ମୁଁ ଘାତକିନୀ ରାଜ ଜେମା

ଏହା ପରେ ଅନେକ ଦିନ ବିତି ଯାଇଛି । ରାଜ କୁମାର ସୁସ୍ଥ ହୋଇ ସେହି ଗ୍ରାମରେ ଥିଲା । ଗ୍ରାମର ଲୋକ ମାନେ ରାଜ କୁମାର ବିଷୟରେ ସମସ୍ତ ଜାଣି ଥିଲେ । ରାଜ କୁମାର କେବଳ ରାଜ କନ୍ୟା ଛଇଳା ନିମନ୍ତେ ପାଗଳ ପ୍ରାୟ ହୋଇ ଥାଆନ୍ତି । ଗ୍ରାମର ଲୋକ ଯେତେ ବୁଝାଇଲେ ମଧ୍ୟ ସେ ବୁଝୁ ନଥାନ୍ତି । ଜ୍ୟୋତିଷ କହି ଛନ୍ତି ଯେ ରାଜ କୁମାରୀ ଛଇଳା ବଂଚିଛି । ପୁଣି ସେ ଅନ୍ୟକୁ ବିବାହ କରି ରହି ଛନ୍ତି ।

ଏ କଥା ରାଜ କୁମାରଙ୍କର ବିଶ୍ୱାସ ହେଉ ନଥାଏ । ଅବଶ୍ୟ ବିପଦରେ ପଡି ରାଜ କୁମାରୀ ଛଳନା ପୂର୍ବକ କାହାରି ଆଶ୍ରୟରେ ଥାଇ ଏପରି ଅଭିନୟ କରି ପାରନ୍ତି । ହେଲେ ସେତ ମୋ ସହିତ ବିଶ୍ୱାସ ଘାତିନୀ କାର୍ଯ୍ୟ କରିବେ ନାହିଁ ।

ଏହି ପରି ଭାବି ଭାବି ରାଜ କୁମାର ଦିନେ ଗ୍ରାମବାସୀଙ୍କ ଅଗୋଚରରେ ଗ୍ରାମ ଛାଡି ରାଜ କୁମାରୀଙ୍କୁ ଖୋଜିବା ଉଦ୍ଧେଶ୍ୟରେ ଚାଲି ଗଲେ ।

ରାଜ କୁମାର ଚାଲି ଚାଲି ବହୁତ ରାସ୍ତା ଅତିକ୍ରମ କଲେ । ବହୁ ବଣ ଜଙ୍ଗଲ ନଦ ନଦୀ ପାର ହୋଇ ଯାଇ ରାଜ କୁମାରୀ ଛଇଳା ଥିବା ରାଜ୍ୟରେ ପହଁଚିଲେ । ସେହି ରାଜ୍ୟରେ ଜଣେ ପ୍ରଜାଙ୍କୁ ଗୋପନରେ ଡାକି ଆଣି ରାଜ କୁମାରୀ ଛଇଳାଙ୍କ ବିଷୟରେ ଟିକି ନିଖି କଥା କହି ପଚାରିବାରୁ ସେହି ଲୋକ ରାଜ କୁମାରଙ୍କ ଆଗରେ ସମସ୍ତ ତଥ୍ୟ ବତାଇ ଦେଇ କହିଲା ମୁଁ ମାତ୍ର ଏତିକି ଜାଣିଛି ଯେ ଆମ ରାଜା ପାରିଧି କରିବାକୁ ଯାଇ ଥିଲେ । ସେ ଯେଉଁ ଅରଣ୍ୟରେ ପାରିଧି କରି ଘୋଡା ସହ ବିଶ୍ରାମ କଲେ ସେହି ଜଙ୍ଗଲ ମଧ୍ୟରେ ଜଣେ ସୁନ୍ଦର ତରୁଣୀଙ୍କୁ ଅସହାୟ ଅବସ୍ଥାରେ ପାଇ ନିଜର ରାଜ ଉଆସକୁ ନେଇ ଆସି ଥିଲେ । ସେହି ତରୁଣୀ ଜଣଙ୍କ ରାଜ ଉଆସରେ କିଛି ଦିନ ରହିବା ପରେ ଆମ ରାଜା ସେହି ତରୁଣୀକୁ ବିବାହ କରି ନିଜ ଉଆସରେ ରାଣୀ କରି ରଖି ଛନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ