ଯଦୁମଣି ରହସ୍ୟ

                ଆଶୁ କବି ଯଦୁମଣି ଖ୍ରୀ.ଅ. ୧୭୮୧ ମସିହାରେ ଆଠଗଡ ଠାରେ ଜନ୍ମ ଗ୍ରହଣ କରି ଥିଲେ । ପରେ ଆଠଗଡରୁ କବି ଯଦୁମଣିଙ୍କ ପରିବାର ନୟାଗଡକୁ ଚାଲି ଆସି ସେଠାକାର ‘ଇଟାମାଟୀ’ ଗ୍ରାମରେ ଅବସ୍ଥାନ କରି ଥିଲେ । କବି ଯଦୁମଣି ଜାତିରେ ଥିଲେ ବଢେଇ । ରାଜାନୁଗ୍ରହ ଓ ପୃଷ୍ଠପୋଷକତା ଥିଲା ତାଙ୍କ ଜୀବିକାର୍ଜନର ସମ୍ବଳ । ‘ପ୍ରବନ୍ଧ ପୂର୍ଣ୍ଣ ଚନ୍ଦ୍ର’ ଓ ‘ରାଘବ ବିଳାସ’ର ପ୍ରଣେତା କବି ଯଦୁମଣି ଚିର କାଳ ପାଇଁ ଓଡିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦାବୀ କରନ୍ତି । ଓଡିଆ ସାହିତ୍ୟର ଯୁଗ ବିଭାଜନରେ କବି ଯଦୁମଣିଙ୍କୁ ଭଂଜ ଯୁଗର ଜଣେ ଅନନ୍ୟ ସାଧକ ବା କବି ଭାବରେ ଗ୍ରହଣ କରାଯାଏ । ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ ଭଂଜ ଯୁଗର ରୀତି ଅନୁସାରେ ଲିଖିତ ଓ ଏହା ଏକ ଶ୍ଳେଷାତ୍ମକ କାବ୍ୟ । ଏହାର ପ୍ରତ୍ୟେକ ପଦ ଦୁଇ ଅର୍ଥ ବିଶିଷ୍ଟ ।


ଗପ ସାରଣୀ

ତାଲିକାଭୁକ୍ତ ଗପ