ମହାବଳୀ

ଦୁହେଁ ପାଖାପାଖି ହୋଇ ଆସିବା ବେଳକୁ, ସେ ସ୍ତ୍ରୀଲୋକଟି ଦୁର୍ଗାକୁ ପଚାରିଲା, “କଣ ଖାଲିହାତରେ ଫେରି ଆସୁଛ? କୂଅ ଶୁଖିଗଲା କି?” ତାଙ୍କ କଥା ଶୁଣି ଦୁର୍ଗା କହିଲା “ନା, ଗାଗରାରେ ଜଳ ଭରିବା ପରେ ବହୁ ଚେଷ୍ଟା କରି ମଧ୍ୟ, ମୁଁ ତାହା ଉପରକୁ ଟାଣି ପାରିଲି ନାହିଁ । ବୋଧହୁଏ, ସେ କୂଅ ଭିତରେ ଭୂତ ଅଛି ନା କଣ?” ତହୁଁ ସେ ସ୍ତ୍ରୀ ଲୋକଟି କହିଲା “ଏତେ ଛୋଟ କଥା ପାଇଁ, ଏତେ ବ୍ୟସ୍ତ । ମୋ ସହିତ ଆସ । ତୁମର ଯେତେ ଜଳ ଦରକାର ମୁଁ ଟାଣିଦେବି ।” ସେ ଦେଖିବା ପାଇଁ ସେତେ ମଜଭୁତ ଲାଗୁ ନ ଥାଏ । ତେବେ ମଧ୍ୟ ଦୁର୍ଗା ତାର ପଛେ ପଛେ ଗଲା ।

“ସେ ସ୍ତ୍ରୀ ଲୋକଟି ଦେଖିଲା ଗାଗରା କୂଅରେ ପଡିଛି, ମାତ୍ର ଦଉଡି ବାହାରେ ଅଛି । ତୁମେ କ’ଟାଣି ପାରିବ?” ଏପରି କହି ଦୁର୍ଗା ତା ହାତକୁ ଦଉଡି ଦେଲା ।

ସେହି ସ୍ତ୍ରୀଲୋକର କାଖରେ ଥିବା ଶିଶୁ ଦଉଡିଟି ହାତରେ ଧରିଲା ଓ ଖୁବ୍ ଶୀଘ୍ର ଗାଗରା ଉପରକୁ ଭିଡି ଆଣିଲା । ଏସବୁ ଦେଖି ଦୁର୍ଗା ଖୁବ୍ ଆଶ୍ଚର୍ଯ୍ୟରେ ମୁହଁରେ ହାତ ଦେଇ ରହିଗଲା । କିନ୍ତୁ ଶିଶୁର ମା’ ଆଦୌ ଆଶ୍ଚର୍ଯ୍ୟ ହେଉ ନ ଥାଏ ।

ଏଣେ ଏ ପିଲାଟି ସେହିପରି ଗାଗରା ପରେ ଗାଗରା ଜଳ କାଢି ଚାଲିଥାଏ । ଦୁଇଜଣ ସ୍ତ୍ରୀ ଗାଧୋଇବା ଧୋଇବା କାମ ସୁରୁଖୁରରେ କଲେ । ଗାଗରାରେ ପାଣି ଭରି ଘରକୁ ଫେରିଲେ । ଫେରୁଥିବା ସମୟରେ ଦୁର୍ଗା ସେହି ସ୍ତ୍ରୀଲୋକଟି ସଂପର୍କରେ ସବୁ ପଚାରି ବୁଝିଲା ।

ତା’ପରେ ସେ ସ୍ତ୍ରୀ ଲୋକଟି କହିଲା, “ଏହି ରାସ୍ତାରେ ଗଲେ ମୋ ଘର ପଡିବ । ନିଜ ପିଲାକୁ ଦେଖାଇ ସେ କହିଲା ୟାର ପିତାଙ୍କର ନାମ ମହାଭୀମ ।” ଏତିକି କହି ସେ ସ୍ତ୍ରୀ ଲୋକଟି ନିଜ ଶିଶୁକୁ ଧରି ତା ବାଟରେ ସେ ଚାଲିଗଲା । ଘରେ ପହଁଚି ଦୁର୍ଗା ନିଜ ପତିକୁ ସବୁ ବିଷୟ ପୁଙ୍ଖାନୁପୁଙ୍ଖ ଭାବରେ କହିଲା ।

ସବୁ ଶୁଣି ଶରଭ ଉତ୍ତେଜିତ ହୋଇ କହିଲା, “ସତରେ, କ’ଣ ଏହି ଅଂଚଳରେ କେହି ନିଜକୁ ମହାଭୀମ ଉପାଧି ନେଇ ବିଚରଣ କରୁଛି? ଦେଖିବ, ମୁଁ ତାର ଅବସ୍ଥା କିପରି ଶୋଚନୀୟ କରିଦେବି ।” ମାତ୍ର ଦୁର୍ଗା ଏକଥା ଶୁଣି ବିକଳ ହୋଇ କହିଲା “ମୋ କଥା ମାନି ଏପରି କଥା ମନରୁ ପୋଛି ଦିଅ । ତା ସହିତ ଝଗଡା କର ନାହିଁ । ଏତେ ଛୋଟ ଶିଶୁର ଯଦି ଏତେ ବଳ, ତେବେ ତାର ପିତା କେତେ ବଳଶାଳୀ ହୋଇ ନ ଥିବ ।”

ଶରଭ ତା’ ପତ୍ନୀ କଥାରେ କାନ ନ ଦେଇ କହୁଥାଏ, “କାଲି ସକାଳୁ ମୋତେ ତାର ଘରକୁ ରାସ୍ତା ଚିହ୍ନାଇଦେବୁ । ତା’ପରେ ଯାହା କିଛି ବି ହେବ ଦେଖାଯିବ ।”ଏତିକି କହି ସେ ଖାଲି ରାଗରେ ଥରୁଥାଏ ।

ତା’ପରଦିନ ଧନୁଶର ଓ ତରବାରୀ ଧରି ପତ୍ନୀ ସହିତ ସେ ଶରଭ ବାହାରିପଡିଲା । ମନରେ ଭାବିଲା, ସେହି ମହାଭୀମ ସମ୍ବନ୍ଧରେ ଜାଣିବା ପୂର୍ବରୁ କୂଅ ପାଖକୁ ପ୍ରଥମେ ଯିବା ଦରକାର । ଠିକ୍ ସେହି ସମୟରେ ମହାଭୀମର ସ୍ତ୍ରୀ ମଧ୍ୟ ସେଠାକୁ ଆସିଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ