ମହା ଗଧ

ଶିଷ୍ୟମାନେ ଗୁରୁଙ୍କୁ ସେବା କରିବାକୁ ପ୍ରସ୍ତୁତ ହେଲାବେଳେ ଗୁରୁ କହନ୍ତି-ଯୋଉ ସମୟ ତୁମେମାନେ ମୋର ସେବା କରିବ, ମୋର ସେବା ନକରି ବରଂ ଈଶ୍ୱରଙ୍କୁ ନିରନ୍ତର ପ୍ରାର୍ଥନା କର । ସେଥିରେ ମୁଁ ବହୁତ ଖୁସି ହେବି । ମୁଁ ତ ଏବେ ସୁସ୍ଥ ଅଛି । ତାଛଡା ନିଜ କାମ ନିଜେ କରିବାକୁ ମୋତେ ବହୁତ ଭଲଲାଗେ ।

ଏହିସବୁ କାରଣ ପାଇଁ ଗୁରୁ ନିତ୍ୟାନନ୍ଦଙ୍କ ଆଶ୍ରମରେ ବହୁତ ଭିଡ । ନିତ୍ୟାନନ୍ଦ ବି କେବେ କାହାକୁ ନିରାଶକରି ଫେରାଇ ଦିଅନ୍ତିନି । ସେଠାରୁ ପ୍ରତ୍ୟେକ ଶିଷ୍ୟ ଜ୍ଞାନୀ, ପଣ୍ଡିତ ହେଇ ସ୍ୱ-ଗୃହକୁ ପ୍ରତ୍ୟାବର୍ତ୍ତନ କରେ ।

                କିଛିଦିନ ଅନ୍ତେ-ଗୁରୁ ସ୍ୱାମୀ ନିତ୍ୟାନନ୍ଦ ଚିନ୍ତାକଲେ, ସେ ଚାରି ଧାମ ତୀର୍ଥ କରିବାକୁ ଯିବେ ।

                ତେଣୁ ମନକୁ ମନ ସେ ପ୍ରଶ୍ନକଲେ-ମୁଁ ତୀର୍ଥ କରିବାକୁ ଗଲେ, ଏ ଆଶ୍ରମର ଦାୟିତ୍ୱ କିଏ ନବ? ଅବଶ୍ୟ ସେ ଜାଣିଥିଲେ ତାଙ୍କ ଶିଷ୍ୟମାନେ ଏତେ ଶୃଙ୍ଖଳିତ ଯେ, ତାଙ୍କ ଅନୁପସ୍ଥିତିରେ ଆଶ୍ରମରେ କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି ହବନି । କିନ୍ତୁ ଗୋଟାଏ ବ୍ୟାଘାତ ସୃଷ୍ଟି ହବ ଶିକ୍ଷାଦାନରେ ।

ବହୁତ ଚିନ୍ତାକରି ସ୍ୱାମୀ ଶେଷରେ ତାଙ୍କର ପ୍ରିୟ ଶିଷ୍ୟ ସ୍ୱାମୀ ପରମାନନ୍ଦଙ୍କୁ ସ୍ମରଣ କଲେ, ଯଥା ସମୟରେ ପରମାନନ୍ଦ ବି ଗୁରୁଙ୍କ ନିକଟରେ ହାଜର ହେଲେ ।

ପରମାନନ୍ଦ-ଗୁରୁଦେବ ମତେ ସ୍ମରଣ କଲେ?

ଗୁରୁଦେବ-ହଁ ପୁତ୍ର, ମୁଁ ଚିନ୍ତା କରିଚି କିଛିଦିନ ପାଇଁ ଚାରି ଧାମ ଯିବି । ମୋର ଅନୁପସ୍ଥିତିରେ ତୁମେ ହିଁ ମୋ ଆଶ୍ରମ ଦାୟିତ୍ୱରେ ରହିବ ।

ପରମାନନ୍ଦ-ଯେ ଆଜ୍ଞା ଗୁରୁଦେବ ।

ଗୁରୁଦେବ-ହେ ମୋର ପ୍ରିୟ ଶିଷ୍ୟମାନେ! ମୁଁ କିଛିଦିନ ପାଇଁ ତୀର୍ଥ ଯାତ୍ରା କରିବି । ମୁଁ ତୀର୍ଥରୁ ଫେରିବା ପର୍ଯ୍ୟନ୍ତ ମୋର ପୁରୁଣା ଶିଷ୍ୟ ପୁତ୍ର ସମ ପରମାନନ୍ଦ ଏ ଆଶ୍ରମ ଦାୟିତ୍ୱରେ ରହିବେ । ତେଣୁ ତୁମେମାନେ ୟାଙ୍କୁ ହିଁ ନିଜର ଗୁରୁ ସମ ମଣିବ । କ’ଣ ତୁମେମାନେ ମୋ ପ୍ରସ୍ତାବରେ ଏକମତ?

ଶିଷ୍ୟମାନେ-ଆପଣଙ୍କ ଆଦେଶ ଶିରୋଧାର୍ଯ୍ୟ ଗୁରୁଦେବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ