ମେଘବର୍ଣ୍ଣ ଓ ଅରିମର୍ଦ୍ଧନ କଥା

                ସେମାନଙ୍କ ମଧ୍ୟରେ ଏ ସମସ୍ତ କଥା ଦେଖି ରକ୍ତାକ୍ଷ କହିଲାଯେ ପ୍ରଥମ ସ୍ଥିରଜୀବିର ପ୍ରାଣ ନେବା ଆମ୍ଭମାନଙ୍କ ପକ୍ଷେ ଉଚିତ୍ ହେବ । ତାହା ଶୁଣିବା ମାତ୍ରେ ମନ୍ତ୍ର କୁରାକ୍ଷ କହିଲା ଯେ, ସ୍ଥିରଜୀବିର ଅବସ୍ଥା ତ ଆମ ସପକ୍ଷବାଦୀ ହିସାବରେ ଏହା ହୋଇଅଛି । ତେଣୁ ଶତ୍ରୁପକ୍ଷ ହେଲେବି ଦୟାପୂର୍ବକ ତାକୁ କ୍ଷମାଦିଆଯାଉ । ଏକଥା ପରେ ସମପକ୍ଷଭୁକ୍ତ ହୋଇ ମନ୍ତ୍ରୀ ଦୀପ୍ତାକ୍ଷ ମନ୍ତ୍ରୀ ବଜ୍ରବାସ ଏବଂ ପ୍ରାକାର ବର୍ଣ୍ଣ କହିଲେ ଯେ ବୁରାକ୍ଷର ମତାମତ ଗ୍ରହଣ କରାଯାଉ । ସେଠାରେ ବହୁମତ ମିଳିବାରୁ ମୂର୍ଖ ଅରିମର୍ଦ୍ଧନ ଶତ୍ରୁକୁ ସସମ୍ମାନେ ପାଛୋଟି ନେଇ ନିଜ ବସାକୁ ଘେନିଗଲା । ଚତୁର ବାୟସମନ୍ତ୍ରୀ ସ୍ଥିରିଜୀବି ଏକ ବାହାନା କରି ଭଲ୍ଲୁକ ରାଜର ଆଶ୍ରୟ ସ୍ଥାନ ଗୁହାମଧ୍ୟକୁ ନଯାଇ ଗୁହାର ଦ୍ୱାର ଦେଶରେ ଆଶ୍ରୟ ନେଲା । ଭଲ୍ଲୁକ ରାଜର ଦିବ୍ୟ ପରାମର୍ଶ ଦ୍ୱାରା ବାୟସ ସ୍ଥିରଜୀବି ନିମନ୍ତେ ପ୍ରତିଦିନ ନାନା ପ୍ରକାର ମାଂସ ସହିତ ନାନା ପ୍ରକାର ଖାଦ୍ୟ ମଧ୍ୟ ପରିବେଷଣ କରାଗଲା । ଦିନ କେଇଟା ଯାଇ ନାହିଁ ମୃତାବସ୍ଥାକୁ ଫେରିଯାଇ ସ୍ଥିରଜୀବି ଖୁବ୍ ବଳଶାଳୀ ହୋଇଉଠିଲା । ରକ୍ତାକ୍ଷ ବିପଦ ହୁଏତ ତା’ପାଇଁ ଆସିବାର ସଙ୍କାପ୍ରକାଶ କରି ନିର ସପକ୍ଷମାନଙ୍କୁ ଧରି ଖୁବ୍ ଦୂରକୁ ପଳାୟନ କଲା, ସେମାନଙ୍କ ମଧ୍ୟରେ ରକ୍ତାକ୍ଷ ଥିଲା ସ୍ଥିରଜୀବିର ଶତ୍ରୁ । କାରଣ ପ୍ରଥମରୁ ହିଁ ସେ ମତାମତ ଦେଇଥିଲେ, ତାହାକୁ ଆଗ ମାରିଦିଆଯାଉ । ଏବେ ରକ୍ତାକ୍ଷ ଏଠାରେ କୌଣସି ସହାୟତା ନପାଇ ପଳାଇ ଯିବାପରେ ସ୍ଥିରଜୀବି ସ୍ଥିର ଭାବରେ ବାସ କରୁଥାଏ ଓ ଗୁହା ମଧ୍ୟରେ ନାନା ପ୍ରକାର କାଠିକୁଟା ପକାଉଥାଏ । ଗୁହାଟି କାଠିକୁଟାରେ ପରିପୂର୍ଣ୍ଣ ହୋଇଯିବାପରେ ବାୟସରାଜ ମେଘବର୍ଣ୍ଣ ନିକଟକୁ ସମ୍ବାଦ ପଠାଇଲା ଯେ ଯଥାଶିଘ୍ର ଏଠାରେ ଆସି ପହଞ୍ଚିବାକୁ । ଆଉ ମଧ୍ୟ ସ୍ଥିରଜୀବି ଜନପଦକୁ ଯାଇ ଅଗ୍ନି ଆଣି ରଖିଲା ଓ ଦିବସ କାଳରେ କାକ ବାହିନୀ ସେମାନଙ୍କର ଶତ୍ରୁ ଭଲ୍ଲୁକ ରାଜର ଗୁହା ଉପରେ ଆକ୍ରମଣ କଲେ । ଭଲ୍ଲୁକମାନେ ଆଉ ଗୁହା ମଧ୍ୟରୁ ପଳାଇଯିବାକୁ ରାସ୍ତା ପାଇଲେ ନାହିଁ । କାରଣ ସେତେବେଳକୁ ଗୁହାର ଏକମାତ୍ର ଦ୍ୱାର ବନ୍ଦ ହୋଇ ସାରିଥିଲା । କେଉଁଆଡ଼େ ପଳାଇ ଯିବାର ବାଟ ନପାଇ ସମସ୍ତେ ସେହି ଗୁହାମଧ୍ୟରେ ପୋଡ଼ିହୋଇ ମରିଗଲେ । କାରଣ ଶତ୍ରୁକୁ ବିଶ୍ୱାସ କରିବାଦ୍ୱାରା ରକ୍ତାକ୍ଷ ଓ ତା’ର ସପକ୍ଷବାଦୀଙ୍କୁ ଛାଡ଼ିଦେଲେ ସ୍ଥିରିଜୀବିଦ୍ୱାରା ସମସ୍ତ ଭଲ୍ଲୁକବଂଶ ଧ୍ୱଂସ ପାଇଗଲେ । କିନ୍ତୁ ଶତ୍ରୁକୁ ବିଶ୍ୱାସ କରି ନପାରି ଭଲ୍ଳୁକ ରକ୍ତାକ୍ଷ ସଦଳବଳେ ବଞ୍ଚି ରହିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ