ଯଦୁମଣି ରହସ୍ୟ

ରାଜାଙ୍କ ଅବଜ୍ଞା

                କବି ଯଦୁମଣି ତ’ ସ୍ୱଭାବରେ ଅତ୍ୟନ୍ତ ସରଳ । କେବେ କାହାରି ସହିତ ଝଗଡା କି ପାଟି ତୁଣ୍ଡ କରିବା କେହି କେବେ ଦେଖି ନାହିଁ । ଅନ୍ୟ ଭାଷାରେ କହିଲେ ମାଛିକୁ ମ’ ସୁଦ୍ଧା ବି କହନ୍ତି ନାହିଁ । କେତେ ବେଳେ କେମିତି ମନରେ ଦୁଃଖ, କଷ୍ଟ ଜାତ ହେଲେ, ନିଜ ମନକୁ ନିଜେ ବୁଝାଇ ଦିଅନ୍ତି । ଆପଣା ସୁଖରେ ସୁଖୀ, ଆପଣା ଦୁଃଖରେ ଦୁଃଖୀ ହୋଇ କାଳାତିପାତ କରିବା ତାଙ୍କ ଜୀବନର ଥିଲା ମୂଳ ଲକ୍ଷ୍ୟ ।

                ଦିନେ କବି ଯଦୁମଣିଙ୍କ ପିତା ତାଙ୍କ ଉପରେ କୌଣସି ଏକ ଘଟଣାକୁ କେନ୍ଦ୍ର କରି ଖୁବ୍ ଜୋର୍ରେ ରାଗି ଗଲେ । କବି ଯଦୁମଣିଙ୍କୁ ଯେତେବେଳେ ତାଙ୍କ ବାପା ଗାଳି ଦିଅନ୍ତି ସେ କିଛି କହନ୍ତି ନାହିଁ । କିନ୍ତୁ ସେଦିନ ସେ ବାପାଙ୍କ କଥା ସହି ନପାରି ବାପାଙ୍କୁ କିଛି ଓଲଟା ସିଧା  କଥା କହି ଦେଲେ । ପୁଅ ହୋଇ ଯେତେବେଳେ ବାପାଙ୍କୁ ଏତେ କଥା କହିଲେ କବି ଯଦୁମଣିଙ୍କ ବାପା ମନେ ମନେ ଦୁଃଖିତ ହେଲେ । ମନେ ମନେ ଭାବିଲେ ପୁଅ ତ’ କେବେ ତାଙ୍କୁ ଏପରି ଓଲଟାଇ ପଦେ ହେଲେ କେବେ କିଛି କହେ ନାହିଁ । ତେବେ ଆଜି କାହିଁକି କହିଲା । ଏହି କଥା କିଛି ସମୟ ଚିନ୍ତା କଲେ । ତାଙ୍କୁ କିପରି ବାଟକୁ ଅଣା ଯାଇ ପାରିବ, ସେ ସଂପର୍କରେ ଚିନ୍ତା କଲେ । ମନେ ମନେ ଉପାୟ ପାଂଚିଲେ ।

                ସେ ଭାବିଲେ ଯଦୁମଣି ତ’ ପ୍ରତ୍ୟେକ ଦିନ ରାଜ ଦରବାରକୁ ଯାଉଛି । ରାଜାଙ୍କ ଦାନରେ ସେ ପ୍ରତିପାଳିତ । ଏହି କଥାଟି ଯଦି ରାଜ ଦରବାରରେ ପଡେ, ତା’ହେଲେ ନିଶ୍ଚୟ ଭଲ ହେବ । ରାଜା ହୁଏତ ତାଙ୍କୁ ଉଚିତ୍ ଶାସ୍ତି ଦେଇ ପାରିବେ । ଏହି କଥା ଭାବି ଭାବି କବି ଯଦୁମଣିଙ୍କ ବାପା ଯାଇ ରାଜ ଦରବାର ଚାଲି ଥିବା ସମୟରେ ସେଠାରେ ପହଁଚି ଗଲେ । ସମସ୍ତ ଘଟଣା ଶୁଣିବା ପରେ ଦୂତ ହାତରେ ରାଜା କବି ଯଦୁମଣିଙ୍କୁ ଡକାଇ ପଠାଇଲେ । କବି ଯଦୁମଣିଙ୍କ ବାପାଙ୍କୁ ରାଜା ବୁଝାଇ ସୁଝାଇ ପାଖରେ ବସାଇଲେ ।

                ଦୂତ ଯାଇ କବି ଯଦୁମଣିଙ୍କୁ ଡାକିବା ବେଳେ ରାଜାଙ୍କର ଆଜ୍ଞାକୁ ଅବଜ୍ଞା କରି ଦୂତ ହସ୍ତରେ ରାଜାଙ୍କ ନିକଟକୁ ଏକ ପତ୍ର ପ୍ରେରଣ କଲେ ।

                “ଅଢାଙ୍କ ଖୋଳୁଛି ପେଟ ଜଣଙ୍କ ପାଇଁ

                ସଭାରେ ବସିଛି ସେ ପେଟ ଜଣକ ପାଇଁ ।”   


ଗପ ସାରଣୀ

ତାଲିକାଭୁକ୍ତ ଗପ