ମହା ଗଧ

ଶିଷ୍ୟଗଣ-ନା ଗୋପୀ ! ଏଇ ତ ଯଥେଷ୍ଟ । ଯଦି ଏ ଗୁରୁଜୀ ମରି ଯାଆନ୍ତି-?

ଗୋପୀ-ଯେପର୍ଯ୍ୟନ୍ତ ମଣିଷଠାରୁ କ୍ରୋଧ ଦୂର ନ ହେଇଚି, ସେ ପଶୁ ସଙ୍ଗେ ସମାନ । ଆଉ ପଶୁଗୁଡା ଏତେ ସହଜରେ ମରନ୍ତିନି ।

ଏଣେ ଗୁରୁ ପରମାନନ୍ଦ ଚିନ୍ତାକଲେ-ମୋର କେଶ ଦାଢୀ ଆପେ ଆପେ ଉପୁଡି ଯାଇନି । ଏହା ନିଶ୍ଚୟ ଏହି ଶିଷ୍ୟମାନଙ୍କର ହିଁ କାରସାଦି । ମୁଣ୍ଡଧୂଆ ମାଟିରେ ସେମାନେ କୌଣସି ବିଷାକ୍ତ ଦ୍ରବ୍ୟ ମିଶାଇଥିଲେ ନିଶ୍ଚୟ । ମହୁଫେଣା ମୋ ମୁଣ୍ଡ ଉପରେ ଆପେ ଛିଡିପଡିନି, ବରଂ ତାକୁ ଛିଡାଇ ଦିଆଯାଇଚି । ହେଲେ କିଏ ସେ ଅପରାଧି, କିଏ …? କିଏ ସେ?

ଏପରି ଭାବି ଭାବି ସଙ୍ଗେ ସଙ୍ଗେ ସେ ଗୁରୁ ପରମାନନ୍ଦ ଆଦେଶ ଦେଲେ-ସମସ୍ତ ଶିଷ୍ୟ ନିଜ ନିଜ ଗଳାରେ ଗଧ ଝୁଲାଇବେ । ଯେ ପର୍ଯ୍ୟନ୍ତ ମୁଁ ଆଦେଶ ନ ଦେଇଚି, ସେପର୍ଯ୍ୟନ୍ତ ଗଳାରେ ସମସ୍ତଙ୍କର ଗଧଫଳକ ରହିବ ।

ତା’ପରେ ସବୁ ଶିଷ୍ୟ ଗଳାରେ ଗଧଫଳକ ଝୁଲାଇଲେ । ଦିନେ ଦୁଇଦିନ ଗଲା ।

ଶିଷ୍ୟଗଣ-ଗୋପୀ! ଏ ଗଧଫଳକ ଆମେ ଆଉ କେତେଦିନ ଗଳାରେ ଝୁଲାଇବା?

ଗୋପୀ-ଯେପର୍ଯ୍ୟନ୍ତ ଗୁରୁଜୀ ଆଦେଶ ନ ଦେଇଛନ୍ତି ।

ଦିନେ ସକାଳୁ ଗୁରୁଜୀ ଗଙ୍ଗାରୁ ସ୍ନାନକରି ଫେରି ଦେଖିଲେ, ତାଙ୍କ କୁଟୀର ସାମନାରେ ଗୋଟାଏ ଫଳକ ଝୁଲୁଚି- “ମୁଁ ଗଧମାନଙ୍କ ଗୁରୁ ମହାଗଧ ।”

ଏସବୁ ଦେଖି ସେ ଗୁରୁଜୀ ରାଗରେ ତମ୍ତମ୍ ହେଇ କୁଟୀର ଭିତରକୁ ପଶିଗଲେ । ଦେଖିଲେ କାନ୍ଥସାରା ଟଙ୍ଗା ହେଇଚି- “ଗଧମାନଙ୍କ ଗୁରୁ ମହାଗଧଙ୍କ ଶୟନ କକ୍ଷ” । ଗୁରୁଜୀ ତତ୍କ୍ଷଣାତ୍ କୁଟୀରରୁ ବାହାରି ଆସି ଚିତ୍କାର କଲେ-ସମସ୍ତ ଶିଷ୍ୟ ତୁରନ୍ତ ଏଠାକୁ ଆସ ।

ଗୁରୁଜୀଙ୍କ ଡାକରା ପାଇ ଶିଷ୍ୟମାନେ ତୁରନ୍ତ ତାଙ୍କ ନିକଟରେ ଉପସ୍ଥିତ ହେଲେ । ଗୁରୁଜୀ ଦେଖିଲେ ସମସ୍ତଙ୍କ ଗଳାରେ ଗୋଟିଏ ଲେଖା ଫଳରେ “ମୁଁ ଗଧ” ବୋଲି ଲେଖା ଅଛି ।

ଗୁରୁଜୀ ଚିନ୍ତାକଲେ, ଶିଷ୍ୟମାନଙ୍କ ସହନଶକ୍ତି ଲୋପ ପାଇ ଯାଇଚି । ତେଣୁ ଏବେ ସେମାନେ ତାଙ୍କୁ ପ୍ରତ୍ୟେକ କଥାରେ ବିରୋଧ କରିବେ, ଏମିତିକି ଅପମାନିତ ବି କରିବେ । ଯଦି ଏମାନଙ୍କୁ ଶାନ୍ତ କରାନଯାଏ, ତାହେଲେ କହି ହବନି ଆଗକୁ କ’ଣ ସବୁ ଘଟିବ । ଏହି ସବୁ ଚିନ୍ତା କରି ସେ ଗୁରୁଜୀ ଶିଶ୍ୟମାନଙ୍କୁ ଶାନ୍ତ ସ୍ୱରରେ କହିଲେ-

ପ୍ରିୟ ଶିଷ୍ୟଗଣ! ପ୍ରକୃତରେ ମୁଁ ମହାଗଧ । ତୁମମାନଙ୍କୁ ଅନେକ କଠୋର ଦଣ୍ଡ ଦେଲାପରେ ମଧ୍ୟ ତୁମେମାନେ ମୋର ଆଦେଶ ପାଳନ କରୁଚ । ଯଦି ତୁମେମାନେ ଗଧ, ତେବେ ମୁଁ ତୁମର ଗୁରୁ ମହାଗଧ । ମୁଁ ତୁମମାନଙ୍କୁ ଅନୁରୋଧ କରୁଚି, ଗଳାରୁ ସେ ଫଳକ କାଢିନିଅ । ମୁଁ ଶପଥ କରୁଚି, ଆଉ କେବେ କ୍ରୋଧ କରିବନି ।

ତା’ପରଦିନ ଗୁରୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ-ପ୍ରିୟ ଶିଷ୍ୟଗଣ! କ୍ରୋଧ ହିଁ ମଣିଷକୁ ନର୍କକୁ ନେଇଯାଏ । କ୍ରୋଧଦ୍ୱାରା ଜଣେ ଜ୍ଞାନୀ, ବିଦ୍ୱାନୀ ବି ସତକୁସତ ମହାଗଧ ହୋଇଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ