ମନ୍ତ୍ରଶକ୍ତି

ପୁରୁଣା କାଳର କଥା । ସେତେବେଳେ ତ ନେପାଳରେ ପ୍ରତ୍ୟେକ ଲୋକଙ୍କର କିଛି ନା କିଛି ମନ୍ତ୍ର ଶକ୍ତି ଥାଏ । ଗୋଟିଏ ଗ୍ରାମରେ ବର୍ଦ୍ଧନ ନାମରେ ଜଣେ ବୃଦ୍ଧ ଥାଏ । ସେ ପଶୁ ଚରାଇ ତା’ ପେଟ ପୋଷେ । ଦିନେ ପଶୁ ଚରାଇବା ବେଳେ ତାକୁ ବହୁତ ଶୋଷ ଲାଗିଲା । ଏହି କାରଣରୁ ସେ ନିକଟସ୍ଥ କୁଅକୁ ପାଣି ପିଇବାକୁ ଗଲା । ଦେଖିଲା ସେ ଗ୍ରାମର କେତେକ ଲୋକ କୁଅର ଚଉତରା ଉପରେ ସବୁ ଗଳ୍ପ କରୁଛନ୍ତି । ସେ ମଧ୍ୟ ସେଠାରେ ଯାଇ ବସି ପଡିଲା ।

                ଜଣେ ବ୍ୟକ୍ତି ପଚାରିଲେ, “କିରେ ବର୍ଦ୍ଧନ, ପଶୁମାନଙ୍କୁ କାହା ପାଖରେ ଛାଡି ଏଠାରେ ତୁ ନିଶ୍ଚିନ୍ତ ହୋଇ ବସିଲୁ?” ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବର୍ଦ୍ଧନ କହିଲା “ମୁଁ ପଶୁଙ୍କୁ ପୁଣି କାହାକୁ ଦେଇ ଆସିବି ସେମାନେ ତାଙ୍କର ଚରୁଛନ୍ତି । ମୁଁ କ’ଣ ସେମାନଙ୍କୁ ସବୁବେଳେ ଜଗିବସିବି ନା କ’ଣ? ସେମାନଙ୍କର କିଛି ବି କ୍ଷତି ହେବ ନାହିଁ ।”

                ଏଭଳି କଥା ଶୁଣି ସେମାନେ ହସି ଉଠିଲେ । ବର୍ଦ୍ଧନ ରାଗିଯାଇ କହିଲା, “ସେ ବିଷୟରେ ଆପଣମାନଙ୍କର ଚିନ୍ତା କରିବାର କିଛିବି ଆବଶ୍ୟକତା ନାହିଁ । ମୁଁ ଯେଉଁଠି ଥିଲେ ମଧ୍ୟ ମୋର ପଶୁମାନଙ୍କ ସହିତ ସମ୍ପର୍କ ସେମିତି ରହିଥାଏ । ଏପରିକି ମୁଁ ସେମାନଙ୍କ ସହିତ କଥାବାର୍ତ୍ତା ବି କରିପାରେ । ଆପଣମାନେ ଯଦି ଦେଖିବାକୁ ଚାହାଁନ୍ତି ତ କୁହନ୍ତୁ ମୁଁ ଏହା ପ୍ରମାଣ କରି ନିଶ୍ଚୟ ଦେଖାଇ ଦେବି ।”

                ଏକଥା ଶୁଣି ଜଣେ ବ୍ୟକ୍ତି କହିଲା “ଆଶ୍ଚର୍ଯ୍ୟ, ପଶୁଙ୍କ ସହିତ ଟିକିଏ କଥାବାର୍ତ୍ତା କରି ଆମକୁ ଦେଖା ତ ।” ଏଣେ ବର୍ଦ୍ଧନ “ହା” ବୋଲି ଏକ ଶବ୍ଦ କରିବା ମାତ୍ରେ ଦୁଇଟି ବଳଦ ହଠାତ୍ କୁଆଡୁ ତା’ ପାଖକୁ ଦୌଡି ଆସିଲେ ।

                ବର୍ଦ୍ଧନ ହସି ହସି କହିଲା “ଏବେ ତୁମେ ଫେରିଯାଇ ଘାସ ଚରୁଥାଅ ।” ତା’ପରେ ସେମାନେ ସେଠାରୁ ଜ୍ଞାତଭାବରେ ଲେଉଟିଗଲେ । ଏହାପରେ ବର୍ଦ୍ଧନ ଲୋକମାନଙ୍କୁ ପଚାରିଲା “ଆହୁରି କିଛି ପ୍ରମାଣ ଚାହଁ?” ଆଉ ଜଣେ ଲୋକ ପୁଣି କହିଲା “କିଏ ଜାଣିଲା ସେମାନେ ଘାସ ଚରିବାକୁ ପଡିଆକୁ ଫେରିଗଲେ ନା ଆଉ କାହାର କ୍ଷେତବାଡିରେ ପଶି ତା’ର ଫସଲ ନଷ୍ଟ କଲେ?”

                ତହୁଁ ବର୍ଦ୍ଧନ ଦୃଢ ଭାବରେ କହିଲା “ସେପରି ତ କେବେବି ମଧ୍ୟ ହେବ ନାହିଁ ।” ବର୍ଦ୍ଧନ କଥାର ସତ୍ୟତା ଦେଖିବାକୁ ଦୁଇଜଣ ଲୋକ ବଳଦଙ୍କୁ ଦେଖିବାକୁ ଗଲେ । ସେମାନେ ଦେଖିଲେ ଯେ ସେମାନେ ଠିକ୍ ଅନ୍ୟପଶୁଙ୍କ ପାଖକୁ ଚରିବାକୁ ଫେରିଯାଇଛନ୍ତି ।

                ସେପରି ଘଟଣା ଆଉ ଥରେ ବି ଘଟିଥିଲା । ତାଙ୍କ ଗ୍ରାମର ସାହୁକାର ପଶୁ ମେଳାରୁ ଗୋଟିଏ ବଳଦ କିଣିବାକୁ ଚାହୁଁଥିଲେ । ସେ ବର୍ଦ୍ଧନକୁ ମଧ୍ୟ ନିଜ ସହିତ ନେଲେ ବଳଦଟି କିଣି ସେ ତାକୁ ତାଙ୍କ ଘରେ ଗୁହାଳରେ ବାନ୍ଧିଦେବା ପାଇଁ ବର୍ଦ୍ଧନକୁ କହିଲେ ଓ ଏହାପରେ ସେ ସହରକୁ ଚାଲିଗଲେ । ସଂଧ୍ୟା ହେବାକୁ ଡେରି ଥିଲା । ତେଣୁ ବର୍ଦ୍ଧନ ଭାବିଲା ବୁଲି ବୁଲି ମେଳା ଦେଖି ସଂଧ୍ୟା ହୋଇଗଲେ ବଳଦକୁ ନେଇ ସେ ଘରକୁ ଯିବ କାରଣ ରାତି ବେଶି ହେବା ପୂର୍ବରୁ ସେ ସାହୁକାର ଅବଶ୍ୟ ଲେଉଟି ଆସିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ