ମାଗଣା ଡାକ୍ତରୀ ଶିକ୍ଷ୍ୟା

ମାଗଣା ଡାକ୍ତରୀ ଶିକ୍ଷ୍ୟା ଆପଣ freemedicalvideos.com ୱେବସାଇଟରୁ ଶିକ୍ଷ୍ୟା କରିପାରିବେ ।

ପ୍ରତ୍ୟକ ବ୍ୟକ୍ତି Where There Is No Doctor ବହି ପଢିବା ମଧ୍ୟ ଆବଶ୍ୟକ ।
ନିମ୍ନ ଲିଖିତ ୟୁଟ୍ୟୁବ୍ ଚାନେଲ ମଧ୍ୟ ଆପଣଙ୍କୁ ଡାକ୍ତରୀ ଶିକ୍ଷ୍ୟାରେ ସାହାଯ୍ୟ କରିପାରିବ ।

Ninja Nerd Science

Armando Hasudungan

Interactive Biology

iMedicalSchool

MedCram – Medical Lectures Explained CLEARLY

One Minute Medical School

ଜେନେରିକ ମେଡ଼ିସିନ ଲିଷ୍ଟ 

ଆଜିକାଲି ଅନେକ ଡାକ୍ତର, ହସ୍ପିଟାଲ, ନରସିଂ ହୋମ, କ୍ଲିନିକ, ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଏବଂ ଫାର୍ମା ଇଣ୍ଡଷ୍ଟ୍ରି  ଗୁଡିକ ସେବା ମନବୃତ୍ତି ଛାଡି ବେପାରୀ ହୋଇ ଯାଇଛନ୍ତି । ପଚାଶ ପଇସା ମେଡ଼ିସିନରେ ଦେହ ଭଲ ହୋଇଯାଉଥିଲା ବେଳେ ୫୦୦ ଟଙ୍କା ଠାରୁ ମଧ୍ୟ ଅଧିକ ଲୁଟି ନେଉଛନ୍ତି । ଚିକିତ୍ସା ସେବା ଏବେ ଲୋକଙ୍କ ଆର୍ଥିକ ଯୋଗ୍ୟତାକୁ ଦେଖି ଦିଆଯାଉଛି । ଲୋକଙ୍କ ଡାକ୍ତରୀ ଜ୍ଞାନ ଅଭାବରୁ ଅନେକ ଲୋକ ଏମାନଙ୍କ ଚଚଂକତା ଏବଂ ଠକାମୀର ଶିକାର ହେଉଛନ୍ତି । ଏହି ଠକାମିରୁ ବଂଚିବା ପାଇଁ ଆଜି କାଲି ଆପଣଙ୍କୁ ମଧ୍ୟ କିଛି ଡାକ୍ତରୀ ଜ୍ଞାନ ରଖିବାକୁ ପଡିବ ଯାହାଦ୍ୱାରା ଆପଣ ଠକାମିର ଶିକାର ହୋଇ ନପାରିବେ ଏବଂ ଅପରାଧୀ ଡାକ୍ତରଙ୍କୁ ସେମାନଙ୍କ ଠିକ ସ୍ଥାନ ଦେଖେଇ ପାରିବେ । ବିନା ଡିଗ୍ରୀରେ ଡାକ୍ତରୀ ପାଠ ପଢ଼ିଦେଲେ ଜଣେ ହୁଏତ ଡାକ୍ତର ନହୋଇ  ପାରେ କିନ୍ତୁ ଆପଣଙ୍କ ସାଧାରଣ ଡାକ୍ତରୀ ଜ୍ଞାନ ସେମାନଙ୍କ ଠକିବାରୁ ନିଶ୍ଚିତ ବଂଚାଇବାରେ ସାହାଯ୍ୟ କରିବ । ବିନା ଡାକ୍ତରୀ ଲାଇସେନ୍ସରେ ଡାକ୍ତରୀ ପଡ଼ିଥିଲେ ମଧ୍ୟ ପ୍ରଫେସନ କରିପାରିବେ ନାହିଁ ତେଣୁ କେବେ ମଧ୍ୟ ଜ୍ଞାନ ପାଇଲାପରେ ଛଦ୍ମ ଡାକ୍ତର ହେବାକୁ ଚଷ୍ଟା କରିବେନାହିଁ ନହେଲେ ଏହାର  ଅପରାଧରେ ଆପଣ ଦଣ୍ଡିତ ହେବେ । ଏଠାରେ ଦିଆଯାଇଥିବା ଜ୍ଞାନ ଡାକ୍ତରୀ ବିଦ୍ୟା ଜାଣିବାକୁ ଆପଣାକୁ ସାହାଯ୍ୟ କରିବ ଡାକ୍ତର ହବା ପାଇଁ ନୁହଁ । ଅଳ୍ପବିଦ୍ୟା ଆପଣଙ୍କ ଜୀବନ ମଧ୍ୟ ନେଇ ପାରେ ତେଣୁ କେବେ ମଧ୍ୟ ଅଳ୍ପ ବିଦ୍ୟାରେ ନିଜେ ଡାକ୍ତର ହେବାକୁ ଚେଷ୍ଟା କରନ୍ତୁ ନାହିଁ । ଏହିବିଦ୍ୟା ଆପଣଙ୍କୁ ଡାକ୍ତରୀ ଜ୍ଞାନ, ଔଷଧର ଅପକାରିତା ଏବଂ ଉପକାରିତା ସହ ନକଲି ଡାକ୍ତର ଠାବ ସହ ଏକ ଭଲ ଡାକ୍ତର ଖୋଜିବାରେ ନିଶ୍ଚିତ ସାହାଯ୍ୟ କରିବ । ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ବଜାର ଚାକଚକ୍ୟ ଜନିତ ଡାକ୍ତରଙ୍କଠାରୁ ଦୂର ରହି ଏକ ବିଶ୍ୱସନୀୟ ଭଲ ଉତ୍ତମ ସେବା ଦେଉଥିବା ଡାକ୍ତରର ସମ୍ପର୍କରେ ରୁହନ୍ତୁ ଏବଂ ସେହି ଡାକ୍ତରଙ୍କ ବିଷୟରେ ଅନ୍ୟମାନଙ୍କୁ ଜଣାନ୍ତୁ । ଏକ ଉତ୍ତମ ଡାକ୍ତର ବ୍ୟବସାୟ ଠାରୁ ମାନବ ସେବାକୁ ପ୍ରାଧାନ୍ୟ ଦେଇଥାଏ ଏକଥା କେବେ ଭୁଲନ୍ତୁ ନାହିଁ । ଅଧିକ ପଇସା ନେଇ ସେବା ଦେଉଥିବା ଡାକ୍ତର ମାନବ ସେବା ନୁହଁ ମାନବ ସେବା ନାମରେ ବ୍ୟବସାୟ କରେ । ଅର୍ଥ ଲୋଭି ବ୍ୟବସାୟୀ ଡାକ୍ତର ଆପଣଙ୍କ ଜୀବନ କୁ ବିପଦରେ ମଧ୍ୟ ପକାଇ ପାରେ ତେଣୁ ନିଜେ ସାବଧାନ ସହ ଅନ୍ୟମାନଙ୍କୁ ମଧ୍ୟ ସାବଧାନ କରାନ୍ତୁ । ନିଜର ସ୍ୱଳ୍ପ ଜ୍ଞାନରେ କେବେ ମଧ୍ୟ ଚିକିତ୍ସା ବା ଡାକ୍ତର ହବାକୁ ଚେଷ୍ଟା କରାନ୍ତୁ ନାହିଁ । କୌଣସି ଔଷଧର ସାଇଡ ଇଫେକ୍ଟ  ଜାଣିବା ପାଇଁ ଇଣ୍ଟରନେଟର ସାହାଯ୍ୟ ନିଅନ୍ତୁ । ଯେକୌଣସି ସର୍ଚ୍ଚ ଇଂଜିନରେ ଯେକୌଣସି ମେଡ଼ିସିନର ବ୍ରାଣ୍ଡ ନେମ ହେଉ ବା ଜେନେରିକ ନେମ ପରେ side effects ଟାଇପ କରି ସେମାନଙ୍କ ଦୁଃଷ୍ପ୍ରଭାବ ବିଷୟରେ ଜାଣନ୍ତୁ । ଯେକୌଣସି ଔଷଧ କେବଳ ଆପଣଙ୍କୁ ଯେ ବଞ୍ଚେଇ ଥାଏ ସେକଥା ନୁହଁ ଏହାର ମାତ୍ରାଧିକ ସେବନ ଏବଂ ଭୁଲ ସେବନ ଆପଣଙ୍କ ଶରୀରକୁ କ୍ଷତି କରିବା ସହ ମୃତ୍ୟୁର କାରଣ ମଧ୍ୟ ସାଜି ଥାଏ ।

ଗପ ସାରଣୀ

ତାଲିକାଭୁକ୍ତ ଗପ