ମଦନ ସୁନ୍ଦର କଥା

         ଏତେ ଆପଣାର କରି ଥିଲେ ନିଜର ପୁଅ ଝିଅଙ୍କ ଠାରୁ ନିଜର କରି ଥିଲେ । ରାଜାଙ୍କର ସମସ୍ତ କାର୍ଯ୍ୟ ବେଳକୁ ମଦନ ସୁନ୍ଦର ଥିଲା । ହେଲେ ଏତେ ଦିନର ମମତାକୁ ଭୁଲି ଯାଇ ସେ ଯେତେ ବେଳେ ରାଜାଙ୍କୁ ମନା କରି ଦେଲା ତହୁଁ ରାଜାଙ୍କର ମନ ବିଗିଡି ଗଲା । ସେ ହଠାତ୍ ତା’ ଉପରେ ରାଗି ଗଲେ । ଆଉ ମଧ୍ୟ କ୍ରୋଧିତ ହୋଇ ଗୋଟାଏ ଛାର ଚାକର ହୋଇ ରାଜାଙ୍କ ଆଦେଶକୁ ପ୍ରତ୍ୟାଖ୍ୟାନ କରି ଦେଲା! ଅବଶ୍ୟ ନୀଚ୍ଚ ଲୋକକୁ ନେଇ ମଥାରେ ବସାଇଲେ ମନୁଷ୍ୟକୁ ତାର ପ୍ରତିଫଳ ଏହି ପରି ଭାବରେ ମିଳି ଥାଏ । ସଙ୍ଗେ ସଙ୍ଗେ ତାର ପ୍ରତିଶୋଧ ନେବାକୁ ସିଦ୍ଧାନ୍ତ ନେଇ ଆଦେଶ ଦେଲେ ଯେ ମଦନ ସୁନ୍ଦରର ସମସ୍ତ ସଂପତିକୁ ଜବତ କର । ତା ମୁଖରେ ଚୁନ କାଳି ଲଗାଇ ରାଜ୍ୟ ସାରା ବୁଲାଅ । ଆଉ ମଧ୍ୟ ତାକୁ ନଣ୍ଡା କରି ଦେଇ ମୋ ରାଜ୍ୟରୁ ବାହାର କରି ଦିଅ ।

         ଗୋଟିଏ ଘଂଟା ଲାଗିଲା ନାହିଁ । ରାଜାଙ୍କର ଆଦେଶକୁ ପାଳନ କରି ସଇନମାନେ ମଦନ ସୁନ୍ଦରକୁ ନେଇ ରାଜ୍ୟର ବାହାରେ ଛାଡି ଦେଇ ଆସିଲେ ।

         ଦେଖିଲୁ ତ ଝିଅ, ରାଜା ମଦନ, ସୁନ୍ଦରକୁ କିପରି ଆପଣାର କରି ଥିଲେ । ଏତେ ଆପଣାର କରି ଥିଲେ ବୋଲି ତ ସେ ତାର ଫଳ ଭୋଗିବା ସହିତ ନିମକ ହାରାମ ଚାକରକୁ ନେଇ ରାଜ୍ୟ ବାହାରେ ଛାଡି ଦେଇ ଆସିଲେ ।

         ତେଣୁ ମୋ କଥା ମାନି ତୁ ମାଆ ସେଇ ବେଇମାନ୍ ରାଜା ପୁଅର କଥାକୁ ମନ ମଧ୍ୟରୁ ସଂପୂର୍ଣ୍ଣ ଭୁଲି ଯାଇ ନିଜ ଘରକୁ ଫେରି ଯାଅ । ଆଗରୁ ଯେପରି ସୁଖରେ ଥିଲୁ ସେହି ପରି ସୁଖରେ ବଂଚି ବାକୁ ଆରମ୍ଭ କର । ରାଜା ପୁଅ ଲାଗି ତୁ ଏତେ ହନ୍ତ ସନ୍ତ ହୁଅନା ।

         ଶାରୀ କହିଲା ଏକଥା ଶୁଣିଲୁ ତ ଶୁଆ, ସନ୍ନ୍ୟାସୀ ସିନା ସାନ ଭଉଣୀକୁ ଏତେ କଥା ବୁଝାଇଲେ । ସାନ ଭଉଣୀ କ’ଣ ତାହା ବୁଝିଲା ନା ରାଜା ପୁଅକୁ ହୃଦୟ ମଧ୍ୟରୁ ଭୁଲି ଗଲା । ସେ ସେହି ପରି ବିରହ ନିଆଁରେ ଜଳି ବାକୁ ଲାଗିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ