ମଣିଷ ପଣିଆ

ଚାରିଆଡେ ତ ଖାଲି ମୋଗଲ ସେନାଙ୍କ ଗୁପ୍ତଚର । ଏସବୁ କେବଳ ସେ ରଘୁପତିଙ୍କୁ ଧରିବା ପାଇଁ ହିଁ ଉଦ୍ୟମ । ତଥାପି ବି ସେ ସର୍ଦ୍ଦାର ଆଗକୁ ବଢିଲେ । ଅନେକ ବାଟ ଅତିକ୍ରମ କଲାପରେ ହଠାତ୍ ସେ ରଘୁପତି ପଡିଗଲେ ଜଣେ ମୋଗଲ ସିପାହୀଙ୍କ ହାବୁଡରେ । ସନ୍ଦେହରେ ମୋଗଲ ସିପାହୀଟି ସର୍ଦ୍ଦାରଙ୍କୁ ତାଙ୍କର ପରିଚୟ ମାଗିଲା । ସତ୍ୟନିଷ୍ଠ ସର୍ଦ୍ଦାର ମିଥ୍ୟାର ଆଶ୍ରୟ ନନେଇ ନିଜର ପ୍ରକୃତ ପରିଚୟ ପ୍ରଦାନ କଲେ ।

ସର୍ଦ୍ଦାରଙ୍କ ଠାରୁ ସବୁ କଥା ଶୁଣି କେବଳ ହସି ଉଠିଲା ସେ ସିପାହୀ ଜଣକ । ତାପରେ ସେ ସିପାହୀ ରଘୁପତିଙ୍କୁ ବନ୍ଦୀ କରିବା ପାଇଁ ତାଙ୍କ ଆଡକୁ ଆଗେଇ ଆସିଲା । ସେ ସିପାହୀର ମନୋଭାବକୁ ଠଉରାଇ ନେଲେ ରଘୁପତି । ତେଣୁ ରଘୁପତି ଅତି ନମ୍ରତାର ସହିତ କହିଲେ “ଶୁଣ ଘରେ ମୋର ଏକମାତ୍ର ପୁତ୍ର ମୃତ୍ୟୁ ସହ ସଂଗ୍ରାମ କରୁଛି । ଥରେ ମାତ୍ର ଖାଲି ତାକୁ ଟିକେ ଦେଖିବାକୁ ମୋତେ ସୁଯୋଗ ଦିଅ ।” ମୁଁ କଥା ଦେଉଛି ପୁଅକୁ ଦେଖି ପୁଣି ଏହି ବାଟେ ତୁମ ପାଖକୁ ମୁଁ ନିଶ୍ଚୟ ଫେରି ଆସିବି । ଏପରି କଥା ଶୁଣି ସେ ସିପାହୀଟିର ଟିକେ ଦୟା ହେଲା । ତେଣୁ ସେ ରଘୁପତିଙ୍କୁ ସେଠାରୁ ଯିବାକୁ ଦେଲା ।

ତାପରେ ଘରେ ଯାଇ ପହଁଚିଲେ ରଘୁପତି । ତାଙ୍କୁ ଦେଖି କାନ୍ଦି ଉଠିଲେ ତାଙ୍କର ପତ୍ନୀ । ରୋଗଣା ପୁଅକୁ ଗେଲ ପରେ ଗେଲ ଦେଇ ଚାଲିଲେ ସେ ସର୍ଦ୍ଦାର ଜଣକ । କିଛି ସମୟ ପରେ ପତ୍ନୀଙ୍କୁ ସାନ୍ତ୍ୱନା ଦେଇ, ପୁଣି ଦେଖା ହେବ ବୋଲି କହି ରଘୁପତି ତାଙ୍କ ଘରୁ ପାଦ କାଢିଲେ । ବାଟରେ ଘଟିଥିବା ସମସ୍ତ ଘଟଣା ତ ରଘୁପତିଙ୍କର ପତ୍ନୀ ଶୁଣି ସାରିଥାନ୍ତି । ତେଣୁ ପତ୍ନୀ ବାରଣ କଲେ, କହିଲେ ଅନ୍ୟ ବାଟ ଦେଇ ଜଙ୍ଗଲକୁ ଚାଲି ଯାଆନ୍ତୁ । କିନ୍ତୁ ସତ୍ୟନିଷ୍ଠ ରଘୁପତି ସେହିପରି କରିପାରିବେ ନାହିଁ ବୋଲି ସ୍ପଷ୍ଟ ଭାବରେ କହି ଆଗକୁ ବଢିଲେ ।

ଏଥର ଚାଲି ଚାଲି ସର୍ଦ୍ଦାର ରଘୁପତି ଯାଇ ପହଁଚିଗଲେ ସେ ସିପାହୀ ନିକଟରେ । ସର୍ଦ୍ଦାରଙ୍କୁ ଦେଖି ହଠାତ୍ ଆଶ୍ଚର୍ଯ୍ୟ ହେଲା ସେ ସିପାହୀ ଜଣକ । ରଘୁପତିଙ୍କ ସତ୍ୟବଚନ ଓ ପ୍ରତିଶୃତି ପାଳନ କରିବା ପାଇଁ ବ୍ୟାକୁଳତା, ସେଦିନ ସେ ସିପାହୀଟିକୁ ବେଶ୍ ପ୍ରଭାବିତ କରିପାରି ଥିଲା । ତେଣୁ ହଠାତ୍ ସେ ସିପାହୀଟିର ହୃଦୟର କେଉଁ ଏକ କୋଣରୁ ଝଲସୀ ଉଠିଥିଲା ମଣିଷ ପଣିଆ । ତେଣୁ ରଘୁପତିଙ୍କ ଉପରେ ଦୟାଜାତ ହୋଇଥିଲା ତା’ର । ତେଣୁ ସେ ସିପାହୀ ଆଦୌ ବନ୍ଦୀ ନ କରି ସେଠାରୁ ଚାଲିଯିବାକୁ ଖୁବ୍ ଅନୁରୋଧ କରିଥିଲା ରାଜପୁତ୍ ସର୍ଦ୍ଦାରଙ୍କୁ ।

ସେ ସିପାହୀଟିର ଏଭଳି ଆଚରଣ ବି ଅତ୍ୟନ୍ତ ମୁଗ୍ଧ କରିଲା ସର୍ଦ୍ଦାରଙ୍କୁ । ସର୍ଦ୍ଦାର ସେଠାରୁ ଯିବା ପୂର୍ବରୁ କହିଲେ – “ଜୀବନରେ ଯଦି କେବେ ସୁଯୋଗ ଆସେ ତେବେ ତୁମ ଋଣ ପରିଶୋଧ ନିମନ୍ତେ ମୁଁ ନିଶ୍ଚୟ ଚେଷ୍ଟା କରିବି ।” ଘଟିଥିବା ସମସ୍ତ ଘଟଣା କୌଣସିମତେ ଜଣେ ମୋଗଲ ସେନା ଅଧିକାରୀ ଜାଣିପାରିଲେ । ତେଣୁ ସେ ସିପାହୀଟିକୁ ବନ୍ଦୀ କରାଗଲା ।

ସର୍ଦ୍ଦାର ରଘୁପତି ସିପାହୀଟି ତାଙ୍କ ପାଇଁ ବନ୍ଦୀ ହୋଇ ଦଣ୍ଡ ପାଇବାକୁ ଯାଉଛି ବୋଲି ମଧ୍ୟ ଖବର ପାଇଲେ । ତେଣୁ ସେ ବ୍ୟଥିତ ସର୍ଦ୍ଦାର ଯାଇ ଆତ୍ମସମର୍ପଣ କଲେ ମୋଗଲ ସେନା ଅଧିକାରୀଙ୍କ ନିକଟରେ । ତାପରେ ଅନୁରୋଧ ପରେ ଅନୁରୋଧ କରିଚାଲିଲେ ସର୍ଦ୍ଦାର, ସେ ସିପାହୀଟିକୁ ତୁରନ୍ତ ମୁକ୍ତ କରିବା ପାଇଁ । ଶେଷରେ ରଘୁପତିଙ୍କ ସମସ୍ତ ଉଦ୍ୟମ ବ୍ୟର୍ଥ ହେଲା । ପରିଶେଷରେ ସେ ସିପାହୀ ଓ ରଘୁପତିଙ୍କୁ ମୃତ୍ୟୁ ଦଣ୍ଡର ହିଁ ଆଦେଶ ମିଳିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ