ମାଆଙ୍କ ପାଇଁ ଗହଣା

ଊନବିଂଶ ଶତାଦ୍ଦୀର କଥା । ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲାର ବୀରସିଂହ ଗ୍ରାମରେ ନିଜ ମାଆଙ୍କ ସହ ରହୁଥିଲା ବାଳକଟିଏ । ଦିନେ ବାଳକଟିଏ ମାଆଙ୍କୁ କହିଲା – ‘ମାଆ ! ତୁମର କେଉଁ ଗହଣା ପସନ୍ଦ? ତୁମପାଇଁ ଗହଣା ତିଆରି କରିଦେବାକୁ ମୋର ଭାରି ଇଚ୍ଛା । ମୁଁ ବଡ ହୋଇଗଲେ ତୁମ ପାଇଁ ଗହଣା ତିଆରି କରିଦେବି ।’

         ମାଆ କହିଲେ – ‘ପୁଅରେ ! ତିନିଟି ଗହଣା ପାଇଁ ମୋର ଭାରି ଇଚ୍ଛା ।’ ବାଳକଟି ଉତ୍ସାହିତ ହୋଇ ପଚାରିଲା – ‘କେଉଁ ଗହଣା ମାଆ?’

         ମାଆ କହିଲେ – ‘ଗାଆଁରେ ସ୍କୁଲ୍ଟିଏ ନାହିଁ । ସ୍କୁଲ୍ଟିଏ କେମିତି ହୁଅନ୍ତା, ଚିକିତ୍ସାଳୟଟିଏ ବି ହୁଅନ୍ତା, ଆଉ ଗରିବ ଓ ଅନାଥ ପିଲାଙ୍କ ପାଇଁ ଖାଦ୍ୟ ସାମଗ୍ରୀ ବିତରଣର ବ୍ୟବସ୍ଥା ବି ହୁଅନ୍ତା । ଏଇ ତିନିଟି ଗହଣା ପାଇଁ ମୋର ଭାରି ଇଚ୍ଛା ଅଛି ।’ ସେହି ବାଳକଟି ବଡ ହେବା ପରେ ମାଆଙ୍କ ପାଇଁ ଏହି ତିନିଟି ଗହଣା କରିଦେଇଥିଲେ । ଏହାର ସାକ୍ଷୀ ସେଠାରେ ଥିବା ଭଗବତୀ ବିଦ୍ୟାଳୟ । ବିଦ୍ୟାଳୟଟି ଆଜିଯାଏଁ ରହିଛି । ସେହି ମାଆ ହେଉଛନ୍ତି ଭଗବତୀ ଦେବୀ ଓ ସେହି ବାଳକ ହେଉଛନ୍ତି ପଣ୍ଡିତ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର । ସନ୍ତାନକୁ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପରି ଗଢିବାକୁ ହେଲେ ମାଆଙ୍କୁ ମଧ୍ୟ ଭଗବତୀ ଦେବୀଙ୍କ ପରି ହେବାକୁ ପଡିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ