ମାଛଖିଆ ଭୂତ

ଅନ୍ତପୁର ନାମରେ ଗାଆଁଟିଏ । ତା’ ଆଖପାଖରେ ଯେତେ ଗାଆଁ ଅଛି ଅନ୍ତପୁର ଗାଆଁଟି ସବୁଠୁ ବଡ ଗାଆଁ । ସେ ଗାଆଁଟିରେ ପ୍ରାୟତଃ ସବୁ ବୃତ୍ତିର ଲୋକ ବାସ କରିଥା’ନ୍ତି । ସମସ୍ତେ ପୃଥକ୍ ପୃଥକ୍ ଭାବରେ ରହିଥା’ନ୍ତି ସାହିମାନଙ୍କ ମଧ୍ୟରେ । ଯେପରିକି ଯେଉଁଠି ପୂଜାରୀମାନେ ଥାଆନ୍ତି, ତା ନାଁ ପୂଜାରୀ ସାହି । ଠିକ୍ ସେହିପରି ଯୋଧ୍ୟା ସାହିରେ କେବଳ ଯୋଧ୍ୟା ମାନଙ୍କର ଘର, କେଉଟ ସାହିରେ କେବଳ କେଉଟମାନଙ୍କର ଘର, ଗଉଡ ସାହିରେ ମଧ୍ୟ କେବଳ ଗଉଡମାନଙ୍କର ଘର । ଗୁଡିଆ ସାହିରେ କେବଳ ଗୁଡିଆମାନଙ୍କର ଘର । ଏପରି ଯେଝା ସାହିମାନଙ୍କରେ ଯେଝା ରହିଥା’ନ୍ତି । ଅନ୍ତପୁର ଗ୍ରାମର ଗ୍ରାମବାସୀମାନେ କେତେଗୁଡିଏ ସାହିକୁ ନେଇ ସେ ଅନ୍ତପୁର ଗ୍ରାମଟି ଏକ ବଡ ଗ୍ରାମରେ ପରିଣତ କରିଛନ୍ତି ।

                ସେଇ ଅନ୍ତପୁର ଗାଆଁର କେଉଟ ସାହି କଥା । ସେ ଅନ୍ତପୁର ଗାଆଁର କେଉଟ ସାହିରେ ଦୁଇ ଭାଇ ବାସ କରନ୍ତି । ଏହା ହେଉଛି ସେହି ଦୁଇ ଭାଇଙ୍କ କଥା । କୁଳିଆ ଓ ବାବାଜୀ ଦୁଇ ଭାଇ, ବାପ ମାଆ ତ ସେମାନଙ୍କର ନଥା’ନ୍ତି । ଦୁଇ ଭାଇ ମାଛ ଧରି ବିକ୍ରି କରନ୍ତି ଓ ସେଇ ପଇସାରେ ତାଙ୍କ ପରିବାର ମଧ୍ୟ ପ୍ରତିପୋଷଣ କରନ୍ତି । ଦୁହେଁ ଏକାଠି ବି ଥାଆନ୍ତି । ଦୁଇ ଭାଇଙ୍କର ଗୋଟିଏ କଥା । ବଡ ଭାଇ କୁଳିଆ ଯାହା ବି କହେ ବାବାଜୀ ତାହା ମାନେ । ଦୁହେଁ ସାଙ୍ଗ ହୋଇ ଜାଲ ଧରି ନଈକୁ ଯାଆନ୍ତି, ମାଛ ଧରନ୍ତି । ତାପରେ ସେ ମାଛକୁ ଗାଆଁ ବଜାର, ହାଟରେ ବିକ୍ରୀ କରି ଯାହା ଦୁଇ ପଇସା ରୋଜଗାର କରନ୍ତି ସେତିକିରେ ମହା ଆନନ୍ଦରେ ପରିବାର ଚଳାଇ ନିଅନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ