ମୋର ପ୍ରେରଣାଦାୟିନୀ ମୋ’ ମାଆ

ଲିଙ୍କନ୍ ଦାରିଦ୍ର୍ୟର କଷାଘାତରେ ଅହରହ ଜର୍ଜରିତ ହୋଇଥିଲେ ମଧ୍ୟ ସେ କେବେହେଲେ ବି ତାଙ୍କ ଲକ୍ଷପଥରୁ ବିଚ୍ୟୁତ ହୋଇନଥିଲେ । ସେ ପିଲାଟି ଦିନରୁ ପରିଶ୍ରମ କରି କୌଣସି ପ୍ରକାରେ ଶିକ୍ଷା ଶେଷ କରି ଦେଇଥିଲେ । “କର୍ତ୍ତବ୍ୟନିଷ୍ଠା, ସାଧୁତା ଓ ସଚ୍ଚୋଟତା ଏବଂ ଅନୁକରଣୀୟ ବ୍ୟକ୍ତିତ୍ୱ ଆଧାରରେ ଲିଙ୍କନ୍ ଦିନେ ରାଷ୍ଟ୍ରପତି ପଦ ଅଳଙ୍କୃତ କରିପାରିଥିଲେ । କେବଳ ସେତିକି ନୁହେଁ, ଜଣେ ସଫଳ ରାଷ୍ଟ୍ରପତି ଭାବରେ, ନିଜ ଦେଶରେ ସେ ଯେତିକି ଲୋକପ୍ରିୟ ହୋଇପାରିଥିଲେ । ଦେଶବାସୀବି ତାଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିଲେ ।”

ଏତେବଡ ପଦବୀରେ ଥାଇ ମଧ୍ୟ ଲିଙ୍କନଙ୍କ ମନରେ ଆଦୌ ଟିକିଏ ବି ଗର୍ବ ନଥିଲା । ନମ୍ର ଆଚରଣ ତାଙ୍କ ଚରିତ୍ରର ପ୍ରଧାନ ବିଶେଷତ୍ୱ ଥିଲା । ଦେଶର ସର୍ବୋଚ୍ଚ ପଦବୀ ହାସଲ କରି ମଧ୍ୟ ସେ ସର୍ବଦା ଉଦାସ ରହୁଥିଲେ । ଏଥିରେ ବିସ୍ମିତ ହୋଇ ଥରେ ଜଣେ ମହିଳା ଲିଙ୍କନଙ୍କୁ ତାଙ୍କ ଉଦାସୀନତାର କାରଣ ପଚାରିଥିଲେ ।

ଏବେ ଲିଙ୍କନ୍ ସେ ମହିଳାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ, “ଅତି ଛୋଟ ଅବସ୍ଥାରୁ ତ ମୁଁ ମୋର ମା’ଙ୍କୁ ହରାଇଥିଲି । ଫଳରେ ମାତୃସ୍ନେହରୁ ବଂଚିତ ମୁଁ ହୋଇଛି । ହେଲେ ଆଜି ମୁଁ ମା’ଙ୍କ କଥା ମନେପକାଇ ଏଭଳି ଉଦାସ ରହୁଛି । ମୋର ମା’ ଅତି ଧର୍ମପରାୟଣା ଓ ସଂସ୍କାରବାଦୀ ଚିନ୍ତାଧାରା ସମ୍ପନ୍ନ ମହିଳା ଥିଲେ । ପିଲାଦିନେ ମୋର ମାଆ ମୋତେ ଶିଖାଇଥିଲେ ଯେ, ପ୍ରଥମେ ଅନ୍ୟମାନଙ୍କ କଥା ବିଚାର କରିବ, ସେମାନଙ୍କୁ ଦେଖିବ ଓ ତା’ପରେ ଯାଇ ନିଜ କଥା । ଆଜି ବି ମୁଁ ମୋର ମାଆଙ୍କର ସେହି କଥାକୁ ମନେପକାଇ ପାଳନ କରୁଛି । ଏବେ ମୁଁ ରାଷ୍ଟ୍ରପତି ଭାବରେ ଦେଶବାସୀଙ୍କଠାରୁ ଯେଉଁ ସବୁ ସ୍ନେହଶ୍ରଦ୍ଧା ପାଇଛି ତା’ର ଶ୍ରେୟ କେବଳ ମୋର ମାଆଙ୍କୁ ହିଁ ଦିଆଯାଇପାରେ । ସତରେ ମୁଁ ଜଣେ ଅସାଧାରଣ ମା’ଙ୍କୁ ପାଇଥିଲି ଯାହାଙ୍କୁ କି କେବେ ମୁଁ ଜୀବନରେ ଭୁଲିପାରିବି ନାହିଁ ।”

ସତରେ ଏହିଭଳି ଅତି ସୁନ୍ଦର ସୁନ୍ଦର କଥା ଯାହା ତୁଣ୍ଡରୁ ବାହାରୁଥିଲା ସିଏ କାହିଁକି ଜଣେ ମହାନ୍ ବ୍ୟକ୍ତିରେ ଗଣା ହୋଇନଥାନ୍ତେ?


ଗପ ସାରଣୀ

ତାଲିକାଭୁକ୍ତ ଗପ