ମହାଶିଳ୍ପୀ

ଅମରେନ୍ଦ୍ର କହିଲେ, “ଠିକ୍ ଅଛି, କିନ୍ତୁ ମହାରାଜ ଏଥିରେ ସମ୍ମତ ହେବେ କି? ତୁମେ ସାତଦିନ ମଧ୍ୟରେ ତୁମ ପିତାଙ୍କଠାରୁ ସ୍ୱୀକୃତି ନେଇ ଆସି ମୋତେ କୁହ ।” କିନ୍ତୁ ଚାରିଦିନ ପରେ ସେ ତାଙ୍କ ନିଜ ଗ୍ରାମକୁ ପଳାଇଲେ ।

ଗଳ୍ପଟି କହିସାରି ବେତାଳ କହିଲା, “ରାଜନ୍, ଅମରେନ୍ଦ୍ରଙ୍କର ଏ ବ୍ୟବହାର ନିତାନ୍ତ ବୁଦ୍ଧିହୀନତାର ପରିଚୟ ଦିଏ ନାହିଁକି? ପୁଣି ଲୌକିକ ଜ୍ଞାନ ଆଦୌ ନାହିଁ । ମୋର ଏହି ସନ୍ଦେହକୁ ମୋତେ ପରିଷ୍କାର କରି ବୁଝାଇ ଦିଅ । ଉତ୍ତର ଜାଣିକିବି ତମେ ଯଦି କିଛି ନ କହିବ ତେବେ ତୁମର ଶିର ନିଶ୍ଚିତରୂପେ ସ୍କନ୍ଧଚ୍ୟୁତ ହେବ  ।”

ରାଜା ବିକ୍ରମ କହିଲେ, “ତୁମେ ଯାହା ଭାବୁଛ ସେସବୁ ସମ୍ପୂର୍ଣ୍ଣ ଭୁଲ୍ । ଅମରେନ୍ଦ୍ରଙ୍କର ଜୀବନ ପ୍ରତି ବ୍ୟବହାରିକ ଜ୍ଞାନ ବା ଲୌକିକ ଜ୍ଞାନ କୌଣସିଟାର ଅଭାବ ନଥିଲା । କାରଣ ସେ ଚାହୁଁଥିଲେ ସବୁ କଥାରେ ପରିଷ୍କାର ଭାବରେ ବୁଝାମଣା ହୋଇଯିବା ଉଚିତ୍ । ରାଜକୁମାରୀ ତାଙ୍କ ପିତାଙ୍କ ଠାରୁ ଅନୁମତି ଆଣିବାକୁ ମାତ୍ର କେତେ ଘଂଟାହିଁ ଯଥେଷ୍ଟ । ଯଦି ପିତା ଅନୁମତି ନ ଦେବେ ତେବେ ସେ ମଧ୍ୟ ଆଉ ମୁହଁ ଦେଖାଇ ପାରିବେ ନାହିଁ । ସେ କଥା ସେ ଠିକ୍ ଜାଣି ପାରିଥିଲେ । ଚାରିଦିନ ମଧ୍ୟରେ ରାଜକୁମାରୀ କୌଣସି ଖବର ଦେଲେ ନାହିଁ । ପିତାଙ୍କଠାରୁ ସେ ଅନୁମତି ପ୍ରାପ୍ତ କରିପାରିନାହାଁନ୍ତି । ରାଜାଘର କଥା । ପାନରୁ ଚୁନ ଖସିଲେ ଜାଣ ମୁଣ୍ଡକାଟ । ତେଣୁ ସେ ନିଜ ଘରକୁ ଚାଲିଯାଇ ପ୍ରମାଣ କଲେ ଯେ ସେ ନିଜ ତରଫରୁ ରାଜକୁମାରୀଙ୍କୁ ବିବାହ ପ୍ରସ୍ତାବ ଦେଇ ନାହାଁନ୍ତି ।”

ବେତାଳକୁ ଉତ୍ତର ଦେବା ଦ୍ୱାରା ରାଜା ବିକ୍ରମଙ୍କର ମୌନ ଭଙ୍ଗ ହେଲା । ପୂର୍ବ ସର୍ତ୍ତ ଅନୁସାରେ ବେତାଳ ଶବସହିତ ରାଜାଙ୍କ କାନ୍ଧରୁ ଖସି ପୁଣି ପୂର୍ବ ବୃକ୍ଷରେ ଯାଇ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ