ମୃତ୍ୟୁକୁ ଡର କାହିଁକି?

       ମୃତ୍ୟୁକୁ ଆଦୌ ଭୟ କରୁନଥିବା ସନ୍ନ୍ୟାସୀଙ୍କ ଏଭଳି ଉତ୍ତର ସେନାପତିଙ୍କୁ ସ୍ତବ୍ଧ କରିଦେଲା । ସେ ଏବେ କିଂକର୍ତବ୍ୟବିମୂଢ ହୋଇ ଖଣ୍ଡାକୁ ପୁଣି କୋଷଭିତରେ ପୂରାଇ ଦେଲେ । ତାଙ୍କର ରାଗ କ୍ଷଣିକ ଭିତରେ ଶାନ୍ତ ହୋଇଗଲା । ସତେ ଯେମିତି ସେ ସନ୍ନ୍ୟାସୀଙ୍କ କଥାରେ ହାର ମାନିଯାଇ ତତ୍ କ୍ଷଣାତ୍ ଆଶ୍ରମ ଛାଡି ଚାଲିଗଲେ ।

       ଜନ୍ମହେଲେ ତ ମୃତ୍ୟୁ ନିଶ୍ଚୟ ହେବ, ତେବେ ମୃତ୍ୟୁକୁ ଭୟ କାହିଁକି? ଏ ସମ୍ବନ୍ଧରେ ବଡଲୋକମାନେ କିଏ କ’ଣ କହିଛନ୍ତି ଆସ ଶୁଣିବା ।

       ପ୍ରାଚୀନଗ୍ରୀସ୍ ରେ ଜଣେ ବ୍ୟକ୍ତି ମୃତ୍ୟୁଭୟରେ ଆକ୍ରାନ୍ତ ହେଲେ । ତାଙ୍କ ମୁଣ୍ଡରେ ଦିନରାତି କେବଳ ମୃତ୍ୟୁଚିନ୍ତା ଘାରିଲା । ତାଙ୍କୁ ଭୋକ ଶୋଷ ହେଲାନି କି ରାତିରେ ନିଦ ବି ଲାଗିଲା ନାହିଁ । ସେତେବେଳେ ପ୍ରସିଦ୍ଧ କବି ଓ ଦାର୍ଶନିକ ଏପିକୁ୍ୟରିଅସ୍ ପାଖକୁ ସେ ଗଲେ ସନ୍ଦେହ ମୋଚନ ଲାଗି ।

       ଏପିକୁ୍ୟରିଅସ୍ ଆମର ଚାର୍ବାକ୍ ଋଷିଙ୍କ ଭଳି ମଉଜମଜଲିସଭରା ଜୀବନ ତତ୍ୱ କଥା ପ୍ରଚାର କରୁଥାନ୍ତି । ଲୋକଟି ଯେତେବେଳେ ତାଙ୍କ ପାଖରେ ପହଂଚିଗଲା, “ସେ କହିଲେ, “ଯାହା ସହିତ ତୁମର କେବେ ଦେଖା ହୋଇନି କି ଦେଖା ହେବାର ନାହିଁ, ତାକୁ କାହିଁକି ଏତେ ଭୟ?”

       ଲୋକଟି ଏହା ବୁଝି ନ ପାରିବାରୁ ଏପିକୁ୍ୟରିଅସ୍ ପୁଣି କହିଲେ, “ଦେଖ, ଯେତେ ବେଳଯାଏଁ ତୁମେ ଅଛ, ମୃତ୍ୟୁ ନାହିଁ । ଆଉ ଯେତେବେଳେ ମୃତ୍ୟୁ ଆସିବ ସେତେବେଳେ ତୁମେ ନ ଥିବ । ଏଣୁ ଡର କାହିଁକି?


ଗପ ସାରଣୀ

ତାଲିକାଭୁକ୍ତ ଗପ