ମହାସାଗର ଜାତକ

ବୋଧିସତ୍ୱ ତାଙ୍କର ଏକ ଜନ୍ମରେ ଗୋଟିଏ ରାଜାଙ୍କର ମନ୍ତ୍ରୀ ହୋଇଥିଲେ । ରାଜା ତାଙ୍କ କାର୍ଯ୍ୟରେ ଓ ପାଣ୍ଡିତ୍ୟରେ ଅତି ଖୁସିଥିଲେ । ଦିନେ ରାଜା ବଣକୁ ବୁଲିବାହାରିଲେ । ତାଙ୍କ ସାଙ୍ଗରେ ଅନେକ ଅନୁଚର ଯାଇଥିଲେ । ନଅରର ରମଣୀମାନେ ଓ ରାଣୀ ମଧ୍ୟ ଯାଇଥାନ୍ତି । ରାଜା ବଣରେ ପରିଷ୍କାର ପାଣିଭରା ଗୋଟିଏ ପୋଖରୀ ଦେଖିଲେ । ସେ ସେହି ପୋଖରୀରେ ଗାଧୋଇବାପାଇଁ ମନ କଲେ ।

       ରାଜାଙ୍କ ଅନୁଚରମାନେ ପୋଖରୀ କୂଳରେ ତମ୍ବୁ ପକାଇଲେ । ରାଣୀ ମଧ୍ୟ ଗାଧୋଇବାକୁ ମନକଲେ । ସେ ନିଜର ଦାମିକା ମୁକ୍ତାହାର ସହିତ ସବୁ ଗହଣା ଦେହରୁ କାଢି ଏକ ପେଡି ଭିତରେ ରଖିଲେ । ଜଣେ ଦାସୀକୁ ପେଡିପାଖରେ ଜଗିବାପାଇଁ ରଖାଇଲେ । ତାପରେ ସେ ପୋଖରୀକୁ ଗାଧୋଇବା ପାଇଁ ଗଲେ ।

       ସେତେବେଳେ ଗୋଟିଏ ମାଈମାଙ୍କଡ ଗଛଉପରେ ବସିଥିଲା । ସେ ଦେଖିଲା ଯେ ରାଣୀ ତାଙ୍କର ମୁକ୍ତାହାରଟି ପେଡିଭିତରେ ରଖିଦେଇ ଗାଧୋଇବାକୁ ଗଲେ । ମାଈମାଙ୍କଡର ହାରଟି ପାଇଁ ଲୋଭ ହେଲା । ସେ ହାରଟି ନେଇଯିବାକୁ ମନକଲା । ପେଡି ଜଗିଥିବା ଦାସୀଟି କିଛି ସମୟ ବସିବା ପରେ ଘୁମାଇ ପଡିଲା । ତାହା ଦେଖି ମାଙ୍କଡଟି ତଳକୁ ଆସିଲା ଓ ପେଡି ଖୋଲି ହାରଟିକୁ ନେଇ ଗଛଉପରକୁ ଚାଲିଗଲା । ମାଙ୍କଡ ଭାବିଲା ଯେ ତାଠାରୁ ଆଉ କେହି ମାଙ୍କଡ ହୁଏତ ହାରଟା ଛଡାଇ ନେଇଯାଇପାରେ । ତେଣୁ ସେ ତାକୁ ଗଛର କୋରଡ ଭିତରେ ଲୁଚାଇଦେଲା ଓ କୋରଡ ପାଖରେ ଜଗିରହିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ