ମନ୍ଥରକ ତନ୍ତୀ କଥା

       ଭଣ୍ଡାରୀର କଥା ଶୁଣି ମନ୍ଥରକ କହିଲେ, “ତୁମ କଥା ତ’ ଠିକ୍ । କିଂତୁ ମୁଁ ଟିକେ ମୋର ସ୍ତ୍ରୀକୁ ପଚାରି ଆସେ । ମନ୍ଥରକଙ୍କ କଥା ଶୁଣି ଭଣ୍ଡାରୀ କହିଲା, ତୁମେ ଯଦି ନାରୀ ବୁଦ୍ଧିରେ କାମ କରିବ ଶେଷରେ ହୀନସ୍ତା ହେବା ହିଁ ସାର ହେବ ।” କିଂତୁ ମନ୍ଥରକ ଭଣ୍ଡାରୀ କଥା ନଶୁଣି ସ୍ତ୍ରୀ ପାଖକୁ ଆସି ସମସ୍ତ ବିଷୟ କହିଲା । ସ୍ତ୍ରୀଟି ସଂଗେ ସଂଗେ ସ୍ୱାମୀଙ୍କୁ ସେହି ବର ନମାଗିବାକୁ କହିଲା । କାରଣ ରାଜା ହେଲେ ଯେଉଁ କଷ୍ଟ ସ୍ୱୀକାର କରିବାକୁ ପଡେ ସେହି କଷ୍ଟ ତା’ର ସ୍ୱାମୀ ବହନ କରିପାରିବେ ନାହିଁ । ରାଜ୍ୟ ରକ୍ଷା କରିବାକୁ ହେଲେ ଶତ୍ରୁ ସହିତ ଯୁଦ୍ଧ କରିବାକୁ ପଡେ । ସବୁ ସମୟରେ ସବୁ ବିଷୟରେ ଚିନ୍ତା କରିବାକୁ ପଡେ । ସୁଖ, ଶାନ୍ତି ଟିକେ ମଧ୍ୟ ମିଳେ ନାହିଁ । ତେଣୁ ରାଜା ହେବା ଆମର ଦରକାର ନାହିଁ । ମୋ କଥା ଶୁଣ । ତୁମେ ତ’ ସବୁଦିନ ଲୁଗା ବୁଣୁଛ । ସେହିଲୁଗାକୁ ବିକ୍ରୀ କରି ଆମ୍ଭେ ଶାନ୍ତିରେ ସମୟ ବିତାଉଛେ । ତୁମେ ଯଦି ଦିନକୁ ଅଧିକ ଲୁଗା ବୁଣିପାରନ୍ତ ତା’ହେଲେ ଆମେ ବେଶ୍ ମଜାରେ କାଳ କାଟନ୍ତେ । ସେଥିପାଇଁ ତୁମେ ଆଉ ଗୋଟିଏ ମୁଣ୍ଡ ଓ ଆଉ ଦୁଇଟି ହାତ ବର ସ୍ୱରୂପ ମାଗ । ଯାହାଦ୍ୱାରାକି ତୁମେ ଅଧିକ କାମ କରିପାରିବ ।

       ପତ୍ନୀର କଥା ମନ୍ଥରକ ମନକୁ ଭାରି ପାଇଲା । ସେ ସଂଗେ ସଂଗେ ବଣକୁ ବାହାରିଲା । ଗଛ ମୂଳକୁ ଯାଇ ପ୍ରାର୍ଥନା କଲା, “ହେ ଅଦୃଶ୍ୟ ଶକ୍ତି! ମୋତେ ଆଉ ଗୋଟିଏ ମୁଣ୍ଡ ଓ ଦୁଇଟି ହାତ ଦିଅନ୍ତୁ” । ସଂଗେ ସଂଗେ ତନ୍ତୀର ଗୋଟିଏ ମୁଣ୍ଡ ସହିତ ଆଉ ଗୋଟିଏ ମୁଣ୍ଡ ଓ ହାତ ସହିତ ଆଉ ଦୁଇଟି ହାତ ଆସି ଯୋଡି ହୋଇଗଲା । ଏହାପରେ ସେ ମନ ଖୁସିରେ ଘରକୁ ଫେରିଲା । କିନ୍ତୁ ଗ୍ରାମରେ ପହଁଚିବା କ୍ଷଣି ତାକୁ କେହି ଚିହ୍ନି ପାରିଲେ ନାହିଁ । ତାର ଏହି ରୂପ ଦେଖି ସମସ୍ତେ ଡରିଗଲେ । ସମସ୍ତେ ଭାବିଲେ ଏକ ରାକ୍ଷସ ଗ୍ରାମରେ ଆସି ଉଭା ହୋଇଛି । ଗ୍ରାମବାସୀମାନେ ସଂଗେ ସଂଗେ ତା’ଉପରକୁ ଟେକା, ପଥର ଫିଙ୍ଗିବା ଆରମ୍ଭ କରିଦେଲେ ।

       କାହାଣୀଟି କହିସାରି ଚକ୍ରଧର କହିଲେ ବୃଥା ଆଶାକଲେ ଶେଷରେ ଜଣେ ପରିହାସର ପାତ୍ର ହୋଇଥାଏ । ଏହି ସଂପର୍କରେ ମୁଁ ତୁମକୁ ଆଉ ଏକ କାହାଣୀ କହୁଛ ଶୁଣ ।


ଗପ ସାରଣୀ

ତାଲିକାଭୁକ୍ତ ଗପ