ମୂଷା ନୁହେଁ ଚୁଚୁନ୍ଦ୍ରା

ଦିନେ ଗୋପାଳ ତା’ର ବନ୍ଧୁ ଘରକୁ ଯାଉ ଯାଉ ଭୁଲ୍ରେ ଗୋଟିଏ ଗ୍ରାମ ଭିତରକୁ ପଶି ଗଲା । ସେ ଗ୍ରାମରେ ଜଣେ ଭଦ୍ର ଲୋକ ପିଣ୍ଡା ଉପରେ ବସି ତମାଖୁ ଖାଉ ଥାଆନ୍ତି । ଗୋପାଳ ସେହି ବାଟରେ ଗଲା ବେଳେ ଭଦ୍ର ଲୋକଟି ତାକୁ ଚିହ୍ନି ପାରି ଡାକ ପକାଇଲେ । ଗୋପାଳ ମଧ୍ୟ ଭଦ୍ର ଲୋକଟି ସଙ୍ଗରେ ଏଣୁ ତେଣୁ ଗପ ଲଗାଇ ହୁକା ଟାଣୁ ଥାଆନ୍ତି ।

                 ଗୋପାଳ ଆଉ ସହ୍ୟ କରି ପାରିଲାନି । ତମାଖୁ ଖାଇବ ବୋଲି ଛ’ ସାତ ବାର ବଳେ ବଳେ ହାତ ବଢାଇଲା । ଭଦ୍ର ଲୋକଟି ତା’ର ରହସ୍ୟ ଦେଖିବା ପାଇଁ ହୁକା ନ ଛାଡି ମୁହଁଟାକୁ ଖଟା ଖାଇଲା ପରି କରି କହିଲେ –

                 କିହୋ ଗୋପାଳ! ତୁମେ କାଣୀ ବିରାଡି ପରି ବାରବାର ହାତ ମୁହଁ ବଢାଉଛ କାହିଁକି? ଗୋପାଳ ଉଠି ପଡି ଉତ୍ତର ଦେଲା ଭୁଲ୍ ହୋଇଛି । ମୁଁ ମୂଷା ମନେ କରି ହାତ ମୁହଁ ବଢାଉ ଥିଲି । କିନ୍ତୁ ଭଲ ଭାବେ ଦେଖିବାରୁ ଜାଣି ପାଇଲି ସେ ମୂଷା ନୁହେଁ ଗୋଟିଏ ଚୁଚୁନ୍ଦ୍ରା ।

ଗୋପାଳର କଥା ଶୁଣି ଭଦ୍ର ଲୋକଟି ହସି ଉଠି ତା’ର ହାତ ଧରି ବସାଇ ଦେଲେ । ଗୋପାଳ ମନ ଇଚ୍ଛା ତମାଖୁ ଖାଇ ନିଜ ବାଟ ଧଇଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ