସଙ୍ଗେ ରାଜାଙ୍କ ମନ ଭିତରେ ଆହୁରି ଗୋଟାଏ ଅଫୁରନ୍ତ ଆନନ୍ଦର ଝରଣା ଖେଳିଗଲା । କାହିଁ ମୋର ଛବି, କାହିଁ ମୋର ଛବି ବୋଲି ପାଗଳଙ୍କ ପରି ଛୁଟି ଯାଉଥିଲେ ମହାରାଜ । ଏତିକିବେଳେ ପାଗଳିନୀଙ୍କ ପରି ଦଉଡି ଆସିଲା ଛବି ।

ଛବି କହିଲା – ଏ ବିଭାଘର ହୋଇ ପାରେନା ବାବା! ସେ ସେନାପତିଙ୍କ ଝିଅ ନୁହେଁ, ସେ ହେଉଛି ମୋ ଦେଈ, ମୋ ମଇନା ଦେଈ । ତାକୁ ତୁମେ କଲ୍ୟାଣ କର ବାବା! କଲ୍ୟାଣ କର ।

ମୋ’ଛବି ଫେରିଛି ବୋଲି ରାଜା ତାକୁ ବି ଟାଣି ନେଲେ ନିଜ କୋଳକୁ । ମଇନା ବି ଦଉଡି ଆସିଲା ସେମାନଙ୍କୁ କୁଣ୍ଢାଇ ପକାଇଲା । ବହୁଦିନ ପରେ ବାପ ଓ ଦି’ଝିଅଙ୍କର ଅପୂର୍ବ ମିଳନ । ଏ ଆନନ୍ଦ ପୁଣି ମିଳେ କାହାକୁ । ଦେଖଣାହାରୀ ଲୋକମାନେ ସେଠାରେ ଚିତ୍ର ପିତୁଳା ପରି ଠିଆ ହୋଇ କେବଳଦେଖୁଥାନ୍ତି । କାହାରି ପାଟିରୁ ପଦୁଟିଏ କଥା ବି ଆଦୌ ବାହାରୁ ନଥାଏ । ବାପ ଝିଅ ଖୁବ୍ କନ୍ଦାକଟା କଲେ । ଆନନ୍ଦର ଲୁହ ଧାର ବୋହିଯାଇ ତତଲା ଛାତିରେ ଦେଲା ଶୀତଳ ଚୁମ୍ବନ । ରାଜାଙ୍କ ମନଟା କ୍ରମେ ଶାନ୍ତ ହୋଇ ଆସିଲା । ତା’ପରେ ସ୍ଥିର ହୋଇ ବସିଲେ ସବୁକଥା ଜାଣିବାକୁ ।

ମଇନା କହିଲା – “ବଲାଙ୍ଗିର ରାଜପୁତ୍ର ବାହାରେ ଅପେକ୍ଷା କରି ବସିଛନ୍ତି । ତାଙ୍କୁ ଏଠାକୁ ଡକାନ୍ତୁ ।

ରାଜା ପଚାରିଲେ – ସେ କିପରି ଏଠାକୁ ଆସିଲେ?


ଗପ ସାରଣୀ

ତାଲିକାଭୁକ୍ତ ଗପ