ମାତୃଭକ୍ତ ପରଶୁରାମ

                ସତକୁ ସତ ଦିନେ ରାମ ଆସି ପିତାଙ୍କୁ ତାଙ୍କର ଅଧିକ ଶିକ୍ଷା ପାଇବା କଥା ଉଠାଇଲେ । ଏହା ଶୁଣି ଜମଦଗ୍ନି ପୁତ୍ରକୁ ଖୁବ୍ ଶ୍ରଦ୍ଧାରେ ପାଖରେ ନେଇ ବସାଇ କହିଲେ, ‘ବତ୍ସ ! ତୁମକୁ ମୁଁ ମୋର ଜଣାଥିବା ସମସ୍ତ ବିଦ୍ୟା ଶିକ୍ଷା ଦେଇ ସାରିଛି । ମାତ୍ର ତୁମେ ଏହା ଅପେକ୍ଷା ଆହୁରି ଅଧିକ ଶିକ୍ଷା ପାଇବାକୁ ଚାହୁଁଛ । ଏହା ତ ଖୁବ୍ ଭଲ କଥା । ତେବେ ତୁମେ ଯେଉଁ ସବୁ ଶିକ୍ଷା ବିଷୟ ଚିନ୍ତା କରୁଛ, ସେଥିପାଇଁ ଏ ବ୍ରହ୍ମାଣ୍ଡରେ ସେମିତି କୌଣସି ଶିକ୍ଷକ ନାହାଁନ୍ତି । ତେଣୁ ତୁମକୁ ତା’ର ବିକଳ୍ପ ଚିନ୍ତା ହିଁ କରିବାକୁ ପଡିବ । ଏ କଥା ଶୁଣି ମଧ୍ୟ ରାମ ଆଦୌ ସନ୍ତୁଷ୍ଟ ହୋଇ ନ ପାରି ମାଆଙ୍କୁ ଏହା ଜଣାଇଲେ ।

                ମାତା ରେଣୁକା ତାଙ୍କ ପୁତ୍ରର ଶିକ୍ଷା ପ୍ରତି ଏପରି ଆଗ୍ରହ ଦେଖି ଖୁବ୍ ଖୁସି ହେଲେ ଏବଂ ପୁତ୍ର କେଉଁ ପ୍ରକାର ଶିକ୍ଷା ପାଇବାକୁ ଚାହୁଁଛି, ତାହା ମଧ୍ୟ ଜାଣିବାକୁ ଚାହିଁଲେ । ଏଥିରେ ରାମ କହିଲେ, ‘ମାତା ! ଏବେ ମୁଁ ଜଣେ ଅଜେୟ ବୀର ହେବାକୁ ଚାହୁଁଅଛି ।

                ପୁତ୍ର ଠାରୁ ଏପରି କଥା ଶୁଣି ରେଣୁକା ଦେବୀ ଯାଇ ତାଙ୍କ ସ୍ୱାମୀ ଋଷି ଜମଦଗ୍ନିଙ୍କୁ ଏ ବିଷୟ ଜଣାଇଲେ । ତହୁଁ ଜମଦଗ୍ନି ପତ୍ନୀ ରେଣୁକାକୁ କହିଲେ; ‘ରାମ ଯଦି ଏମିତି ଶିକ୍ଷା ପାଇବାକୁ ଚାହୁଁଥାଏ, ତେବେ ତାକୁ ହିମାଳୟକୁ ଯାଇ ଭଗବାନ ଶଙ୍କରଙ୍କୁ ଆରାଧନା କରିବାକୁ କୁହ । ସେ ତା’ର ପ୍ରାର୍ଥନାରେ ଯଦି ସନ୍ତୁଷ୍ଟ ହୁଅନ୍ତି, ତେବେ ରାମ ତାଙ୍କରି ପାଖରୁ ହିଁ ଏହି ଶିକ୍ଷା ପାଇ ପାରିବ । ଏତଦ୍ବ୍ୟତୀତ ତା’ର ଇଚ୍ଛା ଫଳବତୀ ହୋଇ ପାରିବ ନାହିଁ ।

                ମାତାଙ୍କ ପାଖରୁ ଏହି ଉପଦେଶ ପାଇ ପିତାମାତାଙ୍କୁ ପ୍ରଣାମ କରି ସେ ରାମ ହିମାଳୟକୁ ଯାଇ କଠୋର ତପସ୍ୟା କଲେ । ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ଶଙ୍କର ରାମଙ୍କୁ ଆଶୀର୍ବାଦ କଲେ । ସେ ସମସ୍ତ ଶାସ୍ତ୍ର ତଥା ଶସ୍ତ୍ରବିଦ୍ୟାରେ ପାରଙ୍ଗମ ହୋଇ ଉଠିବା ପରେ ଦିନେ ଭଗବାନ ଶଙ୍କର ତାଙ୍କ ସମ୍ମୁଖରେ ଆବିର୍ଭାବ ହୋଇ ତାଙ୍କୁ ଗୋଟିଏ ପରଶୁ ଦେଲେ ଏବଂ କହିଲେ, ‘ଏହି ପରଶୁ ବଳରେ ହିଁ ତୁମେ ଜଣେ ଅଜେୟ ବୀର ନିଶ୍ଚୟ ହୋଇ ପାରିବ । ତାହାପରେ ସେହି ପରଶୁ ପାଇ ରାମ ‘ପରଶୁରାମ’ ଭାବରେ ପରିଚିତ ହେଲେ । ମାତାଙ୍କ ସୁପରାମର୍ଶ ତଥା ଆଶୀର୍ବାଦ ବଳରେ ସେ ଜଣେ ଅଜେୟ ବୀର ହୋଇ ପାରିଥିବାରୁ ସେହି ହିମାଳୟରେ ଥାଇ ରାମ ତାଙ୍କ ମାତାଙ୍କୁ ସଶ୍ରଦ୍ଧ ପ୍ରଣାମ ଜଣାଇଲେ । ଆଉ ଏତିକି ବେଳେ ପଶ୍ଚିମ ଆକାଶର ଦିଗ୍ବଳୟରେ ଥାଇ ମଧ୍ୟ ବିଦାୟୀ ସୂର୍ଯ୍ୟଦେବ ତାଙ୍କର ଅନ୍ତିମ ତୀର୍ଯ୍ୟକ କିରଣ ଦ୍ୱାରା ପରଶୁରାମଙ୍କୁ ଦୂରରେ ଥାଇ ମଧ୍ୟ ଆଶୀର୍ବାଦ କରୁଥିଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଉପରଲିଖିତ ପୌରାଣିକ କାହାଣୀଟିକୁ ଅନେକ ହିନ୍ଦୁ ଧର୍ମାମ୍ବଲମ୍ବୀମାନେ ସତ୍ୟ ମନେକରନ୍ତି । କାହାଣୀଟିର ଅନେକ ରୂପାନ୍ତର ଥିଲେ ମଧ୍ୟ ସବୁ ରୂପାନ୍ତରରେ ପର୍ଶୁରାମ ନିଜ ମାତାକୁ ହତ୍ୟା କରିଥିବା କଥା ଲିଖିତ ହୋଇଛି । କାହାଣୀଟି ଶିକ୍ଷ୍ୟା ଉଦ୍ଧେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ଶିକ୍ଷା କମ୍ ମିଥ୍ୟାକୁ ଅଧିକ ପ୍ରତିପାଦିତ କରୁଛି ତେଣୁ କାହାଣୀଟିକୁ ଅନ୍ଧ ଭାବରେ  ବିଶ୍ୱାସନକରି ନିଜ ତର୍କ ବିଚାର ଦ୍ୱାରା ଗ୍ରହଣ କରିବା ଉଚିତ୍  । ପର୍ଶୁରାମଙ୍କ ପିତା ଋଷି ଜମଦଗ୍ନିଙ୍କର ତାଙ୍କ ପତ୍ନୀ ରେଣୁକାଙ୍କ ଚରିତ୍ରରେ ସନ୍ଦେହ ହବାରୁ ପାଂଚଜଣ ପୁତ୍ରଙ୍କୁ ତାଙ୍କୁ ମାରିବା ପାଇଁ ଆଦେଶ ଦେଲେ କିନ୍ତୁ  ପାଂଚଜଣ ପୁତ୍ରଙ୍କ ମଧ୍ୟରୁ ଚାରିଜଣ ମାତୃଙ୍କୁ ହତ୍ୟା କରିବା ପାଇଁ ମନା କରିଦେଲେ କିନ୍ତୁ କନିଷ୍ଠ ପୁତ୍ର ପର୍ଶୁରାମ ଋଷି ଜମଦଗ୍ନିଙ୍କର କଥାମାନି ମାତୃହନ୍ତା ହୋଇଥିଲେ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ